ସରକାରଙ୍କ ଆଉ ଗୋଟିଏ ସବସିଡି ସୁବିଧା,ଟ୍ରାକ୍ଟର ଓ ପାୱାରଟିଲର (Powertiller) ଉପରେ ସରକାରଙ୍କ ବିଶେଷ ସହାୟତା,ଏଭଳି ଭାବେ ସମସ୍ତେ ନେଇ ପାରିବେ ସୁବିଧା

ତେବେ ସରକାରଙ୍କ ତରଫରୁ ବର୍ତ୍ତମାନ କୃଷି କାର୍ଯ୍ୟ ନିମନ୍ତେ ଟ୍ରାକ୍ଟର ଓ ପାୱାରଟିଲର ଉପରେ ସରକାରଙ୍କ ତରଫରୁ ବର୍ତ୍ତମାନ ବିଶେଷ ଧରଣର ରିହାତି ପ୍ରଦାନ କରା ଯାଇଛି।ଏହା ସହିତ ସରକାର ବର୍ତ୍ତମାନ ସମସ୍ତ ଉଦ୍ୟାନ କୃଷି ପାଇଁ ଏହି ସହାୟତା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି।ଏହା ସହିତ ସରକାର ବର୍ତ୍ତମାନ ଜାତୀୟ କୃଷି ଯୋଜନା ମାଧ୍ୟମରେ ଏହି କୃଷି ଯୋଜନାର ଆରମ୍ଭ କରିବା ସହିତ ଏହାକୁ ବର୍ତ୍ତମାନ ସମସ୍ତ କୃଷକ ମାନଙ୍କ ପାଇଁ ଫଳ ପ୍ରଦ କରିବା ପାଇଁ ପ୍ରୟାସ କରୁଛନ୍ତି।

ତେବେ ଆମେ ବର୍ତ୍ତମାନ କେଉଁ ବର୍ଗର ଲୋକ କେତେ ଅଶ୍ଵସକ୍ତି ବିଶିଷ୍ଟ ଟ୍ରାକ୍ଟର ଓ ପାୱାରଟିଲର କିଣିଲେ କେତେ ପରିମାଣର ରିହାତି ମିଳେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ସାଧାରଣ ବର୍ଗର ଲୋକମାନେ ଯଦି ୨୦ ଅଶ୍ୱଶକ୍ତି କ୍ଷମତା ମଧ୍ୟରେ ଟ୍ରାକ୍ଟର କିଣୁଛନ୍ତି ତେବେ ସେମାନଙ୍କୁ ପ୍ରାୟ ୦.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

ଏହା ସହିତ ଯଦି ଆପଣ ମହିଳା କିମ୍ବା ଅନ୍ୟାନ୍ୟ କୌଣସି ବର୍ଗର ଲୋକଙ୍କ ନାମରେ ଟ୍ରାକ୍ଟର କିଣିବେ ତେବେ ଆପଣଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।ଏହା ସହିତ ଆପଣ ଯଦି ୮ ଅଶ୍ୱସକ୍ତି ବିଶିଷ୍ଟ ପାୱାରଟିଲର କିଣିବେ ତେବେ ସାଧାରଣ ବର୍ଗର ଲୋକଙ୍କୁ ପ୍ରାୟ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

ଏହା ସହିତ ଆପଣ ଯଦି ମହିଳା କିମ୍ବା ଅନ୍ୟାନ୍ୟ କୌଣସି ବର୍ଗର ଲୋକ ହୋଇଥାନ୍ତି ତେବେ ଆପଣଙ୍କୁ ପ୍ରାୟ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।ଏହାପରେ ହେଉଛି ଜମି ପ୍ରସ୍ତୁତି,ତଳିଘରା ଓ ଚାଷ ପାଇଁ ଆବଶ୍ୟକ ହେଉଥିବା ଉପକରଣ ପାଇଁ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ବରା ହଜାର ଟଙ୍କା ରିହାତି ରହିଛି

ଏହା ବ୍ୟତୀତ ଅନ୍ୟ ବର୍ଗର ଲୋକ ଓ ମହିଳା ମାନଙ୍କ ପାଇଁ ପନ୍ଦର ହଜାର ଟଙ୍କା ରିହାତି ରହିଛି।ଏହାପରେ ହେଉଛି ମଞ୍ଜିବୁଣା,ତଳି ରୁଆ ଅମଳ ଓ ଗାତ ଖୋଳିବା ଯନ୍ତ୍ରପାତି।ଏହା ପାଇଁ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ବରା ହଜାର ଟଙ୍କା ରିହାତି ରହିଛି ଏହା ବ୍ୟତୀତ ଅନ୍ୟ ବର୍ଗର ଲୋକ ଓ ମହିଳା ମାନଙ୍କ ପାଇଁ ପନ୍ଦର ହଜାର ଟଙ୍କା ରିହାତି ରହିଛି।

ଏହା ସହିତ ଏହା ବ୍ୟତୀତ ଅନ୍ୟାନ୍ୟ ସ୍ଵୟଂ ଚାଳିତ ଉଦ୍ୟାନ ଯନ୍ତ୍ରପାତି ବାବଦରେ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି।ଏହା ସହିତ ମହିଳା ଓ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ପାଇଁ ପ୍ରାୟ ଏକ ଲକ୍ଷ ପଚିଶ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି।ଏହା ସହିତ ଶକ୍ତି ଚାଳିତ ସିଞ୍ଚନ ଯନ୍ତ୍ର ଯାହାର କ୍ଷମତା ୧୬ ଲିଟରରୁ ଅଧିକ ହୋଇଥିବ

ସେହି ଯନ୍ତ୍ର ପାଇଁ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ପ୍ରାୟ ଆଠ ହଜାର ଟଙ୍କାର ରିହାତି ରହିଛି।ଏହା ସହିତ ମହିଳା ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ପ୍ରାୟ ୧୨ ହଜାର ଟଙ୍କାର ରିହାତି ରହିଛି।ଏହା ସହିତ ଏହାପରେ ହେଉଛି ଟ୍ରାକ୍ଟର ଚାଳିତ ସିଞ୍ଚନ ଯନ୍ତ୍ର।ଯାହାର କ୍ଷମତା ୨୦ ବି ଏଚ ପି ରୁ କମ ହୋଇଥିବ।

ଏହି ଯନ୍ତ୍ର ପାଇଁ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ପ୍ରାୟ ଆଠ ହଜାର ଟଙ୍କାର ରିହାତି ରହିଛି।ଏହା ସହିତ ମହିଳା ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ପ୍ରାୟ ୧୨ ହଜାର ଟଙ୍କାର ରିହାତି ରହିଛି।ଏହାପରେ ହେଉଛି ଟ୍ରାକ୍ଟର ଚାଳିତ ସିଞ୍ଚନ ଯନ୍ତ୍ର।ଯାହାର କ୍ଷମତା ୩୫ ବି ଏଚ ପି ରୁ ଅଧିକ ହୋଇଥିବ।ଏହାର ରିହାତି ମୂଲ୍ୟ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ପଚାଶ ହଜାର ଟଙ୍କା ରହିଛି

ଏହା ସହିତ ମହିଳା ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ରିହାତି ମୂଲ୍ୟ ୬୩ ହଜାର ଟଙ୍କା ରହିଛି।ତେବେ ସରକାରଙ୍କ ଏହି ସମସ୍ତ ସହାୟତା ଚାଷୀ ମାନଙ୍କ ପାଇଁ ଅନେକ ଫଳ ପ୍ରଦ ହୋଇ ପାରିବ।

Leave a Reply

Your email address will not be published. Required fields are marked *