ଗଜପତିରେ ବିରପ୍ପାନ ଓ Redhakhola ରେ ଜମି ମାଫିଆ,2019 କାଣ୍ଡ କୁ ନେଇ ଏବେ ପୁଣି ଚର୍ଚା ରେ ଡିଏଫଓ ସଂଗ୍ରାମ କେଶରୀ,ଶୁଣିଲେ ମୁଣ୍ଡରେ ହାତ ଦେବେ ଆପଣ

ଏ ସି ଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସନ୍ଦେହ କରାଯାଉଥିବା ଡି ଏଫ ଓଙ୍କ ଅନେକ ଗୁମର ବର୍ତ୍ତମାନ ଲୋକଙ୍କ ସମ୍ମୁଖକୁ ଆସିବାରେ ଲାଗିଛି।ଏହା ସହିତ ଏହି ଘଟଣାରେ ସଂପୃକ୍ତ ଥିବା କାରଣରୁ ବର୍ତ୍ତମାନ ତାଙ୍କ ବିରୋଧରେ ଅନେକ ତଦନ୍ତ କରାଯାଉଛି।ତେବେ ଜଙ୍ଗଲ ମନ୍ତ୍ରୀଙ୍କ ବଳରେ ବଳୀୟାନ ହୋଇଛନ୍ତି ଡି ଏଫ ଓ ସଂଗ୍ରାମ କେଶରୀ।ତେବେ ରେଢ଼ାଖୋଲରେ ବର୍ତ୍ତମାନ ଡି ଏଫ ଓ ସଂଗ୍ରାମ କେଶରୀ ନିଜର ଏକ ସମ୍ପର୍କୀୟଙ୍କ ନାମରେ ଜମି ନେଇଥିବା ଖବର ବର୍ତ୍ତମାନ ସମସ୍ତଙ୍କ ନଜରକୁ ଆସୁଛି।

ସେଠାରେ ଏକର ଏକର ଜମିରେ ଛିଡ଼ା ହୋଇଥିବା ଏକ ଫାର୍ମ ହାଉସକୁ ନେଇ ବର୍ତ୍ତମାନ ବିବାଦ ଘେରରେ ଡି ଏଫ ଓ ସଂଗ୍ରାମ କେଶରୀ।ତେବେ ୨୦୧୯ ମସିହାରେ ଗଞ୍ଜାମ ଜିଲ୍ଲାର ତାଙ୍କର ଏକ ସମ୍ପର୍କୀୟ ସଞ୍ଜୁ ବେହେରାଙ୍କୁ ପ୍ରାୟ ୮ ଏକର ଜମି ଦାନ ଆକାରରେ ପ୍ରଦାନ କରିଥିଲେ।ତେବେ ବକେୟା ଅର୍ଥ ଶୁଝିବା ଦର୍ଶାଇ ସେହି ବର୍ଷା ପାଞ୍ଚଟି ପ୍ଲଟରୁ ତିନି ଏକର ୬୯ ଡେସି ମାଇଲ ଜମିକୁ ତାଙ୍କୁ ପ୍ରାୟ ୯ ଲକ୍ଷ୍ୟ ଟଙ୍କାରେ ପ୍ରଦାନ କରିଥିଲେ।

ତେବେ ଏହା ଖବର ଆସୁଛି କି ସଞ୍ଜୁ ବେହେରା ହେଉଛନ୍ତି ଡି ଏଫ ଓ ସଂଗ୍ରାମ କେଶରୀଙ୍କ ସମ୍ପର୍କୀୟ।ତେବେ ଏହି ସମସ୍ତ ଘଟଣା ଘଟିବା ସମୟରେ ଡି ଏଫ ଓ ସଂଗ୍ରାମ କେଶରୀ ଥିଲେ ରେଢ଼ାଖୋଲର ବନ ସଂରକ୍ଷକ।ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଆସୁଛି କି ଡି ଏଫ ଓ ସଂଗ୍ରାମ କେଶରୀ ନିଜର କ୍ଷମତାର ଅପ ବ୍ୟବହାର କରି ହାତେଇଛନ୍ତି କି ଏକର ଏକର ଜମି।

ଏହା ସହିତ ସେହି ଅଞ୍ଚଳର ଜଣେ ବାସିନ୍ଦା କହିଛନ୍ତି କି ଏହି ଜମି ତାଙ୍କର ପୂର୍ବ ପୁରୁଷ ମାନଙ୍କର ଏହା ସହିତ ଡି ଏଫ ଓ ସଂଗ୍ରାମ କେଶରୀ ଆସି ନିଜର କ୍ଷମତାର ଅପ ବ୍ୟବହାର କରି ସେହି ସମସ୍ତ ଜମି ହାତେଇ ନେଇଛନ୍ତି ବୋଲି ସେମାନେ କହିଛନ୍ତି।ଏହା ସହିତ ରାଜପରିବାର କଣ ପାଇଁ ଏତେ ବଡ ଜମି ଡି ଏଫ ଓ ସଂଗ୍ରାମ କେଶରୀଙ୍କୁ ଦାନ କରିଥିଲେ

ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ।ଏହା ସହିତ ବ୍ୟାଙ୍କରୁ ଋଣ ନେଇ ଡି ଏଫ ଓ ସଂଗ୍ରାମ କେଶରୀ ସେହି ଜାଗାରେ ଏକ କୁକୁଡ଼ା ଫାର୍ମ ତିଆରି କରୁଛନ୍ତି।ତେବେ ଡି ଏଫ ଓ ସଂଗ୍ରାମ କେଶରୀ ବ୍ୟାଙ୍କରୁ ଋଣ ନେଇ ନିଜର ଏପରି କାର୍ଯ୍ୟ କରିବା ଫଳରେ ଅନେକ ଲୋକ କହିଛନ୍ତି କି ସେ କେବଳ ନିଜର କଳା ଧନ ଘଉଡ଼ାଇବା ପାଇଁ ଏପରି ଭାବରେ ବ୍ୟାଙ୍କରୁ ଋଣ ନେବାର ନାଟକ କରିଛନ୍ତି।

ଗଜପତିରେ ରକ୍ତ ଚନ୍ଦନ କାଠ ବିକ୍ରି କରୁଥିବାର ଅଭିଯୋଗ।ଏହା ସହିତ ଏ ସି ଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଦଫା ୩୦୨ ଏହା ସହିତ ରେଢ଼ାଖୋଲରେ ଜମି ହଡ଼ପ।ଏହା ସହିତ ଜଙ୍ଗଲ ମନ୍ତ୍ରୀଙ୍କ ତାଙ୍କ ମୁଣ୍ଡ ଉପରେ ଥିବା ହାତ ଏହିଭଳି ଅନେକ ବିବାଦ ଘରରେ ବର୍ତ୍ତମାନ ଡି ଏଫ ଓ ସଂଗ୍ରାମ କେଶରୀ।

ତେବେ ସେ ଯେଉଁଆଡେ ଯାଉଛନ୍ତି ବିବାଦ ତାଙ୍କର ପିଛା ଛାଡ଼ୁ ନାହିଁ।ଏହା ସହିତ ଏହି ଘଟଣାର ସମାଧାନ ଉପରେ ବର୍ତ୍ତମାନ ଡି ଏଫ ଓ ସଂଗ୍ରାମ କେଶରୀଙ୍କ କଳା କାରନାମା ବର୍ତ୍ତମାନ ଧିରେ ଧିରେ ସମସ୍ତ ଲୋକମାନଙ୍କ ସମ୍ମୁଖକୁ ଆସିବାକୁ ଲାଗିଲାଣି।

Leave a Reply

Your email address will not be published. Required fields are marked *