ମୋଟା ହେବେ କିପରି,କ’ଣ ଖାଇଲେ ପତଳା ଲୋକଙ୍କ ଓଜନ ବଢ଼ିବ? Weight Gain ହେବାର ଉପାୟ ଗୁଡିକ ଜାଣିରଖନ୍ତୁ ଖାଦ୍ୟ ବିଶେଷଜ୍ଞ ଡାକ୍ତର ସୁନିତା ସାହୁ ଙ୍କ ଠାରୁ

ଆଜିକାଲି ଅନେକ ଲୋକଙ୍କ ପାଖରେ ଓଜନ ସମସ୍ୟା ଦେଖା ଯାଉଛି।କାହାର ଓଜନ ଅଧିକ ହୋଇ ଯାଇଥିବା ବେଳେ ଆଉ କାହାର ଓଜନ କମ ରହି ଯାଉଛି।ତେବେ ଆପଣଙ୍କ ଓଜନ ସଠିକ ଅଛି କି ନାହିଁ ଏହା ଆପଣ ନିଜର ଉଚ୍ଚତାରୁ ଜାଣି ପାରିବେ।ତେବେ ଆପଣଙ୍କ ଉଚ୍ଚତା ଅନୁସାରେ ଆପଣଙ୍କ ଓଜନ ରହିବା ଆବଶ୍ୟକ।ଯେପରିକି ଯଦି ଆପଣଙ୍କ ଉଚ୍ଚତା ୫ ଫୁଟ ତେବେ ଆପଣଙ୍କ ଓଜନ ପଚାଶ କେଜି କିମ୍ବା ୫୫ କେଜି ମଧ୍ୟରେ ରହିବା ଆବଶ୍ୟକ।ଏହା ପାଇଁ ଏକ ନିର୍ଦ୍ଧିଷ୍ଟ ହିସାବ ବ୍ୟବସ୍ଥା ରହିଛି।

ତେବେ ଓଜନ କମ ହେବାର କାରଣ ସାଧାରଣ ଭାବରେ ବଂଶ ଗତ କାରଣ ପାଇଁ ହୋଇଥାଏ।ଯଦି ସେମାନଙ୍କର ପିତା ମାତାଙ୍କ ଓଜନ କମ ଥାଏ ତେବେ ସେହି ବ୍ୟକ୍ତିଙ୍କ ଓଜନ ମଧ୍ୟ କମ ହେବାର ସମ୍ଭାବନା ଅଧିକ ଥାଏ।ଏହା ସହିତ ଯଦି ଆପଣ ଉପଯୁକ୍ତ ପୋଷଣର ଖାଦ୍ୟ ଖାଇବେ ନାହିଁ ତେବେ ଆପଣଙ୍କ ଶରୀରର ଉପଯୁକ୍ତ ବୃଦ୍ଧି ହେବ ନାହିଁ।ଯାହା ଫଳରେ ଆପଣଙ୍କ ଶରୀରର ଓଜନ ସଠିକ ହେବ ନାହିଁ।

ଏହା ସହିତ ଆପଣଙ୍କ ଶରୀରର ଓଜନ ଯେତିକି ଆପଣଙ୍କ ଶରୀରକୁ ସେତିକି କ୍ୟାଲୋରୀର ପ୍ରୋଟିନ ନିହାତି ଆବଶ୍ୟକ ହୋଇଥାଏ।ଏହାଠାରୁ କମ ପ୍ରୋଟିନ ଯଦି ଆପଣ ଗ୍ରହଣ କରନ୍ତି ତେବେ ଆପଣଙ୍କ ଶରୀରର ବୃଦ୍ଧି ସଠିକ ଭାବରେ ହୁଏ ନାହିଁ।ଏହା ସହିତ ଆପଣ ଯଦି ନିଜ ଶରୀରର ଓଜନ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଉପଯୁକ୍ତ ପରିମାଣର ପ୍ରୋଟିନ ଖାଇବା ଆବଶ୍ୟକ।

କାରଣ ଉପଯୁକ୍ତ ମାତ୍ରାରେ ପ୍ରୋଟିନ ଖାଇବା ଫଳରେ ଆପଣ ଯାଇ ନିଜର ଓଜନ ବଢ଼ାଇବା ପାଇଁ ସଫଳ ହୋଇ ପାରିବେ।ଏହା ସହିତ ଆପଣ ପ୍ରୋଟିନ ବଢ଼ାଇବା ପାଇଁ ଅଧିକ ମାତ୍ରାରେ ଅଣ୍ଡା,କ୍ଷୀର ଓ ଆମିଷ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ।ଯାହା ଫଳରେ ଆପଣଙ୍କ ଶରୀରର ଓଜନ ବୃଦ୍ଧି ହୋଇ ପାରିବ।

ଏହା ସହିତ ଆପଣ ନିଜର ଓଜନ ବଢ଼ାଇବାକୁ ଚାହୁଁଥିଲେ ତେବେ ଆପଣ ନିଜର ଦୈନିନ୍ଦୀନ ଖାଦ୍ୟ ଖାଇବାରେ ବୃଦ୍ଧି କରିବା ନିହାତି ଭାବରେ ଆବଶ୍ୟକ।ଯାହା ଫଳରେ ଆପଣ ଅଧିକ ପ୍ରୋଟିନ ପାଇ ପାରିବେ।ତେବେ ଅନେକ ଲୋକ ମିଠା ଓ ବାହାରର ଖାଦ୍ୟ ଖାଇ ନିଜର ଓଜନ ବଢ଼ାଇବା ପାଇଁ ପ୍ରୟାସ କରି ଥାଆନ୍ତି।

ମାତ୍ର ଏପରି କରିବା ଫଳରେ ସେମାନଙ୍କ ଓଜନ ବଢିଯିବ କିନ୍ତୁ ସେମାନଙ୍କ ଶରୀରର ଯେଉଁ ଶକ୍ତି ଓ ବୃଦ୍ଧି ଆବଶ୍ୟକ କରୁଥିଲା ତାହା ସେମାନଙ୍କୁ ମିଳିବ ନାହିଁ।ସେହି କାରଣରୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇ ନିଜର ଓଜନ ବଢାଇବା ଆବଶ୍ୟକ।ଏହା ସହିତ ଅନେକ ଲୋକ ନିଜର ଓଜନ ବଢାଇବା ପାଇଁ ମଦ୍ୟ ପାନ କରି ଥାଆନ୍ତି।

ଯାତ୍ରା ଏପରି କରିବା ଫଳରେ ସେମାନଙ୍କ ଶରୀର ଭିତରୁ ଦୁର୍ବଳ ହୋଇ ଯାଇଥାଏ।ଏହା ସହିତ କିଛି ଲୋକ ଏପରି ଚିନ୍ତା କରି ଥାଆନ୍ତି କି ସେମାନେ ପତଳା ଅଛନ୍ତି ଯାହା ଫଳରେ ସେମାନଙ୍କୁ ବ୍ୟାୟାମ କରିବାର କୌଣସି ଆବଶ୍ୟକତା ନାହିଁ।ମାତ୍ର ସେମାନେ ଏହା ଜାଣିବା ଆବଶ୍ୟକ କି ଜଣେ ବ୍ୟକ୍ତି ମୋଟାରୁ ପତଳା ହେବା ପାଇଁ ଯେତିକି ବ୍ୟାୟାମ ଆବଶ୍ୟକ ଜଣେ ବ୍ୟକ୍ତି ପତଳାରୁ ମୋଟା ହେବା ପାଇଁ ମଧ୍ୟ ସେତିକି ଶାରିରୀକ ପରିଶ୍ରମ ଆବଶ୍ୟକ।ବ୍ୟାୟାମ କରିବା ଫଳରେ ମଧ୍ୟ ସେମାନଙ୍କ ଓଜନରେ ବୃଦ୍ଧି ହୋଇ ପାରିବ।

Leave a Reply

Your email address will not be published. Required fields are marked *