କେମିତି ପାଇବେ ବିଜୁ ସ୍ୱାସ୍ଥ୍ୟ (Smart Heltha) କାର୍ଡ,କଣ ଲାଭ ମିଳିବ ଏହା ଦ୍ୱାରା,Nari ମାନେ ଏହି ବିଶେଷ ଲାଭ ପାଇବେ,କେଉଁ ଜାଗାରେ ବ୍ୟବହାର କରିହେବ..

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆପଣ କିପରି ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇବେ ସେହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ କିଭଳି ଭାବରେ ଅନଲାଇନରେ ଆବେଦନ କରିବେ ଏବଂ ଏହି କାର୍ଡ ଦ୍ୱାରା ଯେଉଁ ମାଗଣା ଚିକିତ୍ସା ସୁବିଧା ମିଳୁଛି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତାହାର କିଭଳି ଭାବରେ ଲାଭ ନେଇପାରିବା ଆସନ୍ତୁ ଜାଣିବା

ତେବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବା ବିଜୁ ସ୍ମାର୍ଟ ହେଲଥ କାର୍ଡ ଏବେ ଏବେ ଆଉଥରେ ନୂଆ ଭାବରେ ଲଞ୍ଚ କରାଯାଇଛି ଆଉ ବର୍ତ୍ତମାନ ସୁଦ୍ଧା ସରକାରୀ ସୂଚନା ମୁତାବକ ଆମ ରାଜ୍ୟରେ ପ୍ରାୟ ଦଶ ଲକ୍ଷ ଲୋକ ଏହି କାର୍ଡ ପାଇସାରିଲେଣି ଏବଂ ତାଙ୍କ ମଧ୍ୟରୁ ଦଶ ହଜାର ୫୫୭ ଜଣ ହିତାଧିକାରୀ ଏହି କାର୍ଡକୁ ବ୍ୟବହାର କରି ବର୍ତ୍ତମାନ ସୁଦ୍ଧା ପ୍ରାୟ କୋଡିଏ କୋଟି ଟଙ୍କାରଜ ଅଧିକ ହେବ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପାଇଲେଣି।

ତେବେ ଅନେକ ଲୋକଙ୍କ ପ୍ରଶ୍ନ ଏହା ରହୁଛି ଯେ ଅଲଗା ଲୋକ ତ ପାଉଛନ୍ତି କିନ୍ତୁ ଆମକୁ ଏହି କାର୍ଡ କେବେ ମିଳିବ।କିମ୍ବା ଏଥିପାଇଁ ଆମେ କିପରି ଆବେଦନ କରିବା।ତେବେ ଜାଣି ରଖନ୍ତୁ ଜେବେଠାରୁ ସରକାର ବିଜୁ ସ୍ମାର୍ଟ ହେଲଥ କାର୍ଡ ନୂଆ ଭାବରେ ଲଞ୍ଚ କରିଛନ୍ତି ସରକାର ଗୋଟିଏ ନିୟମ ରଖିଛନ୍ତି ଯେ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ଥିବ ସେମାନେ ଏହି କାର୍ଡ ମାଗଣାରେ ପାଇପାରିବେ।

ଏହି କାର୍ଡ ପାଇବା ପାଇଁ କାହାକୁ ମଧ୍ୟ କୌଣସି ପ୍ରକାରରେ ଏକ ଟଙ୍କା ମଧ୍ୟ ଦେବାକୁ ପଡିବ ନାହିଁ।ଏବଂ ଏହି କାର୍ଡର ଅନଲାଇନରେ ମଧ୍ୟ କୌଣସି ପ୍ରକାର ସୁବିଧା ନାହିଁ।ଯେହେତୁ ବର୍ତ୍ତମାନ ସମୟରେ ଅନେକ ଗୁଡିଏ କାର୍ଡ ଏବଂ ଯୋଜନା ଆସିଲାଣି ଯେପରିକି ଇ ଶ୍ରମ କାର୍ଡ, ହେଲଥ କାର୍ଡ।

ଏହାକୁ ଆପଣମାନେ ନିଜ ମୋବାଇଲରେ ବା ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରି ଏହି କାର୍ଡ ପାଇପାରୁଥିଲେ।ସେଥିପାଇଁ ନିଶ୍ଚିତ ଭାବରେ ଆପଣମାନେ ଭାବୁଛନ୍ତିଯେ ଆପଣ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ମଧ୍ୟ ନଲାଇନରେ ଆବେଦନ କରିପାରିବେ।ସରକାର ଏହା ନିୟମ ରଖିଛନ୍ତି ଯେ ସରକାରୀ ସ୍ତରରୁ ଏହି କାର୍ଡ ବଣ୍ଟନ କରାଯିବ।ଏବଂ ସେହି ମାନଙ୍କୁ ଏହି କାର୍ଡ ମିଳିବ ଯେଉଁମାନଙ୍କ ପାଖରେ ରାସନ କାର୍ଡ ରହିଛି।

ଯଦି ଆପଣଙ୍କ ପାଖରେ ରାସନ କାର୍ଡ ରହିଛି ତେବେ ନିଶ୍ଚିତ ହୋଇ ରୁହନ୍ତୁ ଆପଣମାନେ ମଧ୍ୟ ଏହି କାର୍ଡ ପାଇବେ ଏବଂ ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ ଏହି କାର୍ଡ ପାଇପାରିବେ ନାହିଁ।ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି କାର୍ଡକୁ ଶୁଭାରମ୍ଭ କରାଯାଇଥିଲା।ଏହାପରେ ଅନ୍ୟାନ୍ୟ ଜିଲ୍ଲାରେ ଏହାକୁ ଶୁଭାରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *