ଆକାଶ ସିନ୍ଦୁର ବର୍ଣ୍ଣ ହେଲା କାହିଁକି?ବଡ଼ ସଙ୍କେତ ଦେଲା ମାଲିକା,ଆଗକୁ ଆସିବା ଏହି ବଡ ବିପଦ,ଦେଖନ୍ତୁ Video

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ମାଳିକା ବଚନ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ମାଳିକା ବଚନ କଥା ଜାଣିଥିବେ ଏବଂ ମହାପୁରୁଷ ମାନେ ଏହା ବିଷୟରେ କଣ ସବୁ ଲେଖିଛନ୍ତି ତାହା ମଧ୍ୟ ଜାଣିଥିବେ।

ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ଗରୁଡ଼ ଗୀତାରେ ଲେଖିଛନ୍ତି ୨୦୨୧ ଠାରୁ ଆଗକୁ ଯେଉଁସବୁ ସମସ୍ୟା ବିଷୟରେ ମହାପୁରୁଷ ଲେଖିଛନ୍ତି ତାହା ହୁଏତ କାଲି ମଧ୍ୟ ଆସି ପହଞ୍ଚିଯାଇପାରେ।ବର୍ଷକ ପରେ ଆସିପାରେ କିନ୍ତୁ ଏହା ଆସିବ ନିଶ୍ଚିତ।ମହାପୁରୁଷ ଲେଖିଛନ୍ତି “ଭୂମିକମ୍ପ ବିର କେବେ ନୋଇବ କହିଲି ତୋ ଆଗେ ପୁଣି ଝିଣ୍ଟିକା ବୋଲିଣ ଏକ ବର୍ଣ୍ଣ ପୋକ ଆସିବେ

ଶୂନ୍ୟରୁ ଉଡି ଆକାଶ ସିନ୍ଦୁର ବରଣ ଦିଶିବ ଲୋକରେ ପଡିବେ ହୁରୀ।ଚାହୁଁ ଚାହୁଁ ଗଛ ପତ୍ର ଚରିଯିବେ ଶସ୍ୟ ହୋଇଯିବ ଉଣା ଅପଥରେ ଲୋକେ ଗମନ କରିବେ ପଥେ ହୋଇ ବାଟବଣା”।ଆକାଶ ସିନ୍ଦୁର ବର୍ଣ୍ଣ ଦେଖାଯିବ ଏବଂ କିଛି ଏପରି ପୋକ ଆସିବେ ସବୁ ଫସଲକୁ ଖାଇଯିବେ ଏବଂ କୃଷି ହାନି ହେବ।ଯେପରି ପଙ୍ଗପାଳ ଆସିଥିଲେ

ସେହିପରି ଅନ୍ୟ ଏକ କୀଟ ଆସି ସର୍ବନାଶ କରିବ ଏବଂ ଖାଦ୍ୟ ଅଭାବ ବହୁତ ବଢିବ।ଆଗାମୀ ସମୟକୁ ଏହି କଥା ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ଗରୁଡ଼ ଗୀତାରେ ଆମକୁ ସୂଚିତ କରିଛନ୍ତି।ଯେତେବେଳେ ଆକାଶ ସିନ୍ଦୁର ବର୍ଣ୍ଣ ଦେଖାଯିବ ସେତେବେଳେ ଜାଣିବା କିଛି ଗୋଟେ ବିପତ୍ତି ଆସିଲା।

ପ୍ରଭୁ ହନୁମାନ ଯେତେବେଳେ ଜନ୍ମ ହୋଇଥିଲେ ଖାଇବାପାଇଁ ଯାଇଥିଲେ ସୂର୍ୟ୍ଯଙ୍କୁ।ସେତେବେଳେ ସୂର୍ଯ୍ୟ ଲାଲ ରଙ୍ଗ ଦେଖାଯାଉଥିଲେ।ଏହାପରେ ପ୍ରଭୁ ହନୁମାନଙ୍କ ହନୁ ହାଡ଼କୁ ଦେବରାଜ ଇନ୍ଦ୍ର ବଜ୍ର ମାରି ଭାଙ୍ଗିଥିଲେ।ଏହାପରେ ପ୍ରଭୁ ହନୁମାନ ବର ଲାଭ କରିଥିଲେ।ଯେତେବେଳେ ୧୯୯୯ ମହାବାତ୍ୟା ହୋଇଥିଲା

ଯେଉଁମାନେ ବୟସ୍କ ଲୋକ ଅଛନ୍ତି ଦେଖିବେ ତାର ପୂର୍ବ ଦିନ ଅର୍ଥାତ ବୁଧବାର ଦିନ ଚାରିଟା ସମୟରେ ଆକାଶ ବହୁ ସଂଖ୍ୟାରେ ଲାଲ ରଙ୍ଗ ହୋଇଯାଇଥିଲା।ବର୍ତ୍ତମାନ ଦେଖିବେ ସାତ ଖଣ୍ଡ ଗ୍ରାମ ଖଣ୍ଡିଏ ହୋଇବ ପ୍ରାୟ ସ୍ଥାନରେ ପୁରୁଣା ଜନବସତି କମି ଯାଉଛି ଏବଂ ଲୋକମାନେ ପ୍ରାୟ ସଂଖ୍ୟାରେ ଯାଇ ନୂତନ ଜନବସତି ସୃଷ୍ଟି କରୁଛନ୍ତି।

ଦଶ କୋଡିଏ ଘରୁ ଲୋକ ଆସି ରହିଯିବେ ଏବଂ ତାହା ଏକ ଗାଁ ହୋଇଯିବ।୧୯୯୦ ମସିହା ଜୁନ ମାସ ଅଁଳା ବେଢାରୁ ଏକ ପ୍ରଭୁ ଜଗନ୍ନାଥଙ୍କ ପଥର ଖସିଥିଲା।୨୦୧୩ ମସିହା ବେଳକୁ ତାହା ୨୩ ବର୍ଷ ପୂରଣ ହୋଇଛି।

Leave a Reply

Your email address will not be published. Required fields are marked *