ଭୁବନେଶ୍ୱର ପ୍ରସିଦ୍ଧ Rabi ଭାଇ ଙ୍କ ବରା (Bara) କାହିଁକି ତେଲରେ ହାତ ପୂରେଇକି ଛାଣିଥାନ୍ତି ସେ,ଥରେ ଖାଇଲେ ବାରମ୍ବାର କାହିଁକି ଲୋକ ଆସନ୍ତି,କଣ ତାଙ୍କ ସିକ୍ରେଟ ଆଜି ଜାଣି ନିୟନ୍ତୁ

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ରବି ଭାଇଙ୍କ ପ୍ରସିଦ୍ଧ ବରା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତାଙ୍କ ନାମ ହେଉଛି ରବୀନ୍ଦ୍ର ରାଉତ।ତାଙ୍କ କହିବା ଅନୁସାରେ ସେ ୧୩ ବର୍ଷରୁ ଭୁବନେଶ୍ୱର ଆସି ବରା ଏବଂ ଆଲୁଚପ ବିକୁଥିଲେ।ଓ ଏହାପରେ ଲୋକଙ୍କ ସାହାଯ୍ୟ ପାଇଁ ଏକ ଛୋଟ ଦୋକାନ ଖଣ୍ଡେ ମଧ୍ୟ କଲେ।ଓ ତାହା ଆସ୍ତେ ଆସ୍ତେ ଚାଲିଛି।

ସେବେଠାରୁ ଏହି ସ୍ଥାନ ତାହାର ପୁରୁଣା ଏବଂ ପାରମ୍ପରିକ ସ୍ୱାଦ ବଜାଏ ରଖିଛି।ଆପଣ ଯେତେବେଳେ ଏହି ସ୍ଥାନକୁ ଯିବେ ଆପଣ ଜାଣିପାରିବେ ଯେ ଲୋକ କାହିଁକି ସେଠାକୁ ଆସିବାକୁ ଭଲ ପାଆନ୍ତି ବୋଲି।ଓ ଲୋକ ଏହି ସ୍ଥାନକୁ ଆସି ବରା ଏବଂ ଗୁଗୁନି ଖାଇବାକୁ ବେସ ପସନ୍ଦ କରିଥାନ୍ତି।ଏହି ଖାଦ୍ୟ ଓଡିଶାର ଲୋକପ୍ରିୟ ଖାଦ୍ୟ ମଧ୍ୟରେ ଅନ୍ୟତମ ଅଟେ।ତାଙ୍କ ଦୋକାନକୁ ଆସି ଗ୍ରାହକ ମନଖୁସିରେ ବରା ଖାଇଥାନ୍ତି।

ଏବଂ ଏହା ସେମାନଙ୍କୁ ଅତ୍ୟନ୍ତ ପସନ୍ଦ ଆସିଥାଏ।ଏହି କାରଣରୁ ତାଙ୍କ ଦୋକାନ ସମୁଖରେ ସର୍ବଦା ଭିଡ଼ ମଧ୍ୟ ଜମିଥାଏ।ଯେଉଁଲୋକ ଥରେ ତାଙ୍କ ଦୋକାନରୁ ବରା ଖାଇଛି ସେ ବାରମ୍ବାର ଆସିବାକୁ ମଧ୍ୟ ପସନ୍ଦ କରିଥାଏ।ଲୋକମାନଙ୍କ କହିବା ଅନୁସାରେ ଭୁବନେଶ୍ୱରରେ ସ୍ପେଶାଲ ହେଉଛି ରବି ନାନାଙ୍କ ବରା ଦୋକାନ।

ଯେତେ ଏମ ଏଲ ଏ ଏବଂ ମନ୍ତ୍ରୀ ଅଛନ୍ତି ସମସ୍ତେ ଏଠାରୁ କିଣି ନିଅନ୍ତି।ଓ ଲୋକମାନେ ଏହା ମଧ୍ୟ କହିଛନ୍ତି ସେ ବହୁତ ଭଲ ବରା କରନ୍ତି।ଭିତରେ ପିଆଜ ପକାନ୍ତି ଏବଂ ଉପର ଭାଗ ମୁସ ମୁସ ଥାଏ ଏବଂ ଭିତର ନରମ ଥାଏ।ଏବଂ ସେ ହାତରେ ସିଧା ସଳଖ ତେଲରୁ ବରା ଅଣନ୍ତି।ଏବଂ ରବି ବାବୁ ଲୋକଙ୍କୁ ଦେଖି ପଇସା ନିଅନ୍ତି ଏବଂ ସେ ଯଦି ଗରିବ ଲୋକ ହୋଇଥାଏ ସେ ପଇସା ନିଅନ୍ତି ନାହିଁ।

ରବି ଭାଇ ସେ କହିଛନ୍ତି ସେ ଆଗ ଏକ ଛୋଟ ଦୋକାନ କରିଥିଲେ।ଏହାପରେ ଜରି ପକାଇ ଏକ ଘର କଲେ ଏବଂ ଯେଉଁ ଜାଗାରେ ଥିଲି ସେଠାରୁ ଲୋକ ହଟେଇ ଦେଲେ।ଏବେ ଏକ ଭଲ ଜାଗାରେ ଅଛି।୨୦୦୭ରୁ ଆସ୍ତେ ଆସ୍ତେ ଉର୍ଣ୍ଣତି କରୁଛି।ବର୍ତ୍ତମାନ ବରା ଆଳୁଚପ ଓ ଗୁଗୁନି ତିଆରି କରୁଛି।ଦୋକାନ ଆରମ୍ଭ ବେଳେ ଦଶ ପଇସା ଥିଲା ବର୍ତ୍ତମାନ ସେହି ବରା ପାଞ୍ଚ ଟଙ୍କାରେ ଅଛି।ଏବଂ ଅନେକ ଲୋକ ଅନେକ ଦ୍ରବ୍ୟ ମିଶାଇ ଠକୁଛନ୍ତି ମଧ୍ୟ।

କିନ୍ତୁ ମୁଁ ଯେଉଁ ସାମଗ୍ରୀ ଦରକାର ତାହା ଛଡ଼ା ଆଉ କିଛି ମିଶ୍ରଣ କରେ ନାହିଁ।ମୋର ଲକ୍ଷ ହେଲା ଲୋକ ଖାଇ ଶାନ୍ତି ହୋଇ ଯାଅନ୍ତୁ।ବଡ଼ ଲୋକଙ୍କ ଠାରୁ ଠିକ ପଇସା ନିଏ ଏବଂ ଯଦି କିଏ ଗରିବ ଲୋକ ଥାଏ ଓ ତା ପାଖରେ ପଇସା ନଥାଏ ତାଙ୍କୁ କମ ପଇସା କିମ୍ବା ମାଗଣାରେ ଦିଏ।ସେ କହିଛନ୍ତି ଲୋକଙ୍କୁ ଶାନ୍ତି କରିବା ପାଇଁ ପରିଶ୍ରମ ତ ନିଶ୍ଚୟ କରିବାକୁ ପଡେ।ମୁଁ ନଖାଇ ବରଂ ଛିଡା ହୋଇଥିବି କିନ୍ତୁ ଲୋକଙ୍କୁ ଦେଖିଲେ ମତେ ବହୁତ ଆନନ୍ଦ ଆସେ।

Leave a Reply

Your email address will not be published. Required fields are marked *