CID ପ୍ରଶ୍ନ ସମୟରେ କାହିଁକି କାନ୍ଦିଲେ ବିଦ୍ୟା? ଜାଣିଗଲେ କି Bhabisyata,ଆସିଗଲା କି ବନ୍ଧା ହେବାର ସମୟ,ବିଛା ଯାଇଥିଲା ଜାଲ ! ଟିକିନିଖ କଥା ଜାଣିରଖନ୍ତୁ ଏବେ

ସାଙ୍ଗମାନେ ଆପଣ ମାନେ ତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା ବିଷୟରେ ଜାଣିଥିବେ।ତେବେ ଏହି ତଦନ୍ତ ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି।ପ୍ରଥମେ ଏହି ଘଟଣାର ତଦନ୍ତ ପୋଲିସ କରୁଥିବା ବେଳେ ପୋଲିସ ହାତରେ କିଛି ବି ପ୍ରମାଣ ଲାଗି ନଥିଲା।ତେବେ ସୋମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଏହି ତଦନ୍ତକୁ କ୍ରାଇମ ବ୍ରାଞ୍ଚ ହାତକୁ ଦିଆଗଲା।ଏବେ ଏହି କେଶର ତଦନ୍ତ କ୍ରାଇମ ବ୍ରାଞ୍ଚ କରୁଚି।

ବର୍ତ୍ତମାନ ସୁଦ୍ଧା କ୍ରାଇମ ବ୍ରାଞ୍ଚ ଏକ ଡର୍ଜନରୁ ଅଧିକ ସନ୍ଦିଗ୍ଧ ମାନଙ୍କୁ ପଚରା ଉଚୁରା କରି ସାରିଲାଣି।କିନ୍ତୁ କଥା ଉଠୁଚି ଯେ ଏହି କେଶରେ ଅନେକ ବଡ ବଡିଆ ମାନଙ୍କ ହାତ ରହିଛି ଯାହା ଦ୍ଵାରା ତଦନ୍ତ ସଠିକ ଭାବେ ହୋଇ ପାରୁନାହିଁ।ସାଙ୍ଗମାନେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।ପ୍ରମାଣକୁ ନଷ୍ଟ କରି

ତଦନ୍ତକୁ ଦିଗହରା କରିବାରେ ଅତି ବଡ଼ବଡ଼ିଆ ମାନଙ୍କ ହାତ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।ତେବେ ଏହି ସମୟରେ ବିଦ୍ୟା ଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି।ସାଙ୍ଗମାନେ ଖିଅ ପାଇଗଲା ପୋଲିସ ନା କ୍ରାଇମ ବ୍ରାଞ୍ଚ।ଦୀର୍ଘ ଦୁଇ ମାସ ପରେ କଣ ପାଇଁ ବଦଳିଲା ତଦନ୍ତର ଦିଗ।

ଦୁଇ ଦିନ ପୂର୍ବରୁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥଙ୍କର ଲାଏ ଡିଟେକସନ ପରେ ଆଜି ପୁଣି ବିଦ୍ୟା ଭାରତୀଙ୍କ ଟେଷ୍ଟ ହୋଇଛି।ବିଦ୍ୟା ଭାରତୀ ଆଜି ପୂର୍ବାହ୍ନ ୯ ଘଟିକା ୩୯ ମିନିଟରେ ଭୁବନେଶ୍ବର ଷ୍ଟେଟ ଫରେନ୍ସିକ ଲ୍ୟାବରେ ପହଞ୍ଚିଥିଲେ।ପୂର୍ବାହ୍ନ ୧୦ ଘଟିକାରେ ବିଦ୍ୟା ଭାରତୀଙ୍କର ଏହି ଟେଷ୍ଟ ଆରମ୍ଭ ହୋଇ ଅପରାହ୍ନ ୧ ରେ ସରିଥିଲା।

କ୍ରାଇମ ବ୍ରାଞ୍ଚ ବିଦ୍ୟା ଭାରତୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲିଥିଲା।ଆଉ ବିଦ୍ୟା ଭାରତୀ ଭାବ ବିହ୍ୟୁଲ ହୋଇପଡ଼ିଥିଲେ।ବିଦ୍ୟା ଭାରତୀଙ୍କୁ ସ୍ଵାମୀଙ୍କ ବିଷୟରେ ପଚାରିବାରୁ ସେ ୧୫ ମିନିଟ ପର୍ଯ୍ୟନ୍ତ କିଛି ନ କହି କହି କାନ୍ଦିଥିଲେ।ବିଦ୍ୟା ଭାରତୀଙ୍କର ସୌମ୍ୟଙ୍କ ସହ ବିବାହ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଘଟଣାକୁ ନେଇ ପ୍ରଶ୍ନ କରିଥିଲା କ୍ରାଇମ ବ୍ରାଞ୍ଚ।

ଏହି ଘଟଣାରେ ପୋଲିସ ଓ କ୍ରାଇମ ବ୍ରାଞ୍ଚ କିଛି ତଥ୍ୟ ଆଧାରରେ ଏହି ଲାଏ ଡିଟେକସନ ଟେଷ୍ଟ ଆରମ୍ଭ କରିଛି ବୋଲି ଶୁଣା ଯାଉଛି।ଯଦି କିଛି ଖିଅ ପୋଲିସ କି କ୍ରାଇମ ବ୍ରାଞ୍ଚ ପାଇ ନାହିଁ ତାହେଲେ ଏତେ ସନ୍ତର୍ପଣରେ ଏହି ପ୍ରକ୍ରିୟା ଜାରି ରଖିଛି କାହିଁକି।ବିଦ୍ୟା ଭାରତୀ,ଡିଏଫଓ ଓ ରୋଷେୟାଙ୍କ ଅଧିକ ସଂପୃକ୍ତି ଏବେ ଘନୀଭୂତ ହୋଇଛି।ଖୁବ ଶୀଘ୍ର ଡିଏଫଓ,ବିଦ୍ୟା ଭାରତୀ ଓ ରୋଷେୟାଙ୍କୁ ଗିରଫ ପାଇଁ ଦାବି ମଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *