୭ ବର୍ଷ ପୂର୍ବେ ଏହି ମୁଲିଆ ଜଣଙ୍କ ବଞ୍ଚାଇଥିଲେ ଏହି ଝିଅର ଇଜ୍ଜତ , ଝିଅ ଜଣକ ଏହି ପରି ଉପକାର ସୁଝିଲେ , ଜାଣିକରି ସଲାମ କରିବେ ଆପଣ ….

ଆଜି କାଲି ଜମାନା ବଦଳିବାରେ ଲାଗିଛି , ଏହି ସମୟରେ ସୋସିଆଲ୍ ମିଡିଆରେ ବହୁତ ସାରା ଖବର ସାମନାକୁ ଆସୁଛି , ସେ ଯାହା ହେଉ ନା କାହିଁକି ବଡ ଖବର ହେଉ କିମ୍ବା ଛୋଟ ଖବର , ସବୁ ସମୟରେ ଆପଣଙ୍କ ସାମନାରେ ତାହା ଦେଖାଯାଉଛି , ସେମିତି ଆପଣଙ୍କୁ କହିଦେବୁ କି ଏମିତି କିଛି ଖବର ଆସିଛି ଯାହାକୁ ବିଶ୍ୱାସ କରିପାରିବା ଅସମ୍ଭବ , ଓ ତାକୁ ଶୁଣିଲେ ଆପଣ ବି ସ୍ତମ୍ଭୀଭୂତ ହୋଇଯିବେ , ପ୍ରକୃତରେ ଆପଣ ବି ବିଶ୍ୱାସ କରିବାକୁ ଲାଗିବେ କି ଭଗବାନ ସତରେ ଏହି ଧରା ପୃଷ୍ଟରେ ଅଛନ୍ତି , ଏହି କାହାଣୀ ଏକ ମୁଲିଆ ଯାହାଙ୍କ ନାଁ ଶିବଦାସ ରାଣା ଅଟେ , ଶିବଦାସ ବିଭୁତିପୁରା ଜିଲ୍ଲାର କୋଲାର , କର୍ଣ୍ଣାଟକର ବାସିନ୍ଦା ଅଟେ ।

ଶିବଦାସଙ୍କର ସ୍ତ୍ରୀ ଓ ଦୁଇଟି ଛୁଆ ଅଛନ୍ତି , ସେ ସବୁଦିନ ଭଳି ସକାଳ ୬ ଟାରୁ ଉଠି କାମକୁ ବାହାରି ଯାଉଥିଲା , କିନ୍ତୁ ଗୋଟେ ଦିନ ତାକୁ କିଛି ଏପରି ଲାଗିଲା କି ସେ କେବେ ଭୁଲି ପାରିବ ନାହିଁ , ସବୁ ଦିନ କାମ ସାରି ସେ ଯେତେବେଳେ ଘରକୁ ଫେରେ ତେବେ ସବୁବେଳେ ବହୁତ ରାତି ହେଇଯାଇଥିଲା , ସେଥିପାଇଁ ସେ ଆସିବା ସମୟରେ ନିଜର ତିନିଜଣ ସାଙ୍ଗଙ୍କ ସହ ଆସୁଥିଲା , କିନ୍ତୁ ସେହି ଦିନ ବହୁତ କାମ ଥିଲା , ଯାହା କାରଣରୁ ରାତି ଅଧିକା ହୋଇଯାଇଥିଲା , ଓ ଘରକୁ ଆସିଲା ବେଳକୁ ରାତି ୯ ଟା ହୋଇଯାଇଥିଲା , ତେବେ ସେ ନିଜ ସାଇକେଲ୍ ରେ ଗାଁ ଆଡକୁ ଆସିଲା , ଯେମିତି ସେ କୋଲାର୍ ରୁ ପାଞ୍ଚ କିଲୋମିଟର ଆଗକୁ ବଢିଛି , ତାକୁ ରାସ୍ତା କଡରେ ଥିବା କ୍ଷେତରେ ବହୁତ ଆବାଜ୍ ଶୁଣିବାକୁ ପାଇଲା , ସେ ସେଠାରେ ଅଟକି ଗଲା , ସେ ଭଲ ଭାବରେ ଶୁଣିବାକୁ ପାଇଲା କି କେଉଁ ଝିଅର ଆବାଜ୍ ଅଟେ , ସେ ଆଉ କିଛି ନ ଭାବି କ୍ଷେତ ଆଡକୁ ଗଲା ବେଳକୁ ଦେଖିଲା କି ଜଣେ ଝିଅକୁ ତିନିଜଣ ଯୁବକ ଜବରଦସ୍ତି କରିବାରେ ଲାଗିଛନ୍ତି , ତାପରେ ସେ ସେହି ଯୁବକ ମାନଙ୍କ ଠାରୁ ସେ ଝିଅକୁ ବଞ୍ଚାଇବା ପାଇଁ ସେ ଯୁବକଙ୍କ ସହ ଲଢିଥିଲା ,

ତାପରେ ସେହି ତିନିଜଣ ଯୁବକ ଶିବଦାସକୁ ପିଟିବା ଆରମ୍ଭ କରିଦେଲେ , କିନ୍ତୁ ଶିବଦାସ ବି ହାର୍ ମାନି ନଥିଲା , ସେ ବି ସେହି ତିନିଜଣ ଯୁବକଙ୍କୁ ମାରିକରି ଲହୁ ଲୁହାଣ କରିଦେଲା , ଏହା ପରେ ନିଜ ବିଶ୍ୱାସ ନହରାଇବାରୁ ସେହି ଯୁବକ ମାନେ ସେଠାରେ ଦୌଡି ପଳାଇବାକୁ ଉଚିତ୍ ମନେ କଲେ , ଓ ସେଠାରୁ ସେମାନେ ପଳାଇଲେ , ଶିବଦାସ ବହୁତ ଆଘାତ ହୋଇଥିଲେ , କିନ୍ତୁ ସେ ନିଜ ବିଶାସ ଓ ମନୋବଳ ହରାଇନଥିଲେ । ସେ ସେହି ଝିଅକୁ ନିଜ ସାଇକେଲ୍ ରେ ବସାଇଲେ , ଓ ଘରେ ନେଇକରି ପହଞ୍ଚାଇଦେଲେ , ସେହି ଝିଅର ଘର କେ,ଇ,ବି କଲୋନୀରେ ଥିଲା , କିନ୍ତୁ ସେ ଏତେ ଆଘାତ ପାଇଥିଲା ଯେ ସେ ଘରକୁ ଯିବା ବାଟରେ ଗଳିପଡିଲା , ଯେବେ ସେହି ଝିଅର ପରିବାର ଲୋକେ ଏହି ସବୁ ଦେଖିଲେ , ସବୁ ଆଶ୍ଚର୍ଯ୍ୟ ହୋଇଗଲେ , ଯାହା ପରେ ସେ ତାଙ୍କ ଝିଅକୁ ପାଖ ମେଡିକାଲ୍ ରେ ଆଡ୍ ମିଶନ୍ କରାଇଲେ , କହିଦେବୁ କି ସେହି ଝିଅର ବାପା ଜଣେ ସେନା ଅଧିକାରୀ ଥିଲେ , ଓ ସେହି ଦିନ ନିଜ ସାଙ୍ଗ ମାନଙ୍କର ସହ ବାହାରକୁ ବୁଲିବାକୁ ଆସିଥିଲା , ସେହି ସମୟରେ ସେହି ତିନିଜଣ ଯୁବକ ମାନେ ତାଙ୍କୁ ଧରିପକାଇଥିଲେ , ଯାହାପରେ ତାଙ୍କର ଅଲଗା ସାଙ୍ଗମାନେ ତାକୁ ଛାଡି ପଳାଇଥିଲେ , କିନ୍ତୁ ଶିବଦାସ ସେହି ଝିଅକୁ ସାହାଯ୍ୟ କଲେ ।

ଏବେ ଏହି ଘଟଣା ଘଟିବାରେ ୭ ବର୍ଷ ହୋଇଯାଇଛି , ଶିବଦାସ ସବୁଦିନ ପରି ନିଜ କାମରେ ଲାଗିଥିଲା , ଓ ସବୁ ଦିନ ଭଳି ମଜୁରି କାମ କାମ କରିବା ପାଇଁ ସେ ସହରକୁ ଯାଇଥିଲା , ସେହି ସମୟରେ ସେହି ଝିଅ ଓ ତାଙ୍କ ବାପା ଅବିନାଶ ଗୁପ୍ତା ତାଙ୍କ ଘରେ ପହଞ୍ଚିଗଲେ , କିନ୍ତୁ ସଂନ୍ଧ୍ୟାରେ ଶିବଦାସ ଯେବେ ଘରକୁ ଆସିଲା , ସେ କିଛି ବୁଝିପାରିଲା ନାହିଁ , ପୋଲିସ୍ ଙ୍କୁ ଦେଖିକରି ସେ କିଛି ବୁଝିପାରିନଥିଲା , ଓ ଭୟଭୀତ ବି ହୋଇଯାଇଥିଲା , ତାପରେ ସେହି ଝିଅ ଶିବଦାସ ପାଖକୁ ଆଦି ତାର ପାଦ ଛୁଇଁଥିଲା , ଓ ସାତ ବର୍ଷ ତଳର ସେହି ଘଟଣା ବିଷୟରେ କହିଲା ,

ଶିବ ଦାସ ସେହି ଘଟଣାକୁ ଏକ ସ୍ୱପ୍ନ ଭାବି ଭୁଲି ସାରିଥିଲା , କିନ୍ତୁ ସେହି ଝିଅ କେମିତି ବା ଭୁଲି ପାରିବ , ଯାହାକୁ ନୁଆ ଜୀବନ ମିଳିଥିଲା , ଏବେ ସେହି ଝିଅର ବାପା ଶିବଦାସକୁ କୋଲାର୍ ରେ ଏକ ଘର କିଣିକରି ଦେଲେ , ଓ ଏକ ଅଟୋ ରିକ୍ସା ବି ଦେଲେ , ଆଜି ଶିବଦାସ ମଜୁରିଆ କାମ ନୁହେଁ , ବରଂ ଅଟୋ ରିକ୍ସା ଚଲାଉଛନ୍ତି ।

Leave a Reply

Your email address will not be published. Required fields are marked *