ଆସିଲା ସବୁଠୁ ବଡ ସନ୍ଦେହ,ମନିସ ଅନୁରାଗ ଆଗରେ ଚାଲି ଯାଉଥିବା Plazo ପିନ୍ଧା ଯୁବତୀ କିଏ ! ସେ ଏତେ ରାତିରେ କୁଆଡେ ଯାଉଥିଲେ ! ମିଶିକି ହେଇଥିଲା କି ଚକ୍ରାନ୍ତ

କିଏ ଏହି ପ୍ଲାଜୋ ପିନ୍ଧିଥିବା ଯୁବତୀ।ରାତି ସାଢ଼େ ତିନିଟା ସମୟରେ ମନିସ ଅନୁରାଗଙ୍କ ସାମ୍ନାରେ ଚାଲି ଚାଲି ଯାଉଛନ୍ତି। ଭିଡ଼ିଓଟି ଛୋଟ ଅଛି କିନ୍ତୁ ସମସ୍ତେ ସେଇ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି କିଏ ଏହି ପ୍ଲାଜୋ ପିନ୍ଧିଥିବା ଯୁବତୀ।ଅନ୍ୟ ପଟେ କାରର ଲାଇଟ ଲଗାତାର ଭାବେ ବ୍ଲିଙ୍କ କରୁଛି।ଲାଗୁଛି ଯୁବତୀ ଜଣଙ୍କ କାର ଆଡ଼କୁ ଯାଉଛନ୍ତି।ହେଲେ ତଥାପି ସେ କାରରେ ବସିଥିଲେ ନା ବସି ନଥିଲେ ତାହା ବି ଗୋଟିଏ ବଡ଼ ପ୍ରଶ୍ନ।ନା ସେଠାରୁ ରାସ୍ତା ଭାଙ୍ଗି ଚାଲି ଯାଇଥିଲେ।

ଏହାର ଉତ୍ତର କାହା ପାଖରେ ବି ନାହିଁ।ତେବେ ଘଟଣା ରାତିରେ ଏହି ଯୁବତୀ ଜଣଙ୍କ ମାନିସ ଅନୁରାଗ ଓ ତାଙ୍କ ବନ୍ଧୁଙ୍କ ସହିତ ଥିଲେ ନା ସେହି ଘଟଣା ସ୍ଥଳରେ ହିଁ ଅନ୍ୟ କୌଣସି କାରଣ ପାଇଁ ଥିଲେ ବା ଅନ୍ୟ କାହା ସହ ଥିଲେ।ଏ ପ୍ରଶ୍ନର ଉତ୍ତର କେବଳ ମନିସଙ୍କ ବନ୍ଧୁମାନେ ହିଁ ଦେଇ ପାରିବେ।ଅନ୍ୟ ପଟେ ମନିସଙ୍କ ଦୁଇଜଣ ବନ୍ଧୁ ଆତ୍ମ ସମର୍ପଣ କରିଛନ୍ତି ଫୁଲବାଣୀ ପୋଲିସ ଷ୍ଟେସନରେ।

ଏହା ସହିତ ଦୁଇ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିଛି।ଏହା ସହିତ ଆଉ ଜଣଙ୍କୁ ମଧ୍ୟ ଫୁଲବାଣୀ ପୋଲିସ ଉଠେଇ ଆଣିଥିଲା।ଯେଉଁଦିନ ତାଙ୍କର ମୃତ୍ୟୁ ହୋଇଥିଲା ସେହି ଦିନ ମନିସ ଏହି କାରରେ ପଟିଆରୁ ସାଉଥସିଟିକୁ ଯାଇଥିଲେ।ସେଦିନ ସାଉଥସିଟି ବାରକୁ କନ୍ଧମାଳର କିଛି ଯୁବକ ମଧ୍ୟ ଆସିଥିଲେ।ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଣ ମାଧ୍ୟମର ପ୍ରତିନିଧି।

ତେବେ ଉଭୟ ବାରରେ  ପିଇବା ପରେ କଣ କରିଥିଲେ କୁଆଡେ ଯାଇଥିଲେ ତାର କୌଣସି ବି ଖବର ସାମ୍ନାକୁ ଆସି ପାରି ନାହିଁ।ତେବେ ଅନ୍ୟ ପଟେ ହିମାଂଶୁ ବେହେରା,ଦିନେଶ ପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର ରାଜଧାନୀ ଭୁବନେଶ୍ବର ଆସିବା ପରେ ଏହି ଘଟଣାରୁ ପରଦା ଉଠି ପାରିବ।କେଉଁ ପରିସ୍ଥିତିରେ ମନିସ ଅନୁରାଗଙ୍କ ମୃତ୍ୟୁ ହେଲା କେମିତି

ସେ ପାତ୍ରପଡ଼ା ପୋଖରୀରେ ପଡିଲେ ଏ ସବୁ ଉପରୁ ପରଦା ଉଠି ପାରିବ।ତେବେ ମନିସଙ୍କ ପ୍ରାଥମିକ ପୋଷ୍ଟ ମଟମ ତଦନ୍ତରେ ତାଙ୍କ ମୃତ୍ୟୁ ଶ୍ୱାସ ଜନିତ ହୋଇଥିବା କୁହାଯାଇଛି।କିନ୍ତୁ ଏହା ବାଦ ବି ଅନ୍ୟ ପ୍ରମାଣ ପାଇଁ ଅଲଗା ଟେଷ୍ଟ କରାଯିବ।ତେବେ ଗତ ୧୦ ତାରିଖରେ ମନିସ ଅନୁରାଗଙ୍କ ମୃତ ଦେହ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା।ତେବେ ଏହା ହତ୍ୟା ନା ଆ-ତ୍ମ-ହ-ତ୍ୟା ସସ୍ପେନ୍ସ ଏହା ଥମିବାର ନାମ ନେଇନି।

ଅନ୍ୟ ପଟେ ତାଙ୍କର ଶେଷ ଭିଜୁଆଲ ଅନେକ ସାରା ପ୍ରଶ୍ନ ସୃଷ୍ଟି କରିଛି।୪.୨୨ରେ ତାଙ୍କ ବାପା ନବୀନ ଦାସଙ୍କୁ ଫୋନ ଯିବା। ଫୋନରେ ସେ କହିବା ଯେ ମତେ ମାଡ଼ ପିଟ କରିଛନ୍ତି।ଏ ସବୁ ଅନେକ ପ୍ରଶ୍ନ ଉଠାଉଛି।ଏହାର ଉତ୍ତର ରହିଛି ତାଙ୍କ ସାଙ୍ଗମାନଙ୍କର ନିରବତା ଭିତରେ।

Leave a Reply

Your email address will not be published. Required fields are marked *