ଫୋନ କଲେ ପୁଅ ଆର୍ଯ୍ୟନ୍,ମା କିଛି ପଇସା ପଠା ଏହି ଭଲ ଖାଇବା ଦେଉ ନାହାନ୍ତି,ଶୁଣିକି ମା ଗୌରୀ Moneyorder କଲେ 4500 ଟଙ୍କା ର ଆଉ ତାପରେ ଦେଖିକି ପୁଅ କହିଲେ…

ତେବେ ବର୍ତ୍ତମାନ ଆର୍ୟାନ ଖାନ ଜେଲ ମଧ୍ୟରେ ଅଛନ୍ତି।ଏହା ସହିତ ତାଙ୍କର କଏଦୀ ନମ୍ବର ହେଉଛି ୯୫୬।ଏହା ସହିତ ସେ ବର୍ତ୍ତମାନ ଆର୍ଥର ଜେଲ ମଧ୍ୟରେ ନିଜର ଦଣ୍ଡ କାଟୁଛନ୍ତି।ତେବେ ଆଜି ଦଶହରା ଅବସର ହୋଇ ଥିବାରୁ ଆଜି ଜେଲ କର୍ତ୍ତୁପକ୍ଷ ତାଙ୍କୁ ନିଜର ପରିବାର ସହିତ କଥା ହେବା ପାଇଁ ସୁଯୋଗ ଦେଇଥିଲେ।ଏହା ସହିତ ସେ ନିଜର ପରିବାର ସହିତ କଥା ହେଉଥିବା ସମୟରେ ତାଙ୍କ ମୁହଁରେ କଥା କମ ଓ କାନ୍ଦ ଅଧିକ ଥିଲା।ଏହା ସହିତ ସେ କହିଥିଲେ କି ତାଙ୍କୁ ଜେଲର ଖାଦ୍ୟ ଭଲ ଲାଗୁ ନାହିଁ।

ଏହା ଜାଣିବା ପରେ ତାଙ୍କର ପିତା ମାତା ଜେଲକୁ ଏକ ମନି ଅର୍ଡର କରିଛନ୍ତି।ତେବେ ତାଙ୍କର ପିତାମାତା ତାଙ୍କ ନିକଟକୁ ୪୫୦୦ ଟଙ୍କାର ମନି ଅର୍ଡର କରିଥିଲେ।ଯାହା ଫଳରେ ସେ ଜେଲ କ୍ୟାଣ୍ଟିନ ମଧ୍ୟରୁ କିଛି ଖାଦ୍ୟ କିଣି ଖାଇ ପାରିବେ।ତେବେ ସୂଚନା ଅନୁସାରେ ଜେଲର ଏକ ନମ୍ବର ରହିଛି ଯେଉଁଥିରେ ଆପଣ କିଛି ଟଙ୍କା କଏଦୀ ମାନଙ୍କ ପାଖକୁ ପଠାଇ ପାରିବେ।

ତେବେ ଆର୍ୟାନ ଖାନଙ୍କ ପିତା ସାହରୁଖ ଖାନ ଓ ତାଙ୍କର ମାତା ଗୋରୀ ଖାନ ତାଙ୍କର ପୁଅ ପାଖକୁ ୪୫୦୦ ଟଙ୍କା ପଠାଇ ଥିଲେ।ଯାହା ଫଳରେ ସେ କିଛି ଭଲ ଖାଇବା ଖାଇ ପାରିବେ।ଏହା ସହିତ ଆର୍ଥର ଜେଲ ମଧ୍ୟରେ ଥିବା ୧୧ଟି ସ୍ମାର୍ଟ ଫୋନ ମାଧ୍ୟମରେ କଏଦୀ ମାନେ ନିଜର ପରିବାର ଲୋକଙ୍କ ସହିତ ଭିଡିଓ କଲ ମାଧ୍ୟମରେ କଥା ହୁଅନ୍ତି।

ତେବେ ଆର୍ୟାନ ଖାନ ମଧ୍ୟ ସେହି ଫୋନ ମଧ୍ୟରୁ ଗୋଟିଏ ଫୋନରେ ନିଜର ପରିବାର ସହିତ କଥା ହେଇଥିଲେ।ଏହା ସହିତ ନିଜର ପରିବାର ସହିତ କଥା ହେବା ପରେ ସେ କାନ୍ଦି ପକାଇ ଥିଲେ।ଏହା ସହିତ ତାଙ୍କର ପରବର୍ତ୍ତୀ ଶୁଣାଣି ଆଗାମୀ ୨୦ ତାରିଖରେ ରହିଛି।ତେବେ ପ୍ରାୟ ତିନି ତିନି ଥର ତାଙ୍କର ଜାମିନ ଆବେଦନ ଖାରଜ ହୋଇ ସାରିଲାଣି।

ଏହା ସହିତ ତାଙ୍କୁ ବର୍ତ୍ତମାନ ନିଜର ପରିବାର ସହିତ ଦେଖା କରିବା ପାଇଁ ଅନୁମତି ମିଳି ନାହିଁ।କାରଣ ବର୍ତ୍ତମାନ ଏହି ମହାମାରୀ ଚାଲି ଥିବା କାରଣରୁ ସେ ବର୍ତ୍ତମାନ ନିଜର ଘର ଲୋକଙ୍କ ସହିତ ଦେଖା କରି ପାରୁ ନାହାଁନ୍ତି।ସେହି କାରଣରୁ ସେ ନିଜର ପରିବାର ସହିତ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ।

ଏହା ସହିତ ଆଗାମୀ ଶୁଣାଣି ପାଇଁ ଜୋରସୋରରେ ଲାଗି ପଡିଛନ୍ତି ତାଙ୍କର ଓକିଲ ଅମିତ ଦେଶାଇ।ଏହା ସହିତ ଏହି ଶୁଣାଣିରେ ସେ ତାଙ୍କୁ ବେଲରେ ଆଣିବା ପାଇଁ ଅନେକ ପ୍ରୟାସ କରିବେ ବୋଲି ସମସ୍ତେ ଅନୁମାନ କରୁଛନ୍ତି।ଏହା ସହିତ ଆର୍ୟାନ ଖାନଙ୍କ ଏହି ଅବସ୍ଥାକୁ ନେଇ ରାମ ଗୋପାଳ ବର୍ମା ମଧ୍ୟ ଏକ କଥା କହିଛନ୍ତି ସେ କହିଛନ୍ତି କି ସେ ଜେଲରୁ ଫେରିବା ପରେ ସେ ବହୁତ ବଡ଼ ଷ୍ଟାର ହୋଇଯିବେ।

ଏହା ସହିତ ଏହାପରେ ବର୍ତ୍ତମାନ ନିଜର ପିତାମାତାଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇ ଆର୍ୟାନ ଖାନ କିଛିଟା ଖୁସି ମଧ୍ୟ ଅନୁଭବ କରିଥିଲେ।ଏହା ସହିତ ବର୍ତ୍ତମାନ ତାଙ୍କର ପରିବାର ଲୋକ ତାଙ୍କୁ ଜେଲ ମଧ୍ୟରୁ ବାହାର କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି।ଏହା ସହିତ ବର୍ତ୍ତମାନ ଆର୍ୟାନ ଖାନଙ୍କ ଏପରି ପରିସ୍ଥିତି ଦେଖିଲା ପରେ କହିଛନ୍ତି କି ଏହା ଆମ ଭାରତର ଯୁବପିଢି ମାନଙ୍କ ପାଇଁ ଏକ ବହୁତ ବଡ଼ ଚେତାବନୀ ଅଟେ।

Leave a Reply

Your email address will not be published. Required fields are marked *