ପୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ,ଗୋଟିଏ ନ ସରୁଣୁ ଆସିବା କି ଆଉ ଏକ ବଡ ଧରଣ ର ବର୍ଷା,କଣ କହୁଛି ପାଣିପାଗ REPORT ଜାଣିରଖନ୍ତୁ

ହେବେ ବାତ୍ୟା ଜୱାଦର ପ୍ରଭାବରେ ବର୍ତ୍ତମାନ ସମ୍ପୂର୍ଣ୍ଣ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇ ସାରିଲାଣି।ଏହା ସହିତ ଏହି ବାତ୍ୟା କାରଣରୁ ବର୍ତ୍ତମାନ ଲୋକମାନେ ନିଜର ଘରୁ ବାହାରକୁ ବାହାରି ପାରୁ ନାହାନ୍ତି।ଏହି ସମୟରେ ସମୟରେ ଆଉ ଏକ ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି ଯାହା ଅନେକ ଲୋକଙ୍କୁ ଭୟଭୀତ ମଧ୍ୟ କରି ଦେଇଛି।ବାତ୍ୟା ଜୱାଦ ଓଡ଼ିଶା ଆଡ଼କୁ ଆସିଲା ନାହିଁ ଏହା ସତ୍ୟ କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ଅନେକ କ୍ଷୟକ୍ଷତି ହୋଇ ସାରିଛି।

ତେବେ ବର୍ତ୍ତମାନ ସମୟ ଥିଲା ଚାଷୀ ମାନଙ୍କର ଫସଲ ଅମଳ କରିବାର ସମୟ ଏହି ସମୟରେ ଏପରି ଭାବରେ ବାତ୍ୟା ଜୱାଦ ଆସିବା ଫଳରେ ଚାଷୀ ମାନଙ୍କୁ ସେମାନଙ୍କର ଅମଳ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।ଯାହା ଫଳରେ ଚାଷୀମାନେ ଅମଳ କରି ପାରି ନଥିଲେ।

ଏହା ସହିତ ଚାଷୀ ମାନଙ୍କର ଅନେକ ଧାନ ପାଣିରେ ପଡ଼ିବା ଫଳରେ ନଷ୍ଟ ହୋଇ ଯାଇଥିଲା।ତେବେ ଏପରି ହେବା ଫଳରେ ସେମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା।ଏହା ସହିତ ଅନେକ ଧାନ ମଧ୍ୟ ବିଲ ଭିତରେ ପଡ଼ି ବର୍ତ୍ତମାନ ନଷ୍ଟ ହେବାକୁ ଲାଗିଛି।ତେବେ ଏହି ବାତ୍ୟା ଜୱାଦ ବର୍ତ୍ତମାନ ଓଡ଼ିଶା ଉପକୂଳ ପାଖକୁ ଆସି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ଚାଲିଯିବ ବୋଲି ଶୁଣିବାକୁ ମିଳୁଛି।

ତେବେ ବାତ୍ୟା ବର୍ତ୍ତମାନ ଅନ୍ୟ ଦିଗରେ ଗତି କରୁଥିବାରୁ ଏହା ଓଡ଼ିଶା ପାଇଁ କିଛି ଅଧିକ ବିପଦ ସୃଷ୍ଟି କରିବାର କୌଣସି ସମ୍ଭାବନା ନାହିଁ।କିନ୍ତୁ ଏହା ପରେ ମଧ୍ୟ ଏହି ବତ୍ୟା ପ୍ରଭାବରେ ବର୍ତ୍ତମାନ ଓଡ଼ିଶାର ଲୋକମାନେ ନିଜର ଘରୁ ବାହାରି ପାରୁ ନାହାନ୍ତି।କିନ୍ତୁ ଏହା ଅନୁମାନ କରାଯାଉଛି କି ଏହି ବାତ୍ୟା ପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।

ବର୍ତ୍ତମାନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବାର ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି।ମୟୂରଭଞ୍ଜ, କେନ୍ଦ୍ରାପଡ଼ା,ଭଦ୍ରକ,ଜଗତସିଂପୁର ଓ ବାଲେଶ୍ଵର ଆଦି ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଲାଗି ରହିଛି।ଏହା ସହିତ ଅନୁଗୁଳ,କେନ୍ଦୁଝର,ଢେଙ୍କାନାଳ,ଯାଜପୁର,କଟକ,ପୁରୀ ଓ ଖୋର୍ଦ୍ଧା ଆଦି ସାତଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି।

ଏହା ସହିତ ବାତ୍ୟାର ପ୍ରଭାବରେ ପୁରୀ,ଖୋର୍ଦ୍ଧା ଓ ଭଦ୍ରକ ଅଞ୍ଚଳରେ ୮୦-୯୦ ମିମୀ ବର୍ଷା ହୋଇପାରେ।ଏହା ସହିତ ବାତ୍ୟା ପ୍ରଭାବରେ ବର୍ତ୍ତମାନ ଅନେକ ଅଞ୍ଚଳରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାକୁ ଲାଗିଛି।ଏହା ସହିତ ବାଲେଶ୍ଵର ଓ ମୟୂରଭଞ୍ଜ ଅଞ୍ଚଳରେ ୬୦-୭୦ ମୀମୀ ବର୍ଷା ହେବା ନେଇ ଅନୁମାନ କରାଯାଉଛି।

ଏହା ସହିତ ଏହା ଉତ୍ତର ଓ ଉତ୍ତର ପୂର୍ବ ଉପକୂଳରେ ବର୍ଷା କରିବାର ସମ୍ଭାବନା ବହୁତ ଅଧିକ ଥିଲା।ତେବେ ଏହି ଡିସେମ୍ବର ମାସର ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ଆସିବାର ସମ୍ଭାବନା ରହିଛି।ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ମଧ୍ୟ ଅନୁମାନ କରାଯାଉଛି।ତେବେ ଏହାର ଆକଳନ ଆଗାମୀ ୮ ତାରିଖରେ କରାଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *