ଅକ୍ଟୋବର ରେ ଆସିବ ପ୍ରବଳ ବର୍ଷା,ବାତ୍ୟା ନେଇ ନେଇ ସ୍ପଷ୍ଟ ହେଇ ନାହିଁ ,ଏହି ଜିଲ୍ଲା ପ୍ରବଳ ବର୍ଷା ରେ ବୁଡିବ,ଏହି ଜାଗାରେ ହେବ ପ୍ରବଳ ବର୍ଷା ପାଣିପାଗ Chief Mrutunjay ଙ୍କ ସୂଚନା

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଓଡିଶାର ପାଣିପାଗକୁ ନେଇ କିଛି ବିଶେଷ ଖବର ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ସୂଚନା।ତେବେ ଯେଉଁ ବାତ୍ୟା ଆସିବ ବୋଲି କୁହାଯାଉଥିଲା ସେହି ଆଶଙ୍କା ବର୍ତ୍ତମାନ ଟଳି ଯାଇଛି।କିନ୍ତୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଟଳିଲା ବାତ୍ୟା ଆଶଙ୍କା।ବାତ୍ୟା ନୁହେଁ କେବଳ ବର୍ଷା ହେବ।ଆଜି ଓ କାଲି ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।୧୭ ତାରିଖ ପର୍ଯ୍ୟନ୍ତ ରହିଛି ପ୍ରବଳ ବର୍ଷା ହେବାର ସମ୍ଭାବନା।ତେବେ ଯାହାକିଛି ସୂଚନା ମିଳିଛି ସେହି ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର।ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ।

ତେବେ ଅସନ୍ତୁ ଜାଣିବା ଏହି ସମ୍ପର୍କରେ ଆଇ ଏମ ଡି ଡିଜି ମୃତୁଞ୍ଜୟ ମହାପାତ୍ର କଣ କହୁଛନ୍ତି।ଆଇ ଏମ ଡି ଡିଜି ମୃତୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ ଯେପରି ଆମେ ଆଗରୁ ପୂର୍ବନୁମାନ କରୁଥିଲୁ ସାଇକ୍ଲୋନିକ ସରକୁଲେସନ ପ୍ରଭାବରେ ଏକ ଲୋ ପ୍ରେସର ଏରିଆ ସୃଷ୍ଟି ହୋଇଛି।ଏହା ଧୀରେ ଧୀରେ ଗତି କରି ୧୫ ତାରିଖରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ କେନ୍ଦ୍ରୀଭୂତ ହେବ।

ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଏହା ସହିତ ଅଳ୍ପ କେତୋଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ବିଶେଷକରି ପ୍ରଥମତଃ ଆଜି ଏବଂ କାଲି ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ।ଏବଂ ଏହାପରେ ଆଭ୍ୟନ୍ତରୀଣ ଓଡିଶାକୁ ଏହା ପ୍ରଭାବ ପକାଇବ।କିନ୍ତୁ ଏହାର ଅଧିକ ବର୍ଷା ପୂର୍ବନୁମାନ କରାଯାଇନାହିଁ

ବରଂ କେବଳ ପ୍ରବଳ ବର୍ଷାର ପୂର୍ବନୁମାନ କରାଯାଇଛି।ତେବେ ଲଘୁଚାପ ପ୍ରଭାବରେ ପୁଣିଥରେ ରାଜ୍ୟରେ ହେବ ବର୍ଷା।ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଯାହାର ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।ଫଳରେ ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ର ଉପକୂଳରେ ୧୬ ଏବଂ ୧୭ ତାରିଖରେ ପ୍ରବଳ ବର୍ଷା ହୋଇପାରେ।

ଏହାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି।ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବନୁମାନ ପରେ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇପାରେ।ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *