ସୋମ୍ୟ ମାମଲାର ହେଲାଣି 65 ଦିନ,ବିଦ୍ୟା ଙ୍କ ହାଇ ଡ୍ରାମା,କହିଲେ ଆଗରୁ ମୁଁ ଭଲ ବୋହୁ ଥିଲି ହେଲେ କଣ ହେଲା କେଜାଣି Sasu ଙ୍କ ସହ

ସାଙ୍ଗମାନେ ଆପଣ ମାନେ ତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା ବିଷୟରେ ଜାଣିଥିବେ।ତେବେ ଏହି ଘଟଣାକୁ ପାଖାପାଖି 65 ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରିନାହିଁ।ତେବେ ଗଜପତି ପୋଲିସ ଏହି ମାମଲାର ତଦନ୍ତ କରୁଥିବା ଜଣା ପଡ଼ିଛି।ତେବେ ସାଙ୍ଗମାନେ ଏହି ଘଟଣା ଦିନକୁ ଦିନ ନାଟକୀୟ ମୋଡ଼ ନେଉଛି।

ତେବେ ଆଜି ମୁଁ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଆଉ କିଛି ନୂଆ ତଥ୍ୟ ଜଣେଇବି।ସାଙ୍ଗମାନେ ଯେତେବେଳେ ବିଦ୍ୟା ଭାରତୀଙ୍କୁ ସୌମ୍ୟଙ୍କ ଘଟଣା ବିଷୟରେ ପଚରା ଗଲା ତ ସେ କହିଲେ କି ଶଶୁର ଘର ଲୋକେ ବହୁତ ଭଲ ପାଉଥିଲେ।ମତେ ଭଲ ବୋହୂ ବୋଲି ସର୍ବଦା କୁହନ୍ତି।ଏବେ କଣ ପାଇଁ ସବୁ କଥାରେ ଏତେ କହୁଛନ୍ତି ମୁଁ ଜାଣିନି।ସେ କହିଛନ୍ତି କି ତାଙ୍କ ଉପରେ ଲଗା ଯାଇଥିବା ସମସ୍ତ ଆରୋପ ମିଛ।

ସେ କହିଲେ କି ମୁଁ ଦେଖିଥିଲି ଯେ ସୌମ୍ୟଙ୍କ ଫୋନକୁ ଗୋଟେ ଅଜଣା ନମ୍ୱରରେ କଲ ଆସିଥିଲା।ଆମେ ସାଙ୍ଗରେ ଥିଲୁ। ତା ପରେ ତାଙ୍କୁ କଲ କରିବା ପାଇଁ କହିଲି ତ ସେ ଟିକେ ନର୍ଭସ ହୋଇଗଲେ ସେ ସମୟରେ। ତା ପରେ ସେ କହିଲେ କି ଚାଲ ଟିକେ ବାହାରେ ବୁଲି ଆସିବା। ମୁଁ କହିଲି ହଁ ଯିବା ଯେ ଆଉ ଟିକେ ପରେ ଯିବା।

ସେ କହିଲେ କି କଲରେ ଅନ୍ୟ ଲୋକଙ୍କ ସ୍ୱର ଶୁଣିଥିଲି ତ ସେଥିପାଇଁ ମନ ଟିକେ ଦୁଃଖ ହୋଇଥିଲା।ସେ କହିଲେ କି ଏଇଟା ସେ ପରିସ୍ଥିତିର ଘଟଣା।ଏହାପରେ ଯେତେବେଳେ ତାଙ୍କୁ ସେହି ହାତଲେଖା ଚିଠି ବିଷୟରେ ପଚରା ଗଲା କି ସେ ସେହି ଚିଠିରେ ସୋମ୍ୟଙ୍କ ପ୍ରତି ଘୃଣିତ ବା ତାତ୍ସଲ୍ୟ କରି ଲେଖିଛନ୍ତି ଓ ନିଜର ନିଷ୍ପତିକୁ ଭୁଲ ବୋଲି କହିଛନ୍ତି ତ ଏହା କେଉଁ ସମୟର?

ସେ ଏହାର ପ୍ରତି ଉତ୍ତରରେ କହିଲେ କି ସେହି ଚିଠିଟି ମଧ୍ୟ ସେହି ସମୟର।ନିଜ ମନ ଭିତରେ ଆସିଥିବା ଦୁଃଖ ଓ କଷ୍ଟକୁ ମୁଁ ଲେଖିଛି ଓ ସେସବୁର କିଛି ମୂଲ୍ୟ ନାହିଁ।ଏହାପରେ ଯେତେବେଳେ ତାଙ୍କୁ ପଚରା ଗଲା କି ସୌମ୍ୟ କହିଥିବା ଆଇ ଲଭ ୟୁ ବିଷୟରେ ଆପଣ ଆପତ୍ତି କାହିଁକି ଉଠେଇ ଥିଲେ।ବିଦ୍ୟା ଭାରତୀ କହିଲେ କି ନାଇଁ ମୁଁ କେବେ ବି ତାଙ୍କ ଆଇ ଲଭ ୟୁ ଉପରେ ଆପତ୍ତି ଉଠାଇ ନାହିଁ

Leave a Reply

Your email address will not be published. Required fields are marked *