ଜେଜେ ମା ନିଜ ହାତରେ ଚୁଲ୍ଲୀ ରେ ତିଆରି କଲେ ବହୁତ ବଢ଼ିଆ ହୋଇଛି ଚୁନା ମାଛ ଚଡଚଡ଼ି (Chuna macha chadchadi) ରୋଷେଇ ପ୍ରଣାଳୀ ଜାଣିରଖନ୍ତୁ ଏବେ..ଦେଖନ୍ତୁ Video

ସାଙ୍ଗମାନେ ଆପଣ ମାନେ ତ ବିଭିନ୍ନ ପ୍ରକାର ଡିସ ପ୍ରସ୍ତୁତ କରୁଥିବେ ଓ ଖାଉଥିବେ।ତେବେ ଯେଉଁ ମାନେ ଆମିଷ ଖାଇଥାନ୍ତି ସେମାନଙ୍କ ପାଖରେ ବହୁତ ଗୁଡ଼ିଏ ଅପ୍ସନ ଥାଏ।କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ଏକ ସ୍ପେଶଲ ଡିସ ବିଷୟରେ କହିବି।ତେବେ ଆପଣ ମାଛ ଉପରେ ତ ବହୁତ ଖାଦ୍ୟ ଖାଉଥିବେ।ତେବେ ଆପଣ ମାନଙ୍କ ମଧ୍ୟରୁ ଚୁନା ମାଛ ତ ବହୁତ ଲୋକ ଖାଉଥିବେ।ବହୁତ ଲୋକଙ୍କୁ ଏହା ପସନ୍ଦ ମଧ୍ୟ ଆସୁଥିବ।ତେବେ ଆଜି ମୁଁ ଆପଣ ମାନଙ୍କୁ ଚୁନା ମାଛ ଚଡଚଡ଼ି କିପରି କରାଯାଏ ତାହା ବିଷୟରେ କହିବି।ଆଉ ଏହାକୁ ସଠିକ ଭାବରେ ରୋଷେଇ କଲେ ଏହାର ସ୍ଵାଦ ବହୁ ମାତ୍ରାରେ ବଢ଼ି ଯାଇଥାଏ।ତେବେ ଏହାକୁ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଚୁନା ମାଛ ଚଡଚଡ଼ି ବିଷୟରେ କହିବି।ତେବେ ଏହାକୁ ଆପଣ କରିବା ପାଇଁ ପ୍ରଥମେ ଚୁନା ମାଛକୁ ଭଲ ଭାବରେ ଧୋଇ ବାଛି ଦିଅନ୍ତୁ।ଏହାପରେ ମାଛ ସବୁକୁ ଅଲଗା ରଖିଦିଅନ୍ତୁ।ବର୍ତ୍ତମାନ ଶିଳରେ ସୋରିଷ ରସୁଣ ଜିରା ଆଦି ମସଲା ବାଟନ୍ତୁ।ଏବେ ସେହି ବଟାରେ କିଛି ହଳଦୀ ପାଉଡର ମିଶେଇ ଦିଅନ୍ତୁ।ଏହାପରେ ସେଥିରେ ଟିକେ ଲଙ୍କା ଗୁଣ୍ଡ ପକେଇ ଦିଅନ୍ତୁ।ଏହା ପରେ ସେଥିରେ ଅଳ୍ପ ପରିମାଣରେ ତେନ୍ତୁଳି ଚକଟି ଦିଅନ୍ତୁ।ଏସବୁ ରଖି ସାରିବା ପରେ ଏକ କଡ଼େଇ ଗରମ କରନ୍ତୁ।ସେଥିରେ କିଛି ତେଲ ପକାନ୍ତୁ।ସେଥିରେ ପୂର୍ବରୁ ରଖିଥିବା ମାଛ ସବୁକୁ ପକାଇ ଭାଜି ଦିଅନ୍ତୁ।ମାଛ ଗୁଡ଼ିକ ଅଳ୍ପ ନାଲି ହୋଇଯିବା ପରେ ତାକୁ କାଢି ଆଣନ୍ତୁ।ମାଛ ଗୁଡ଼ିକ କଡ଼ା ଭାବରେ ନ ଭାଜିଲେ ତାହାର ସ୍ଵାଦ ସଠିକ ଭାବରେ ଆସିବ ନାହିଁ।ମାଛ ସବୁକୁ ଅଲଗା ରଖନ୍ତୁ।ଏହାପରେ କଡ଼େଇ ପୁଣି ଗରମ କରନ୍ତୁ।ସେଥିରେ କିଛି ତେଲ ପକାନ୍ତୁ।

ବର୍ତ୍ତମାନ ସେଥିରେ ପଞ୍ଚୁ ଫୁଟଣ ପକାନ୍ତୁ।ଏହାପରେ ସେଥିରେ କିଛି ଶୁଖିଲା ଲଙ୍କା ପକାନ୍ତୁ।ଏବେ ସେଥିରେ ପୂର୍ବରୁ ରଖିଥିବା ଜିରା,ସୋରିଷ,ରସୁଣ ପେଷ୍ଟ ପକାଇ ଦିଅନ୍ତୁ।ଏହା କିଛି ସମୟ ଫୁଟି ସାରିବା ପରେ ସେଥିରେ ପୂର୍ବରୁ ଭାଜି ରଖିଥିବା ଚୁନା ମାଛ ପକେଇ ଦିଅନ୍ତୁ।ମାଛ ପକେଇ ସାରିବା ପରେ ତାକୁ କିଛି ସମୟ ଘାଣ୍ଟନ୍ତୁ।ତରକାରୀ ଫୁଟିବାର ୫ ରୁ ୭ ମିନିଟ ପରେ ତାକୁ ଚୁଲିରୁ ଓହ୍ଲେଇ ଆଣନ୍ତୁ।ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଚୁନା ମାଛ ଚଡଚଡ଼ି।ତେବେ ଏହାକୁ ଆପଣ ନିଜ ଭିତରେ ସୀମିତ ରଖନ୍ତୁ ନାହିଁ।ଏହାକୁ ଆପଣ ଆପଣଙ୍କ ସାଙ୍ଗ ସାଥୀ ଓ ପରିବାର ଵର୍ଗଙ୍କୁ ଖୁଆନ୍ତୁ।ତେବେ ଏହାର ସ୍ଵାଦ ବହୁତ ଭଲ ଲାଗିବ।

Leave a Reply

Your email address will not be published. Required fields are marked *