ବେଦୀରେ ବର (Bride) କୁ ଚାପୁଡ଼ା ମାରିଲା କନିଆଁ,କାରଣ ଜାଣିବା ପରେ ଆପଣ ମଧ୍ୟ ହସି ହସି ଗଡ଼ିଯିବେ

ସାଙ୍ଗମାନେ ଆପଣ ମାନେ ତ ସୋସିଆଲ ମିଡ଼ିଆ ବିଷୟରେ ଜାଣିଥିବେ।ତେବେ ଏଠାରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଘଟିଥାଏ।ତେବେ ଆଜି ମୁଁ ଆପଣ ମାନଙ୍କୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା କହିବାକୁ ଯାଉଛି।ତେବେ ଏହି ବିଷୟରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ସାଙ୍ଗମାନେ ଆଜି ଆମେ ଜାଣିବା ଏକ ଏପରି ଘଟଣା କଥା ବିଷୟରେ ଯେଉଁ ଘଟଣାରେ ବେଦୀ ଉପରେ ବରକୁ ଚାପୁଡ଼ା ମାରିଲା କନିଆଁ।।

ତେବେ ଯାହା କିଛି ସୂଚନା ଆସିଛି ହଠାତ ବେଦୀ ଉପରେ ରାଗିଗଲେ କନିଆଁ।ହଠାତ ପଣ୍ଡିତଙ୍କୁ ମନ୍ତ୍ର ପଢ଼ାରୁ ଅଟକାଇ ବରଙ୍କୁ ମାରିଲେ ଚାପୁଡ଼ା।ବରକୁ କନିଆଁଙ୍କର ଏହି ଚାପୁଡ଼ା ମରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହଉଚି।ପଣ୍ଡିତେ ମନ୍ତ୍ର ପଢୁଥିଲେ।ବାଜା ବାଜୁଥିଲା।ଅନେକ ଲୋକେ ଓ ଅତିଥି ସେଠାରେ ରୁଣ୍ଡ ହୋଇଥିଲେ।

ଏତିକି ବେଳେ କେଜାଣି କେଉଁ କାରଣରୁ ହଠାତ ମଣ୍ଡପ ଉପରେ ରାଗିଗଲେ କନିଆଁ।ରାଗରେ ତମ ତମ ହୋଇ ମନ୍ତ୍ର ପଢ଼ୁଥିବା ପଣ୍ଡିତଙ୍କୁ ଅଟକାଇଦେଲେ ତ ଏହାପରେ ପୁଣି ବରକୁ ମାରିଲେ ଚାପୁଡ଼ା।ଏଭଳି ଏକ ଆଶ୍ଚର୍ଯ୍ୟକର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହବାରେ ଲାଗିଚି।ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଅଧିକ ମାତ୍ରାରେ ସେୟାର ହଉଚି।

ଏଥିରେ ଦେଖିବାକୁ ମିଳିଚିଯେ ବର କନିଆଁ ମଣ୍ଡପରେ ବସିଚନ୍ତି।କଥା ହାତ ଗଣ୍ଠି ପଡିବା ଯାଏଁ ଯାଇଚି।ଏହାପରେ ହଠାତ କନିଆଁ ନିଜ ହାତକୁ ନେଇ ଆସି ପଣ୍ଡିତଙ୍କୁ ମନ୍ତ୍ର ପଢିବାରେ ଅଟକାଇଚନ୍ତି।ପରେ ପାଖରେ ବସିଥିବା ଅନ୍ୟ ଜଣେ ଯୁବକ କିଛି କହିବାରୁ କନିଆଁ ସେହି ବ୍ୟକ୍ତିକୁ ରାଗିଯାଇ ଚାପୁଡ଼ା ମାରିଚନ୍ତି।

ଏହାପରେ ପାଖରେ ବସିଥିବା ବର କିଛି କହିବାରୁ ତାଙ୍କୁ ମଧ୍ୟ ଛାଡି ନାହାଁନ୍ତି କନିଆଁ।ରାଗିଯାଇ ବର ଗାଲ ପାଖରେ ଜୋରରେ ଚାପୁଡ଼ା କସିଦେଇଚନ୍ତି କନିଆଁ।ଏହାପରେ ସେ ଶୀଘ୍ର ଯାଇ ପାଟିରୁ ଗୁଟକା ଫୋପାଡ଼ ବୋଲି କହୁଚନ୍ତି।ନବ ବଧୁର କଥା ମାନି ବର ବି ଧଡ଼ ପଡ଼ ଠିଆ ହୋଇ ଯାଉଚି ଏହାପରେ ଠିଆ ହେବା ପରେ ବର ଖାଉଥିବା ଗୁଟକାକୁ ମୁହଁରୁ ଫୋପାଡି ଦଉଚି।

ତେବେ ଏହି ମଜାଦାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହଉଚି।ତେବେ ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ଦୁଇ ହଜାରରୁ ଅଧିକ ଲାଇକ ମିଳିସାରିଲାଣି।ଅନେକ ଲୋକେ ଏହି ଭିଡିଓରେ ନିଜର ମତ ମଧ୍ୟ ଦେଇଛନ୍ତି।କନିଆଁ ଜଣଙ୍କ ବରକୁ ଉଚିତ ଶିକ୍ଷା ଦେଇଚି ବୋଲି କିଛି ଲୋକ ଲେଖିଛନ୍ତି।ତେବେ କେଉଁ ସ୍ଥାନରେ ଏଭଳି ଘଟଣା ଘଟିଚି ସେନେଇ କିଛି ସୂଚନା ମିଳିନାହିଁ।କୁହାଯାଉଚି ଗୁଟକା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନି କାରକ ଵାର୍ତା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥାଇ ପାରେ।

Leave a Reply

Your email address will not be published. Required fields are marked *