ମୋର ଆଜି ବାସ ଛାଡପତ୍ରର ଶୁଣାଣି ଥିଲା ତେଣୁ ମୁଁ ଫ୍ୟାମିଲି କୋର୍ଟ ଆସିଥିଲି।ମୋ ସ୍ବାମୀ ତ ଆସୁ ନାହାନ୍ତି।ତେଣୁ ମୁଁ ଆସି ସାଇନ ମାରିଲି।ଆଉ ଯାହା ଅଧିକ ହେବ ଆଗକୁ ଜଣା ପଡ଼ିବ।ଆଉ ଆପଣ କଣ କହିବେ କି ଆପଣ ସ୍ବାମୀ ଆପଣଙ୍କୁ ଛାଡ଼ି ପଳେଇଗଲେ।ଆଜିକୁ ୪ ଦିନ ହୋଇଗଲା ସେ ମୋ ବିଷୟରେ କିଛି ବି ବୁଝି ନାହାନ୍ତି।ମୁଁ ବହୁତ ଚେଷ୍ଟା କରୁଛି ତାଙ୍କ ସହ କଥା ହେବାକୁ କିନ୍ତୁ ତାଙ୍କର କୌଣସି ସୂଚନା ମିଳି ନାହିଁ।
ଏହା ସହ ମୁଁ ଶୁଣିଥିଲି କି ତାଙ୍କ ଘରେ ମଧ୍ୟ ସବୁ ଫେରାର ଅଛନ୍ତି।ମୁଁ ଆଉ କଣ କରି ପାରିବି।ମୁଁ ଚେଷ୍ଟା କରୁଛି ତାଙ୍କ ସହ ଯୋଗାଯୋଗ କରିବା ପାଇଁ।ଆଉ ଆପଣ କଣ ପିଟିସନ ପକେଇବେ କି ନାଇଁ କି ଆଉ କଣ କରିବେ।ସେ ବିଷୟରେ ତା ମୁଁ ବେଶୀ କିଛି ଜାଣିନି।ମୋ ଓକିଲ ଏ ବିଷୟରେ ଜାଣିଥିବେ।
ଆପଣଙ୍କ ଦାୟିତ୍ଵ ବର୍ତ୍ତମାନ କିଏ ନେଉଛି।ମୁଁ ନିଜେ ଏବେ ମୋର ଦାୟିତ୍ଵ ନେଉଛି।ମୁଁ ନିଜେ ମୋର ଖର୍ଚ୍ଚ ବହନ କରୁଛି।ସେଠି ଆପଣଙ୍କ ପାଇଁ ପୋଲିସ ସୁରକ୍ଷା ଅଛି ନା ନାହିଁ।ହଁ ସେମାନେ ସେଠି ସୁରକ୍ଷା ଦେଉଛନ୍ତି।କିନ୍ତୁ ମୁଁ ବାହାରକୁ ଆସିଲେ କିଛି ସୁରକ୍ଷା ନାହିଁ।ତେବେ ୪ ଦିନ ହେବ ଆସ୍କା ପୋଲିସ ଆପଣଙ୍କ ସୁରକ୍ଷା କରୁଛି।
ବାହାରକୁ ଆସିଲେ ଆପଣ ବିପଦ ବୋଲି ଭାବୁଛନ୍ତି କି।ଆପଣ କୋର୍ଟରେ କହିଛନ୍ତି କି ଆପଣ ବାହାରକୁ ଆସିଲେ ବିପଦ ମନେ କରୁଛନ୍ତି କି।ହଁ ଆଜ୍ଞା ମୁଁ ଦୁଇ ତିନି ଦିନ ହେବ ମାଗୁଛି ଏହା।ମୁଁ ଆଜି ବି ଯେତେବେଳେ କୋର୍ଟ ଆସିଲି ପୋଲିସକୁ ସୁରକ୍ଷା ପାଇଁ କହିଥିଲି। ଆପଣଙ୍କୁ କାହା ପାଖରୁ ବିପଦ ବୋଲି ଲାଗୁଛି।
ପୋଲିସଙ୍କ ଉପସ୍ଥିତିରେ ମୋ ସ୍ବାମୀ ଯେତେବେଳେ ଫେରାର ହୋଇ ପାରୁଛନ୍ତି।ଆଉ କାହା ସହ ସ୍କୁଟିରେ ପଳେଇ ଯାଇ ପାରୁଛନ୍ତି।କିନ୍ତୁ ତାଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।ତାହେଲେ ମୁଁ ବାହାରକୁ ଯିବି ମୋ ଜୀବନ ପ୍ରତି ବିପଦ ଥିବ କି ନାହିଁ।କାହାଠାରୁ ବିପଦ ଅଛି ଆପଣଙ୍କୁ ଲାଗୁଛି।ମୋ ଶଶୁର ଘର।
ଯେହେତୁ ସେ ଏମିତି କରୁଛନ୍ତି ତେଣୁ ତାଙ୍କ ଠାରୁ।କୋର୍ଟ ମନା କରିଛନ୍ତି କି ପୋଲିସ ସୁରକ୍ଷା ଦେବେନି ବୋଲି ଆଉ ଆପଣ ତା ଉପରେ କଣ କହିବେ।ସେଟା ସେ କହିଛନ୍ତି।ସେ ମାତ୍ର ଘର ପାଖରେ ହିଁ ସୁରକ୍ଷା ଦେଉଛନ୍ତି।କିନ୍ତୁ ବାହାରକୁ ଯଦି କୌଣସି କାରଣ ପାଇଁ ଗଲେ ଯେମିତି କୋର୍ଟ ଆସିବା ବେଳେ ମତେ ମିଲୁ ନାହିଁ।କୋର୍ଟକୁ ଆସିବ ବେଳେ ମୁଁ କହିଥିଲି କି ମତେ ସୁରକ୍ଷା ଯୋଗାଇ ଦିଆଯାଉ।କିନ୍ତୁ ପୋଲିସ ମତେ ମନା କରିଥିଲେ।