ଜଙ୍ଗଲ ଜୀବ ମାନଙ୍କ ମଧ୍ୟରେ ଲଢେ଼ଇ ଆମେ ସହ ସହ ବର୍ଷ ହେବ ଦେଖି ଆସୁଛୁ।ଏଇଠି ଯିଏ ଅଧିକ ଶକ୍ତିଶାଳୀ ହୋଇଥାଏ ସେ ଯୁଦ୍ଧ ମଇଦାନରେ ଜିତି ଥାଏ।କିନ୍ତୁ ବେଳେ ବେଳେ କିଛି ପଶୁ ନିଜ ଶକ୍ତି ଉପରେ ଗର୍ବ କରି ଅନ୍ୟ ପଶୁ ମାନଙ୍କ ଉପରେ ଆକ୍ରମଣ କରିଥାନ୍ତି।କିନ୍ତୁ ଏମିତି ପରିସ୍ଥିତିରେ ତାଙ୍କୁ ପାଶ୍ଚାତାପ କରିବାକୁ ପଡ଼ିଯାଏ।ଯେଉଁଥିରେ ଭୁଲ ଶତ୍ରୁ ସହ ପଙ୍ଗା ନେବା ନା କେବଳ ଭାରି ପଡ଼ିଲା ବରଂ ବଡ଼ ଶକ୍ତିଶାଳୀ ଜୀବ ମାନଙ୍କର ଜୀବନ ନେଇଗଲା।
ଫେବୃଆରୀ ୨୦୨୧ରେ ଶ୍ରୀଲଙ୍କାର ୟାଲା ନେସନାଲ ପାର୍କରେ କିଛି ଟୁରିଷ୍ଟ ପଶୁପକ୍ଷୀ ମାନଙ୍କୁ ଦେଖୁଥିଲେ।ଏହି ସମୟରେ ଟୁରିଷ୍ଟ ମାନେ ଦେଖିଲେ ଯେ ଗୋଟିଏ ଚିତା ବାଘ ରୋଡ ସାଇଡରେ ଲୁଚି ବସିଛି।ଘଟଣା କଣ ଜାଣିବା ପାଇଁ ଟୁରିଷ୍ଟ ମାନେ ସେଠାରେ ଗାଡ଼ିକୁ ରୋକିଲେ।ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚିତ ବାଘଟି ରୋଡ କଡର ରାସ୍ତା କଡ଼ରେ ଥିବା ଗୋଟିଏ ମଇଁଷି ଦଳ ଆକ୍ରମଣ କରିଦେଲେ।
କିନ୍ତୁ ଚିତା ବାଘ ମଇଁଷି ଛୁଆକୁ ମାରିବା ପୂର୍ବରୁ ଅନ୍ୟ ମଇଁଷି ମାନେ ମିଶି ତାକୁ ବଞ୍ଚାଇବା କାମରେ ଲାଗିଗଲେ।କିଛି ସମୟ ଏମିତି ଜୀବନ ମରଣ ଲଢେଇ ଚାଲିବା ପରେ ଚିତା ବାଘଟି ବୁଝି ଗଲା ଯେ ସେ ଆଜି ଭୁଲ ଶତ୍ରୁ ସହ ପଙ୍ଗା ନେଇଛି।ମଇଁଷି ମାନଙ୍କ ଶିଙ୍ଗ ମାଡ଼ରୁ ନିଜକୁ ବଞ୍ଚାଇବା ପାଇଁ ଶିକାର ଛାଡ଼ି ସେ ଗଛ ଉପରକୁ ଚଢ଼ିଗଲା। l
ଏଇଠି ପୁଣି ଥରେ ଶତ୍ରୁ ଆଗରେ ଏକତା ଜିତି ଗଲା।ସାଙ୍ଗମାନେ ମେଣ୍ଢା ମାନେ ବହୁତ ଆକ୍ରମକ ଓ ରାଗି ସ୍ୱଭାବର ହୋଇଥାନ୍ତି।ବିଶେଷ କରି ଜଙ୍ଗଲି ମେଣ୍ଢା ମାନେ ନିଜ ବଡ଼ ବଡ଼ ମୁଣ୍ଡ ଦ୍ଵାରା ଶକ୍ତିଶାଳୀ ଜୀବ ମାନଙ୍କୁ ପରାଜିତ କରି ଦିଅନ୍ତି।ମାର୍ଚ୍ଚ ୨୦୧୮ରେ ଆମେରିକାର ଟେକ୍ସାସରେ ଏକ ଘଟଣା ଘଟିଥିଲା।
ଏଥିରେ ଗୋଟିଏ ବଡ଼ ଜଙ୍ଗଲି ମେଣ୍ଢା ନିଜ ଶକ୍ତି ପାଇଁ ଗର୍ବ କରି ଗୋଟିଏ ବାରସିଙ୍ଗା ହରିଣ ଉପରେ ବିନା କାରଣରେ ଆକ୍ରମଣ କରିଦେଲା।କିନ୍ତୁ ବାରାଶିଙ୍ଗା ହରିଣର ବିଶାଳ ସୀଙ୍ଗର ମାଡ଼ ଖାଇବା ପରେ ସେ ବୁଝିଗଲା ଯେ ଆଜି ସେ ଭୁଲ ଜାଗାରେ ପଙ୍ଗା ନେଇଛି।ବାରାଶିଙ୍ଗ ନିଜ ଶକ୍ତିଶାଳୀ ଶିଙ୍ଗ ଦ୍ଵାରା ମେଣ୍ଡାକୁ ଟେକି ନେଇ କଚାଡି ଦେଲା ଏବଂ ଏହା ପରେ ମେଣ୍ଡା ସେଠାରୁ ବିଜୁଳି ବେଗରେ ଜୀବନ ବଞ୍ଚାଇ ଖସି ଚାଲିଗଲା।
ଦୁଇଟି ଓଟ ଗୋଟିଏ ମେଣ୍ଢାର ଖାଦ୍ୟକୁ ଜବରଦସ୍ତି ଖାଇ ଯାଉଛନ୍ତି। ଓଟମାନେ ମେଣ୍ଢାକୁ କମଜୋର ଭାବି ତା ଆଡ଼କୁ ଧ୍ୟାନ ଦେଇ ନଥିଲେ। ମେଣ୍ଢାକୁ ଓଟଙ୍କର ଏହି ବଦମାସ କାମ ପସନ୍ଦ ଆସିଲା ନାହିଁ।ସେ ସାଙ୍ଗେ ସାଙ୍ଗେ ଆକ୍ରମଣ କରିଦେଲା।ଓଟମାନେ ତାକୁ ଆକ୍ରମଣ କରିବାକୁ ଚେଷ୍ଟା କଲେ।କିନ୍ତୁ ସେ ଆଦୌ ପଛକୁ ହଟିଲା ନାହିଁ।