ଓଡ଼ିଶାରେ ଉଦ୍ଧାର ହେଲା ବିଶ୍ୱର ସବୁଠୁ ବିଷାକ୍ତ ସାପ Banded Ahiraja,କାମୁଡିବା ମାତ୍ରେ ମଣିଷ ବଞ୍ଚିବା ବହୁତ କଷ୍ଟକର ହେଇଯିବ,ଉଦ୍ଧାର ବେଳେ ହେଲା ଏପରି କାଣ୍ଡ

ଭଦ୍ରକ ଜିଲ୍ଲାର ଏକ ଗ୍ୟାରେଜରୁ ଉଦ୍ଧାର ହେଲା ଏକ ଭୟଙ୍କର ରଣା ସାପ।ତେବେ ସୂଚନା ଅନୁସାରେ ସେହି ଗ୍ୟାରେଜ ମଧ୍ୟରେ ଏକ ନାଗ ସାପ ପଶି ଯାଇଥିବାର ପ୍ରଥମେ ସେହି ଗ୍ୟାରେଜ ମଧ୍ୟରେ କାମ କରୁଥିବା ଜଣେ ବ୍ୟକ୍ତି ଦେଖିଥିଲେ।ଏହାପରେ ସେହି ସାପକୁ ସେମାନେ ପ୍ରଥମେ ଘଉଡ଼ାଇବା ପାଇଁ ପ୍ରୟାସ କରିଥିଲେ।ତେବେ ଅନେକ ସମୟ ପ୍ରୟାସ କରିବା ପରେ ମଧ୍ୟ ସେମାନେ ସେହି ସାପକୁ ଘଉଡ଼ାଇବା ପାଇଁ ବିଫଳ ହୋଇଥିଲେ।ତେବେ ସେହି ସାପ ଓଲଟା ସେମାନଙ୍କ ଉପରକୁ ଆକ୍ରମଣ ମଧ୍ୟ କରିଥିଲା।

ତେବେ ସେହି ସାପ ସେମାନଙ୍କ ଉପରକୁ ଆକ୍ରମଣ କରିବା ଫଳରେ ସେମାନେ ଭୟଭୀତ ହୋଇ ଶେଷରେ ସେହି ସାପ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ।ତେବେ ବନ ବିଭାଗର କର୍ମଚାରୀ ସେହି ସାପ ସମ୍ପର୍କରେ ଖବର ପାଇବା ପାରେ ତୁରନ୍ତ ସେହି ସାପକୁ ଉଦ୍ଧାର କରିବା ପାଇଁ ଆସି ସେହି ସ୍ଥାନରେ ପହଞ୍ଚି ଯାଇଥିଲେ।ଏହାପରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଥିଲେ।

ତେବେ ଅନେକ ସମୟ ଖୋଜିବା ପରେ ସେମାନେ ସେହି ସାପର ସନ୍ଧାନ ପାଇଥିଲେ।ସେହି ସାପ ଏକ ବିଷାକ୍ତ ପ୍ରଜାତିର ସାପ ହୋଇ ଥିବାରୁ ସେହି ସାପକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀ ମାନଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥିଲା।ତେବେ ଅନେକ ସମୟ ପରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରିବାରେ ସଫଳ ହୋଇ ପାରିଥିଲେ।

ଏହା ସହିତ ସେହି ସାପକୁ ନେଇ ବନ ବିଭାଗର କର୍ମଚାରୀ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିଦେବେ ବୋଲି କହିଥିଲେ।ତେବେ ଏହି ସାପ ସାଧାରଣ ଭାବରେ ଅଧିକ ଜଙ୍ଗଲ ମଧ୍ୟରେ ଦେଖା ଯାଇଥାନ୍ତି।ଏହା ସହିତ ଏହି ସାପ ବହୁତ ବିଷାକ୍ତ ମଧ୍ୟ ହୋଇ ଥାଆନ୍ତି।ତେବେ ସେହି ସାପକୁ ଧରିବା ପରେ ବନ ବିଭାଗର କର୍ମଚାରୀ କହିଥିଲେ କି ଏହି ସାପ ଯଦି କାହାକୁ କାମୁଡି ଦେଇ ଥାଆନ୍ତା

ତେବେ ସେହି ବ୍ୟକ୍ତିର ବଞ୍ଚିବା ବହୁତ କଷ୍ଟସାଧ୍ୟ ହୋଇ ପଡ଼ି ଥାଆନ୍ତା।କାରଣ ଏହି ସାପ ବହୁତ ବିଷାକ୍ତ ପ୍ରଜାତିର ଅଟେ।ଏହା ସହିତ ଏହି ସାପର ବିଷ ସିଧାସଳଖ ଆମ ସ୍ନାୟୁ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ।ଏହା ସହିତ ଏହି ସାପ ମାନଙ୍କ ସଂଖ୍ୟା ମଧ୍ୟ ବର୍ତ୍ତମାନ ଧୀରେ ଧୀରେ କମିବାରେ ଲାଗିଛି।କାରଣ ଲୋକମାନେ ଏହି ସାପକୁ ଦେଖିବା ପରେ ସେମାନଙ୍କୁ ମାରି ଦେଇ ଥାଆନ୍ତି।

ସେହି କାରଣରୁ ବନ ବିଭାଗର କର୍ମଚାରୀ କହିଥିଲେ କି ଏହି ସାପ ମାନଙ୍କ ସଂଖ୍ୟା ବର୍ତ୍ତମାନ କମି ଯାଇ ଥିବାରୁ ଏମାନଙ୍କୁ ଦେଖିବା ପରେ ଏମାନଙ୍କୁ ନ ମାରି ଏମାନଙ୍କ ସମ୍ପର୍କରେ ବନ ବିଭାଗକୁ ଖବର ଦେବା ଆବଶ୍ୟକ।ବନ ବିଭାଗକୁ ଖବର ଦେବା ଫଳରେ ସେମାନେ ଆସି ତୁରନ୍ତ ସେହି ସାପକୁ ନେଇ ସୁରକ୍ଷିତ ସ୍ଥାନରେ ଛାଡ଼ି ଆସିବେ।ଏହା ସହିତ ସେହି ସାପ ସମ୍ପର୍କରେ ବନ ବିଭାଗକୁ ଖବର ଦେଇ ଥିବାରୁ ବନ ବିଭାଗର କର୍ମଚାରୀ ସେହି ଲୋକମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ।

Leave a Reply

Your email address will not be published. Required fields are marked *