ଏମିତି Sanga କାହାକୁ ନ ମିଳନ୍ତୁ,ସାଙ୍ଗ ହିଁ ଥିଲେ ଅସଲ ଦୋଷୀ,ନିଜେ କରିଥିଲେ ସବୁ କାଣ୍ଡ,ଯାଠୁ ଖାଇଥିଲେ ତାକୁ ସଫା କରିଦେଲେ,କଣ ଥିଲା Entire incident

ସ୍ପେଶଲ ସ୍କ୍ୱାର୍ଡ ଇନଚାର୍ଜ ସଞ୍ଜୀବ ଶତପଥୀ ଖଣ୍ଡଗିରି ଥାନା କର୍ମଚାରୀମାନେ ଏବଂ ଇନଫୋସିଟିର ଆଇଆଇସିଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା।ତଦନ୍ତରେ ଜଣା ପଡିଲା କି ଘଟଣା ଦିନ ସନ୍ଧ୍ୟା ସାଢେ଼ ପାଞ୍ଚଟା ବେଳେ ମନିସ ତାଙ୍କ ତିନି ସାଙ୍ଗଙ୍କ ସହ ଯାଇଥିଲେ।ତା ପରେ ସକାଳୁ ସକାଳୁ ପାତ୍ରପଡ଼ାର ଗୋଟେ ହୋଟେଲକୁ ଯାଇଥିଲେ।ସେ ତିନି ଜଣ ସାଙ୍ଗ ଆମ୍ରିତ ବିଶ୍ଵାଳ,ଦିନେଶ ମହାପାତ୍ର ଏବଂ ମୃତ୍ୟୁଞ୍ଜୟ ମିଶ୍ର।

ଦିନେଶ ଏବଂ ମୃତ୍ୟୁଞ୍ଜୟ ସେ ଦୁହେଁ କନ୍ଧମାଳର।ସେମାନେ ଆମ୍ରିତଙ୍କର ସାଙ୍ଗ।ତାଙ୍କର ମନିସଙ୍କ ସହ ଡାଇରେକ୍ଟ ଚିହ୍ନା ପରିଚୟ ହେବାର ସୂଚନା ମିଳି ନାହିଁ।ସେମାନେ ଯେଉଁ ହୋଟେଲକୁ ଯାଇଥିଲେ ସେଠି ତାଙ୍କ ତାଙ୍କ ଭିତରେ ବିଲ ପେମେଣ୍ଟକୁ ନେଇ ପାଟି ତୁଣ୍ଡ ହୋଇଥିଲା।ପରେ ହୋଟେଲ ବାହାରେ ଏହି ପାଟିତୁଣ୍ଡକୁ ନେଇ ମନିସଙ୍କୁ ଆକ୍ରମଣ କରିଥିଲେ।

ଯାହା ଦ୍ଵାରା ତାଙ୍କର ମୃତ୍ୟୁ ହୋଇଥିଲା।ଏହା ପରେ ତାଙ୍କ ଶରୀରକୁ ପ୍ରମାଣ ନଷ୍ଟ କରିବା ଦେଖି ପାଖରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ।ମୃତକ ମନିସଙ୍କର ମୋବାଇଲ ଫୋନଟି ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ।ଯେଉଁ ତିନିଜଣ ଅଭିଯୁକ୍ତ ଅଛନ୍ତି ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆଜି ଆମେ ଚେଷ୍ଟା କରୁଛୁ।ବାହ୍ୟ କ୍ଷତ ଯେହେତୁ ତାଙ୍କ ଶରୀରରୁ ମିଳି ପାରି ନାହିଁ।

କିନ୍ତୁ ତାଙ୍କ ଭିତରେ ଯେଉଁ ଗଣ୍ଡଗୋଳ ହୋଇଥିଲା ବା ଠେଲାପେଲା ହୋଇଥିଲା ତାଙ୍କର ମୃତ୍ୟୁ ହୋଇଥିଲା।ସେ ମୃତ୍ୟୁ ବରଣ କରିବା ପରେ ତାଙ୍କ ମୃତ ଶରୀରକୁ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପାଖରେ ଯେଉଁ ପୋଖରୀ ଥିଲା ସେ ପୋଖରୀ ଭିତରେ ପିଙ୍ଗି ଦେଇଥିଲେ।ମୃତ୍ୟୁ ପୂର୍ବରୁ ଗଣ୍ଡଗୋଳ ହେବା,ଏମାନେ ସେଠି ଉପସ୍ଥିତ ରହିବା,ମୃତ ଶରୀରକୁ ଲୁଚାଇବା ପାଇଁ ପାଣିରେ ଫିଙ୍ଗିବା ଏହା ସହ ଆମ ପାଖରେ ଜଣେ ସାକ୍ଷୀ ମଧ୍ୟ ଅଛନ୍ତି।ଯିଏ କି ଘଟଣା ପରେ ତାଙ୍କୁ ଓଦା କପଡାରେ ଦେଖିଥିଲେ।

ଏ ପର୍ଯ୍ୟନ୍ତ ତଦନ୍ତରୁ ଯାହା ଜଣା ପଡ଼ିଛି ମାଡ଼ ମରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।ବହୁ ରାତ୍ରି ଚାଲିବା ଯୋଗୁଁ ବାରକୁ ସିଲ କରାଯାଇଛି।ଆପଣ ଯେଉଁ କହିଲେ ପୋଲିସର ସଂପୃକ୍ତି ରହିଛି ତାହା ମଧ୍ୟ ତଦନ୍ତ କରାଯାଉଛି।ସେମାନଙ୍କର ସନ୍ଧ୍ୟା ସାଢେ଼ ପାଞ୍ଚଟାରେ ଇନଫୋସିଟି ଥାନାରେ ଭେଟା ଭେଟି ହୋଇଥିଲା।ସେମାନେ ଜାଣିଥିଲେ କି ସେ ଅଞ୍ଚଳରେ ପୋଖରୀ ଅଛି ବେଶୀ ଦୂର ନୁହେଁ।

ତେଣୁ ସେମାନେ ସେଠାରେ ପକାଇ ଦେଲେ।ତାଙ୍କର ସାଙ୍ଗ ମାନଙ୍କୁ ଆଜି ରିମାଣ୍ଡରେ ଆଣିବୁ।ତଦନ୍ତ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ।ଆହୁରି ତଦନ୍ତ ହେବ।ଆଉ କେଉଁ କେଉଁ ମାନେ ଥିଲେ ଆଉ କିଏ କିଏ ସାକ୍ଷୀ ଅଛନ୍ତି ଓ ପ୍ରମାଣ କଣ କଣ ମିଳି ପାରିବ।ସେମାନେ ଯେଉଁ ଗାଡ଼ିରେ ଯାଇଥିଲେ ସେ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି।ସେମାନେ ଗୋଟିଏ ସିଆଜ ଗାଡ଼ିରେ ଯାଇଥିଲେ।

Leave a Reply

Your email address will not be published. Required fields are marked *