ଟି୨୦ ବିଶ୍ଵକପ ପାଇଁ ଭାରତୀୟ ଦଳର Mentor ସାଜିଥିବା ଧୋନି ଟଙ୍କାଟିଏ ମଧ୍ୟ ଦରମା Charge କରିବେ ନାହିଁ,କାରଣ ଜାଣିଲେ ଆପଣ କହିବେ ଧୋନୀ ତମେ ମହାନ..

ସାଙ୍ଗମାନେ ଆପଣ ମାନେ ତ ମହେନ୍ଦ୍ର ସିଂହ ଧୋନୀ ବିଷୟରେ ଜାଣିଥିବେ।ତେବେ ସେ ହେଉଛନ୍ତି ଭାରତର ପୂର୍ବତନ ଅଧିନାୟକ।ତେବେ ସେ ଜଣେ ଭଲ କ୍ରିକେଟର ହେବା ସହିତ ଭଲ ମଣିଷ ଜଣେ ମଧ୍ୟ।ତେବେ ତାଙ୍କ ଅଧିନରେ ଭାରତ ସମସ୍ତ ପ୍ରକାର ବିଶ୍ଵ ଚମ୍ପିୟାନ ହେବାର ଗୌରବ ଲାଭ କରି ସାରିଛି।ତେବେ ଆଗକୁ ଆସୁଥିବା ଟି୨୦ ବିଶ୍ଵ କପରେ ସେ ମେଣ୍ଟର ଭାବରେ କାର୍ଯ୍ୟ କରିବେ।ସାଙ୍ଗମାନେ ପୁଣି ହୃଦୟ ଜିତିଲେ ମହେନ୍ଦ୍ର ସିଂହ ଧୋନି।

ଟିମ ଇଣ୍ଡିଆ ପାଇଁ ସଂପୂର୍ଣ୍ଣ ମାଗଣାରେ କାମ କରିବେ ମାହୀ। ଭାରତୀୟ ଦଳର ମାର୍ଗ ଦର୍ଶକ ଭାବେ କିଛି ବି ଚାର୍ଜ କରିବେ ନାହିଁ।ଦେଶର ଅଧିନାୟକ ଠାରୁ ଜାତୀୟ ଦଳର ମାର୍ଗ ଦର୍ଶକ।ଆସନ୍ତା ଟି – ୨୦ ବିଶ୍ଵକପରେ ଭାରତୀୟ ଦଳର ମେଣ୍ଟର ଦାୟିତ୍ଵରେ ରହିବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।ତେବେ ଏହି ଗୁରୁ ଦାୟିତ୍ଵ ପାଇଁ ମାହି ବିସିସିଆଇ ଠାରୁ କୌଣସି ପାଉଣା ନେବେ ନାହିଁ।

ସେ ସମ୍ପୂର୍ଣ ମାଗଣାରେ ଟିମ ଇଣ୍ଡିଆ ପାଇଁ କାମ କରିବେ। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ସାହା ଏ ନେଇ ସୂଚନା ଦେଇଛନ୍ତି।ଟିମ ଇଣ୍ଡିଆର ମେଣ୍ଟର ବା ମାର୍ଗ ଦର୍ଶକ ଭାବେ ନିଯୁକ୍ତି ପାଇଛନ୍ତି କିନ୍ତୁ ଏହି ଦାୟିତ୍ଵ ସମ୍ପାଦନ କରିବା ପାଇଁ ଧୋନି ବିସିସିଆଇଠାରୁ ଗୋଟିଏ ହେଲେ ଟଙ୍କା ନେବେ ନାହିଁ।ଏହା ସେ ନିଜେ ସୂଚନା ଦେଇଛନ୍ତି।

ସଂପୂର୍ଣ୍ଣ ମାଗଣାରେ ସେ ଟିମ ଇଣ୍ଡିଆ ପାଇଁ କାମ କରିବେ।ଗାଙ୍ଗୁଲି ଏବଂ ସାହାଙ୍କ କହିବା ଅନୁସାରେ ଟି – ୨୦ ଏବଂ ବିଶ୍ଵକପ ସମୟରେ ଟିମର ମେଣ୍ଟର ଭୂମିକାରେ ରହିବାକୁ ଥିବା ଧୋନି ଏଥି ପାଇଁ ଦରମା,ଫି କିମ୍ୱା ଅନ୍ୟ ଆର୍ଥିକ ସହାୟତା ନେବେ ନାହିଁ।ଟିମ ଇଣ୍ଡିଆକୁ ସଂପୂର୍ଣ୍ଣ ମାଗଣାରେ ସେବା ଦେବା ପାଇଁ ଧୋନି ରାଜି ହୋଇଥିବାର ବିସିସିଆଇ ପକ୍ଷରୁ ଉଭୟ ସଭାପତି ଓ ସମ୍ପାଦକ ମାହିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଧୋନୀଙ୍କର ଏହି ନିଷ୍ପତିକୁ ସୋସିଆଲ ମିଡିଆରେ ବହୁତ ତାରିଫ କରାଯାଉଛି।ଧୋନିଙ୍କ ନେତୃତ୍ୱରେ ୨୦୦୭ରେ ପ୍ରଥମ ଟି – ୨୦ ବିଶ୍ଵକପରେ ଭାରତ ଚମ୍ପିୟାନ ହୋଇଥିଲା।ପରେ ୨୦୧୧ରେ ଟିମ ଇଣ୍ଡିଆ ଦିନିକିଆ ବିଶ୍ଵକପ ଜିତିଥିଲା ମାହୀଙ୍କ କ୍ୟାପଟେନସିପରେ।୨୦୧୯ ବିଶ୍ଵକପରେ ଭାରତ ସେମି ଫାଇନାଲରେ ନିଉଜିଲ୍ୟାଣ୍ଡଠାରୁ ହାରିଥିଲା।

ଏହି ମ୍ୟାଚ ପରେ ଧୋନିଙ୍କୁ ଆଉ ଟିମ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳି ନାହିଁ।ସେ ୨୦୨୦ ଅଗଷ୍ଟରେ ଆନ୍ତର୍ଜାତୀୟ କ୍ରିକେଟରୁ ଆଲବିଦା କହିଥିଲେ ବି ଆଇପିଏଲ ଖେଳୁଛନ୍ତି।ଆଇପିଏଲ ୨୦୨୧ ସାରିବା ପରେ ଧୋନି ମେଣ୍ଟର ଭାବେ ଟିମ ଇଣ୍ଡିଆ ସହ ଯୋଗ ଦେବେ।ତେବେ ଦେଖାଯାଉ ଏହି ବିଶ୍ଵ କପରେ ତାଙ୍କ ମାର୍ଗ ଦର୍ଶନରେ ଭାରତ ବିଶ୍ଵ ଚମ୍ପିୟାନ ହେଉଛି ନା ନାହିଁ।

Leave a Reply

Your email address will not be published. Required fields are marked *