ପୁରୀ ରେ ନୀଳ ଆକାଶ ହଠାତ୍‌ ରଙ୍ଗ ବଦଳାଇ ଥିଲା,ଲୌହିତ ରଙ୍ଗର ଆକାଶ ଦେଖିବାକୁ ମିଳିଥିଲା,Mesmerising Colourful ଆକାଶ ଦେଖିଲେ ଆପଣ ମଧ୍ୟ ହେଇଯିବେ ଖୁସି..ଦେଖନ୍ତୁ Video

ତେବେ ବାତ୍ୟା ଜୱାଦ ଟଳି ଯାଇଥିବା କଥା ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଅବଗତ।ବାତ୍ୟା ଯଦି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାକୁ ଆସିଥାନ୍ତା ତେବେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇ ଯାଇ ଥାଆନ୍ତା।ତେବେ ଏହାପରେ ମଧ୍ୟ ଏହି ବାତ୍ୟା ଜୱାଦ ପ୍ରଭାବରେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇ ସରିଛି।ଅନେକ ଚାଷୀ ମାନେ ସେମାନଙ୍କର ଫସଲ ହରାଇ ସାରିଛନ୍ତି।ସେମାନେ ଅନେକ ପ୍ରକାରର କ୍ଷୟକ୍ଷତି ସହିବା ପରେ ବର୍ତ୍ତମାନ ଆଉ ଏକ ଏପରି ପୂର୍ବସୁଚନା ପାଇଛନ୍ତି ଯାହା ସମସ୍ତଙ୍କ ମନରେ ଭୟର ସଂଚାର ସୃଷ୍ଟି କରିଛି।

ତେବେ ବାତ୍ୟା ଯିବା ପରେ ଗତ ରବିବାର ସନ୍ଧ୍ୟା ସମୟରେ ପୁରୀ ଜିଲ୍ଲାର ସମ୍ପୂର୍ଣ୍ଣ ଆକାଶ ଲୋହିତ ବର୍ଣ୍ଣ ହୋଇ ଯାଇଥିଲା।ତେବେ ଏପରି କଣ ପାଇଁ ହୋଇଥିଲା ଏହା ସମ୍ପର୍କରେ କିଛି ମଧ୍ୟ ସଠିକ ଭାବରେ ଜଣା ପଡି ନଥିଲା।ତେବେ ବାତ୍ୟା କାରଣରୁ ଚାଷୀ ମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା।

ଏହା ସହିତ ଅନେକ ଲୋକଙ୍କ ଅନେକ ବଡ଼ କ୍ଷତି ମଧ୍ୟ ହୋଇଥିଲା।ତେବେ ଏହି ସମୟ ଚାଷୀ ମାନଙ୍କର ଅମଳ ସମୟ ମଧ୍ୟ ଥିଲା।ଯେହେତୁ ଏହି ସମୟରେ ଚାଷୀମାନେ ସେମାନଙ୍କର ଅମଳ କରି ଥାନ୍ତେ ସେହି କାରଣରୁ ଅନେକ ଚାଷୀ ସେମାନଙ୍କର ଧାନ କାଟି ମଧ୍ୟ ରଖୁଥିଲେ।ଯାହା ଫଳରେ ବର୍ଷା କାରଣରୁ ସେହି ସମସ୍ତ ଧାନ ସମ୍ପୂର୍ଣ୍ଣ ଭାବରେ ବୁଡି ଯାଇଥିଲ।

ଏହା ସହିତ ସେମାନଙ୍କୁ ବହୁତ ଅଧିକ କ୍ଷତି ସହିବାକୁ ପଡ଼ିଥିଲା।ତେବେ ଏହି କ୍ଷତି କାରଣରୁ ସେମାନେ ବର୍ତ୍ତମାନ ବହୁତ ଅଧିକ ଚିନ୍ତାରେ ଅଛନ୍ତି।କିନ୍ତୁ ଏହି ସମୟରେ ସେମାନଙ୍କ ପାଇଁ ଆଉ ଏକ ଚିନ୍ତାର କାରଣ ଉତ୍ପନ ହୋଇଛି।ତେବେ ଗତ ରବିବାର ଦିନ ସମ୍ପୂର୍ଣ୍ଣ ଭାବରେ ଆକାସ ଲାଲ ରଙ୍ଗର ହୋଇ ଯାଇଥିଲା।

ଫଳରେ ସମ୍ପୂର୍ଣ୍ଣ ଲୋକ ଭୟଭୀତ ହୋଇ ପଡ଼ିଥିଲେ।କିଛି ଲୋକ ଏହାକୁ ଖରାପ ସମୟ ଆସିବାର ସଂକେତ ବୋଲି କହିଥିଲେ ତ ଆଉ କିଛି ଲୋକ କହିଥିଲେ କି ଆଗାମୀ ସମୟରେ ଅନେକ ଖରାପ ହେବାକୁ ଯାଉଛି।ଆଉ କିଛି ଲୋକ କହିଥିଲେ କି ଦେଶ ପାଇଁ ଆଗାମୀ ସମୟରେ ଅନେକ ବିପତ୍ତି ଆସିବାକୁ ଯାଉଛି।

ଏହିପରି ଭାବରେ ଅନେକ ଲୋକ ନିଜ ନିଜର ମତ ରଖିଥିଲେ।ତେବେ ଏହା ସମସ୍ତଙ୍କ ମନରେ ବର୍ତ୍ତମାନ ଭୟ ସୃଷ୍ଟି କରିଛି।ତେବେ ଯେହେତୁ ବର୍ତ୍ତମାନ ବାତ୍ୟା ଟଳି ଯାଇଛି କିନ୍ତୁ ଏହା ପରେ ମଧ୍ୟ ଏପରି ଭାବରେ ଆକାଶର ଲାଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଏହା ଆଗାମୀ ବିପଦର ସୂଚନା ବୋଲି ଅନେକ କହୁଛନ୍ତି।

ତେବେ ଯଦି ଏପରି ହୋଇଥାଏ ତେବେ ଏହା ଓଡ଼ିଶା ପାଇଁ ହୁଏତ ବିପଦ ହୋଇପାରେ।ବର୍ତ୍ତମାନ ଅନେକ ଲୋକ ଏହାକୁ ନେଇ ଭୟଭୀତ ଥିବା ବେଳେ ଆଉ କିଛି ଲୋକ ଏହାକୁ ପ୍ରାକୃତିକ ପରିବର୍ତ୍ତନ ବୋଲି କହିଛନ୍ତି।ତେବେ ଭଗବାନ ଜଗନ୍ନାଥଙ୍କ ପାଖରେ ବର୍ତ୍ତମାନ ସମସ୍ତ ଲୋକମାନେ ଏହା ନିବେଦନ କରିଛନ୍ତି କି ଆଗାମୀ ସମୟରେ ଯେପରି ଓଡ଼ିଶା ଉପରେ କୌଣସି ବିପତ୍ତି ନ ଆସୁ।

Leave a Reply

Your email address will not be published. Required fields are marked *