ଆସିଲା ସବୁଠୁ ବଡ ବିପଦ,2050 ବେଳକୁ ଓଡ଼ିଶାର ଅଧା ଉପକୂଳ (Coastal) ଅଞ୍ଚଳ ସମୁଦ୍ର ରେ ବୁଡ଼ିଯିବ,ସାମ୍ନା କୁ ଆସିଲା ଏହି ସାଙ୍ଘାତିକ ତଥ୍ୟ,ଜାଣିଲେ ଡରିଯିବେ ସମୁଦ୍ରକୂଳିଆ ଲୋକ

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଅସନ୍ତୁ ଜାଣିବା ଏହି ବିଷୟରେ।ତେବେ ଗବେଷଣା ଅନୁଯାୟୀ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି।ଏହାକୁ ଜାଣି ଆପଣମାନେ ଭୟଭୀତ ହୋଇପାରନ୍ତି।ତେବେ ମିଳିଥିବା ଖବର ଅନୁସାରେ ବଦଳୁଛି ଜଳବାୟୁ ଏବଂ ସନ୍ତୁଳନ ହରାଉଛି ପରିବେଶ।

କୂଳ ଲଂଘୁଛି ସମୁଦ୍ର ଏବଂ ଜଳ ପତନ ବଢୁଛି।ବିଶ୍ୱର ଉପକୂଳକୁ ଘନାଉଛି ବିପଦ।୩୦ ବର୍ଷ ପରେ ଉପକୂଳରେ ଆସିବ ଜଳ ପ୍ରଳୟ।୨୦୫୦ ସୁଦ୍ଧା ବୁଡିଯିବ ବିଭିନ୍ନ ଦେଶର ଉପକୂଳରେ ଥିବା ଅନେକ ବଡ଼ ବଡ଼ ସହର।ପାଣି ଭିତରେ ଲୁଚିଯିବ ସୁଉଚ୍ଚ ଅଟାଳିକା ଏବଂ ପ୍ରାଚୀନ କୀର୍ତିରାଜି।ଏପରି ଆଶ୍ଚର୍ଯ୍ୟ ଜନକ ଆକଳନ କରିଛି ଜଳବାୟୁ ବିଜ୍ଞାନ ଉପରେ କାର୍ୟ୍ଯକରୁଥିବା କ୍ଳାଇମେଟ ସେଣ୍ଟ୍ରାଲ।

ରିପୋର୍ଟ ଅନୁସାରେ ଉଳେଖ ରହିଛି ୨୦୫୦ ସୁଦ୍ଧା ଉପକୂଳ ଜଳମଗ୍ନ ହେବାଦ୍ୱାରା ପ୍ରଭାଭିତ ହେବେ ୩୦ କୋଟି ଲୋକ।ପୂର୍ବରୁ ପ୍ରାୟ ଆଠ କୋଟି ଲୋକ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରାଯାଉଥିଲା।ବର୍ତ୍ତମାନ ଆକଳନ ଅନୁସାରେ ଏହା ତିନି ଗୁଣାରୁ ଅଧିକ।ବିଶେଷ କରି ଛଅଟି ଦେଶ ଚୀନ, ବାଂଲାଦେଶ, ଭାରତ, ଭିଏତନାମ, ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ଉପକୂଳକୁ ବୁଡ଼ାଇଦେଵ ସମୁଦ୍ର।

ଚୀନର ନଅ କୋଟି ତିରିଶ ଲକ୍ଷ, ବାଂଲାଦେଶର ଚାରି କୋଟି ଏବଂ ଭାରତର ତିନି କୋଟି ଷାଠିଏ ଲକ୍ଷ ଲୋକ ପ୍ରଭାବିତ ହେବେ।ଭିଏତନାମର ତିନି କୋଟି ଦଶଲକ୍ଷ, ଇଣ୍ଡୋନେସିଆର ଦୁଇ କୋଟି ତିରିଶ ଲକ୍ଷ, ଥାଇଲ୍ୟାଣ୍ଡରେ ପ୍ରଭାଭିତ ହେବେ କୋଟିଏ ଦଶ ଲକ୍ଷ ଲୋକ।ଏହି ଛଅଟି ଦେଶର ଉପକୂଳର ୭୫% ସମୁଦ୍ରଗର୍ଭରେ ଲୀନ ହୋଇଯାଇପାରେ।

ଭାରତ ଉପକୂଳର ବହୁ ସହର ପ୍ରତି ବିପଦ ମଧ୍ୟ ବଢୁଛି।ପୂର୍ବ ଉପକୂଳରେ ବେସି କ୍ଷତିଗ୍ରସ୍ତ ହେବ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳ।କ୍ଳାଇମେଟ ସେଣ୍ଟ୍ରାଲ ତଥ୍ୟ ଅନୁସାରେ ଓଡିଶା ଉପକୂଳର ଚିଲିକା, କୋଣାର୍କ ସାତପଡ଼ା ବ୍ରହ୍ମଗିରି, କାକଟପୁର,ପାରାଦୀପ, କେନ୍ଦ୍ରାପଡା,ପଟାମୁଣ୍ଡାଇ, ଆଳି, ଚାନ୍ଦବାଲି, ବାସୁଦେବପୁର, ଚାନ୍ଦିପୁର, ବାଲିଆପାଳ ଆଦି ଉଅକୁଳିଆ ଅଞ୍ଚଳକୁ ବୁଡାଇଦେବ ସମୁଦ୍ର ପାଣି।

ପଶ୍ଚିମବଙ୍ଗର ସୁନ୍ଦରବନ, ହଳଦିଆ,ଦୀଘା ଆଦି ଉପକୂଳ ବି ବୁଡିଯିବ।ସେହିଭଳି ପଶ୍ଚିମ ଉପକୂଳରେ ନଭି ମୁମ୍ବାଇ ଏବଂ ଗୁଜୁରାଟ ଉପକୂଳ ପ୍ରତି ବିପଦ ରହିଛି।ସହର ଗୁଡିକ ଗ୍ଲୋବାଲ ୱାରମିଙ୍ଗର ହଟସ୍ପଟ ପାଲଟିଛି।ବିଶେଷ କରି କାର୍ବନ ଡାଇ ଅକସାଇଡ଼ ଗ୍ୟାସ ଏବଂ ଗ୍ରୀନ ହାଉସ ଗ୍ୟାସ ଅଧିକ ନିର୍ଗତ ହେଲେ ତାପମାତ୍ରା ବୃଦ୍ଧି ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଛି

।ଏଥିପାଇଁ ୨୦୪୦ ସୁଦ୍ଧା ବିଶ୍ୱରେ ତାପମାତ୍ରା ଏକ ଦଶମିକ ପାଞ୍ଚ ଡିଗ୍ରୀ ବଢିବାର ଆଶଙ୍କା ରହିଛି।ସେହିପରି ଏକ ବିଂଶ ଶତାବ୍ଦୀରେ ସମୁଦ୍ରର ଜଳପତନ ଦୁଇରୁ ସାତ ଫୁଟ କିମ୍ବା ତା ଠାରୁ ଅଧିକ ହେବାର ସମ୍ଭାବନା ରହିଛି।ଏହି ଆକଳନ ବିଶ୍ୱ ପ୍ରତି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *