Airtel ରୁ BSNL କରିବା ଚକରରେ ମୋର ବ୍ୟାଙ୍କରୁ କଟିଗଲା ୧୩ ଲକ୍ଷ ଟଙ୍କା,ଏଭଳି ଭାବେ ଖାତା ହେଇଗଲା ଶୂନ୍ୟ…ଦେଖନ୍ତୁ Video

ଆପଣ ମାନେ ସିମ ପୋର୍ଟ କରିବାକୁ ଚାହୁଁଛନ୍ତି କି। ସାବଧାନ କାହିଁକି ନା ସିମ ପୋର୍ଟ ନାମରେ ମାତିଛନ୍ତି ସାଇବର ଲୁଟେରା। କ୍ଷଣିକେ ଲୁଟି ନେଉଛନ୍ତି ଟଙ୍କା। ଏଇଭଳି ଜଣେ ଲୁଟର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ବରର ଜଣେ ବାସିନ୍ଦା।ଏହି ନାମରେ ତାଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଲୁଟି ନିଆ ଯାଇଥିଲା।ମୋ ସ୍ତ୍ରୀର ମୋବାଇଲରେ ଏକ ସିମ ଥିଲା। ସେଥିରେ ଟିକେ ଅସୁବିଧା ଥିଲା ବୋଲି ମୁଁ ପୋର୍ଟ କରୁଥିଲି।ସେ ମୋର ଆବଶ୍ୟକ ତଥ୍ୟ ସବୁ ନେଲେ। ଫଟୋ ମଧ୍ୟ ଉଠିଲେ।ମୋ ଫଟୋ ସହ ତାଙ୍କ ଫଟୋ ମଧ୍ୟ ନେଲେ।

କହିଲେ ୪ ଦିନ ପରେ ହୋଇଯିବ।କହିଲେ ୧୪ ତାରିଖ ସୁଦ୍ଧା ହୋଇଯିବ।ମୁଁ ୧୫ ତାରିଖ ଯାଇ କହିଲି ଏହା ହୋଇ ନାହିଁ।ସେ ଦେଖିଲେ ଓ କହିଲେ ପ୍ରସେଶିଂରେ ଅଛି।ତା ପରେ ସେହି ୧୫ ତାରିଖ ଦିନ ସନ୍ଧ୍ୟା ବେଳେ ଗୋଟିଏ ମେସେଜ ଆସିଲା କି ଆପଣଙ୍କର ପୋର୍ଟ ହୋଇ ଯାଇଛି। ଓଟିପି ପାଇଁ ଏକ ନମ୍ୱରରେ କଥା ହୁଅନ୍ତୁ।ମୁଁ ସେ ନମ୍ୱରରେ କଲ କଲା ବେଳେ ହେଲା ନାହିଁ।

ଏହା ପରେ ମତେ ଗୋଟିଏ ମେସେଜ ଆସିଲା କି ପୋର୍ଟ କରିବା ପାଇଁ ଆପଣ ଆମ କଷ୍ଟମର କେୟାର ସହ କଥା ହୁଅନ୍ତୁ।ମୁଁ କଥା ହେବା ବେଳେ କହିଲେ କି ଆମେ ୧୦ ଟଙ୍କା ଚାର୍ଜ ନେଉଛୁ।ସେ କହିଲେ କି ଆପଣ ଡେବିଟ କାର୍ଡରେ ଦେଇ ଦିଅନ୍ତୁ।ତା ପରେ ଆମେ ପେମେଣ୍ଟ କଲୁ।ତା ପରେ ଗୋଟିଏ ଓଟିପି ଆସିଲା।ମୁଁ ତାକୁ ତାଙ୍କୁ ଜଣାଇଲି।

ତା ପରେ ସେ କହିଲେ ଆପଣଙ୍କର ହୋଇଗଲା।ମୁଁ ମୋ ଫୋନ ଚାଲୁ କରି ଦେଖିଲି ଯେ ମୋ ଫୋନ ପୁରା ହ୍ୟାକ ହୋଇଗଲା।ଆମେ ଏବେ ଅଭିଯୋଗ କରିବା ପାଇଁ ଆସିଛୁ।ବର୍ତ୍ତମାନ ସାଇବର ଠକ ମାନେ ବରିଷ୍ଠ ନାଗରିକ ମାନଙ୍କୁ ଅଧିକ ଟାର୍ଗେଟ କରିଛନ୍ତି।ସେମାନଙ୍କ ସରଳତାର ସୁଯୋଗ ନେଇ ଏମିତି କରୁଛନ୍ତି।

ଯାହାର ସିଧା ସଳଖ ଭାବେ ଶିକାର ହୋଇଛନ୍ତି ଜଣେ ରାଜଧାନୀ ଭୁବନେଶ୍ବରରେ ବାସ କରୁଥିବା ଜଣେ ବ୍ୟକ୍ତି।ପ୍ରଥମେ ତାଙ୍କୁ ଗୋଟିଏ ଆପ ଇନଷ୍ଟଲ କରିବା ପାଇଁ କୁହା ଯାଇଥିଲା।ଯେତେବେଳେ ସେ ତାଙ୍କ ସିମକୁ ପୋର୍ଟ କରିବା ପାଇଁ ଚାହିଁଥିଲେ ସେତେବେଳେ ସାଇବର ଠକ ମାନେ ତାଙ୍କ ସରଳତାର ସୁଯୋଗ ନେଇ ଥିଲେ।

ଯେଉଁ ନମ୍ବର ଦିଆ ଯାଇଥିଲା ସେ ନମ୍ୱରରେ ସେ ଯେତେବେଳେ ଫୋନ କରିଥିଲେ ସେହି ସମୟରେ ତାଙ୍କୁ ଏକ ଆପ ଇନଷ୍ଟଲ କରିବା ପାଇଁ କୁହା ଯାଇଥିଲା।ତା ପରେ ପରେ ତାଙ୍କର ସମସ୍ତ ତଥ୍ୟ ସେ ପାଇଥିଲେ।ଏହା ସହ ସେତେବେଳେ ସେ ତାଙ୍କୁ ୧୦ ଟଙ୍କାର ଚାର୍ଜ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *