ମେଲେରିଆ (Marsh) Dengu ମଶା ଆପଣଙ୍କ ଘର ଛାଡ଼ି ପଳାଇବେ ଦୁଇ କିଲୋମିଟର ଦୂର,ନିଜ ଘରେ କେବଳ ଏହି ସହଜ ଉପାୟ କରନ୍ତୁ ଆଜି

ସାଙ୍ଗମାନେ ଆଜି ଆମେ ଜାଣିବା ଆପଣ କିଭଳି ଭାବରେ ଆପଣଙ୍କ ଘରୁ ମଶାକୁ ଦୂର କରିବେ।ତେବେ ଆଜି କାଲି ତ ସବୁ ଋତୁରେ ଘରେ ମଶା ଓ ମାଛି ଆସିଥାନ୍ତି।ଏମାନଙ୍କୁ ଘରୁ ବାହାର କରିବା ପାଇଁ ଲୋକମାନେ ପ୍ରତିଦିନ ନୂଆ ନୂଆ ଉପାୟ କରିଥାନ୍ତି।ଆଜି କାଲି ତ ଏହି ମଶା ମାଛିରୁ ରକ୍ଷା ପାଇବା ପାଇଁ ଲୋକମାନେ କେତେ ସବୁ କଏଲର ଵ୍ୟଵହାର କରିଥାନ୍ତି।କିନ୍ତୁ ଏହା ଦ୍ୱାରା ଆମ ଶରୀରକୁ ବି କ୍ଷତି ହୋଇଥାଏ।କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ।

ଆପଣ ଘରୋଇ ଉପଚାର କରି ଏହିସବୁରୁ ଅତି ସହଜରେ ମୁକ୍ତି ପାଇପାରିବେ।ଆଜି ଏପରି ସହଜ ଉପାୟ ବିଷୟରେ ଜାଣିବା ଯାହାର ଦୁର୍ଗନ୍ଧ ସବୁଦିନ ପାଇଁ ମଶା ମାଛିକୁ ଘରୁ ବାହାର କରିଦେଇଥାଏ।ତେବେ ଆସନ୍ତୁ ଜାଣିବା ଏହି ଉପାୟଟି କଣ ରହିଚି।ପ୍ରଥମରେ ହଉଚି ଲବଙ୍ଗ ଓ ନଡ଼ିଆ ତେଲର ବ୍ୟବହାର।ମଶା ଓ ମାଛିଙ୍କୁ ଲବଙ୍ଗ ଓ ନଡ଼ିଆ ତେଲର ବାସ୍ନା ବିଲକୂଲ ପସନ୍ଦ ନଥାଏ।

ଏହି ଉପାୟ ପାଇଁ ଆପଣ ନଡ଼ିଆ ତେଲରେ ଲବଙ୍ଗର ତେଲ ମିଶାଇ ଦିଅନ୍ତୁ।ଓ ଏହାକୁ ନିଜ ଶରୀରରେ ଲଗାନ୍ତୁ।ମଶା ଆପଣଙ୍କ ପାଖକୁ ଆସିବ ନାହିଁ।ଦ୍ୱିତୀୟ ଉପାୟ ପାଇଁ ଆପଣଙ୍କୁ ଦରକାର ହେବ କର୍ପୂର।କର୍ପୁରର ଧୂଆଁ ଘରରୁ ମଶାକୁ ବାହାର କରିବା ପାଇଁ ବହୁତ ଲାଭ ଦାୟକ ହୋଇଥାଏ।କର୍ପୂର ଆପଣଙ୍କୁ ଅତି ସହଜରେ ଘରେ କିମ୍ବା ବଜାରରେ ମିଳିଯାଇଥାଏ।

ଏହାକୁ କରିବା ପାଇଁ ପ୍ରଥମେ ଆପଣ କର୍ପୂର ଆଣି ପ୍ରଥମେ ଘରୁ ସବୁ କବାଟ ଝରକା ବନ୍ଦ କରି ରୁମରେ କର୍ପୂର ଜଳାନ୍ତୁ।ଏହାର ବାସ୍ନାରେ ମଶା ମାନେ ବେହସ ହୋଇଯିବେ।ତୃତୀୟ ଉପାୟ ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଲେମ୍ବୁ।ଲେମ୍ବୁ ଏକ ଉପକାରୀ ଫଳ ଅଟେ।ଏହାକୁ ଆପଣ ଅନେକ କାର୍ୟ୍ଯରେ ନିହାତି ଭାବରେ ବ୍ୟବହାର କରୁଥିବେ।

କିନ୍ତୁ ଆପଣ ଜାଣିଚନ୍ତି କି ଲେମ୍ବୁକୁ ଆପଣ ମଶା ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରିପାରିବେ।ଲେମ୍ବୁର ରସ ଦ୍ୱାରା ମଶା ମାନଙ୍କୁ ଘରୁ ବାହାର କରିବା ସବୁଠାରୁ ସହଜ ଉପାୟ ଅଟେ।ଲେମ୍ବୁର ରସକୁ ଏକ ପାତ୍ରରେ ଭରିଦିଅନ୍ତୁ।ଏହାର ପ୍ରୟୋଗ କରିବା ଦ୍ୱାରା ମଶା ପଳାଇବେ।ଏହାପରେ ଚତୁର୍ଥ ଉପାୟ ପାଇଁ ଆବଶ୍ୟକ ହେଉଛି ନିମ୍ବ ତେଲ।

ଘରର ମଶାକୁ ବାହାର କରିବା ପାଇଁ ନିମ୍ବ ତେଲ ଘରର ସବୁ ଜାଗାରେ ଛିଞ୍ଚି ଦିଅନ୍ତୁ ଏହାଦ୍ୱାରା ମଶା ଆଉ ଆସିବେ ନାହିଁ।ପଞ୍ଚମରେ ହଉଚି ତୁଳସୀ।ତୁଳସୀ ଗଛ ତ ସମସ୍ତିଙ୍କ ଘରେ ଥାଏ।ଏହାର ବାସ୍ନାରେ ବି ମଶା ଦୁରେଇଯାଇଥାନ୍ତି।ତୁଳସୀ ପତ୍ରର ରସ ଲଗାଇବା ଦ୍ୱାରା ବି ମଶା କାମୁଡି ନଥାଏ।ଷଷ୍ଠ ଉପାୟ ହଉଚି ରସୁଣ।ରସୁଣର ପାଖୁଡାକୁ ଯେଉଁଠି ମଶା ଓ ମାଛି ଅଧିକ ହୁଅନ୍ତି ସେଠି ରଖି ଦିଅନ୍ତୁ।ଏହାର ବାସ୍ନାରେ ବି ମଶା ଘରର ପାଖ ପାଇବେ ନାହିଁ।ଏହା ସହିତ ନିମ୍ବ ଓ ନଡ଼ିଆ ତେଲକୁ ଦେହରେ ଲଗାଇବା ଦ୍ୱାରା ମଶା କାମୁଡ଼ି ନଥାଏ।

Leave a Reply

Your email address will not be published. Required fields are marked *