Sarapancha ଙ୍କ ଦରମା କେତେ ଓ ଯୋଗ୍ୟତା କଣ,କଣ କରିଲେ ଜଣେ ହେଇପାରିବ ସରପଞ୍ଚ…ଦେଖନ୍ତୁ Video

ସରପଞ୍ଚ ହେବା ପାଇଁ କି ଯୋଗ୍ୟତା ଦରକାର। ସରପଞ୍ଚଙ୍କ ଦରମା କେତେ।ସରପଞ୍ଚଙ୍କ କାର୍ଯ୍ୟ କଣ।ଆସନ୍ତା ମାସ ଫେବୃଆରୀ ୧୬ରୁ ଆରମ୍ଭ ହେବ ରାଜ୍ୟରେ ପଞ୍ଚାୟତ ନିର୍ବାଚନ।ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହୋଲ ସରକାରଙ୍କର ଉଠିଛି। ସବୁଠାରେ ପ୍ରସ୍ତୁତି ଆରମ୍ଭ ହୋଇଛି।ସବୁ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଜୋର ସୋରରେ ଲାଗି ପଡିଛନ୍ତି।ତେବେ କଣ ଆପଣ ଜାଣନ୍ତି କି ସରପଞ୍ଚ ହେବା ପାଇଁ ଆପଣଙ୍କର କି ଯୋଗ୍ୟତା ଦରକାର।

ପଞ୍ଚାୟତ ହାତେଇବା ପାଇଁ ସରପଞ୍ଚଙ୍କ ଯୋଗ୍ୟତା କଣ ଥିବା ଦରକାର।ତାଙ୍କର କାମ ସବୁ କଣ ରହିଛି ଏବଂ ସରପଞ୍ଚ କିଭଳି ନିର୍ବାଚିତ ହୁଅନ୍ତି ଓ ସରପଞ୍ଚଙ୍କ ଦରମା କେତେ।ତେବେ ଆଜି ଆମେ ଜାଣିବା ସରପଞ୍ଚ ପଦବୀ ସହିତ ଜଡିତ ଅନେକ ତଥ୍ୟ।ଏହା ପୂର୍ବରୁ ଆମେ ଜାଣିବା ଗ୍ରାମ ପଞ୍ଚାୟତ କିଭଳି ହୁଏ।୨୦୦୦ରୁ ୬୦୦୦ ଲୋକଙ୍କୁ ନେଇ ଗଠିତ ହୋଇଥାଏ ଗ୍ରାମ ପଞ୍ଚାୟତ।

ଗ୍ରାମ ପଞ୍ଚାୟତ ମୁଖ୍ୟତଃ ୩ଟି ପଦବୀକୁ ଥାଏ।ପ୍ରଥମ ସରପଞ୍ଚ ଦ୍ୱିତୀୟ ନାଏବ ସରପଞ୍ଚ ଓ ତୃତୀୟ ୱାର୍ଡ ମେମ୍ବର।ତେବେ ସରପଞ୍ଚ ହେବା ପାଇଁ ଯୋଗ୍ୟତା କଣ କଣ ଦରକାର।ପ୍ରଥମେ ତାଙ୍କୁ ୨୧ ବର୍ଷ ହୋଇଥିବା ଦରକାର। ଭୋଟର ତାଲିକାରେ ତାଙ୍କର ନାମ ଥିବା ଦରକାର। କୁଷ୍ଠ ବା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ନଥିବେ।

ସେ ଦେବାଳିଆ ହୋଇ ନଥିବେ।ସେ ପଞ୍ଚାୟତର ୱାର୍ଡ ମେମ୍ବର ହୋଇ ନଥିବେ।ଯେଉଁ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ଚୟନ ହୋଇଛନ୍ତି ସେ ସରକାରି କର୍ମଚାରୀ ହୋଇ ନଥିବେ।ନିର୍ବାଚନ ଆଇନ ଦ୍ଵାରା ଦଣ୍ଡିତ ହୋଇ ନଥିବେ।ତେବେ ଏବେ ଜାଣିବା ସରପଞ୍ଚଙ୍କ କାର୍ଯ୍ୟ କଣ। ସରପଞ୍ଚଙ୍କ ଦୁଇ ପ୍ରକାରର କାର୍ଯ୍ୟ ଥାଏ।

ଗୋଟିଏ ବାଧ୍ୟତାମୂଳକ ଓ ଅନ୍ୟଟି ଇଚ୍ଛାଧୀନ। ବାଧ୍ୟତାମୂଳକ କାର୍ଯ୍ୟରେ ରାସ୍ତା ନିର୍ମାଣ ଓ ତାର ରକ୍ଷଣା ବେକ୍ଷଣ।ଏହା ସହ ରାସ୍ତାରେ ଆଲୋକ ବ୍ୟବସ୍ଥା,ସର୍ବ ସାଧାରଣଙ୍କ ପାଇଁ ଜଳ ଯୋଗାଣ।ଜନ୍ମ,ମୃତ୍ୟୁ,ବିବାହ ପଞ୍ଜିକରଣ। ହାଟ ପ୍ରତିଷ୍ଠା ଓ ଜାନି ଯାତ୍ରା କରିବା। ଏ ସମସ୍ତ କାର୍ଯ୍ୟ ସରପଞ୍ଚଙ୍କ ବାଧ୍ୟତାମୂଳକ କାର୍ଯ୍ୟ ଅଟେ।

ଗ୍ରାମର ଜଙ୍ଗଲର ସୁରକ୍ଷା, ପାଠାଗାର ପ୍ରତିଷ୍ଠା କରିବା,କୃଷି ଓ ମେଳା ଆଦି ପରିଚାଳନା କରିବା,ଗାଧୁଆ ଘାଟ ନିର୍ମାଣ କରିବା,ନିଶା ନିବାରଣ କାର୍ଯ୍ୟ।ଏ ସବୁ କାର୍ଯ୍ୟ ସରପଞ୍ଚଙ୍କ ଇଚ୍ଛାଧୀନ କାର୍ଯ୍ୟରେ ଅନ୍ତର୍ଭୁକ୍ତ।ତେବେ ସରପଞ୍ଚଙ୍କ ମାସିକ ଦରମା କେତେ।ଜଣେ ସରପଞ୍ଚ ସାମ୍ବିଧାନିକ ନିୟମ ଅନୁସାରେ ମାସିକ ୨୫୦୦ ଟଙ୍କା ଦରମା ଆକାରରେ ପାଏ।ତେବେ ଏ ଥିଲା ସରପଞ୍ଚ ପଦବୀ ସହିତ ଜଡିତ ଅନେକ ତଥ୍ୟ ଜେପରି କି ସରପଞ୍ଚଙ୍କ ଯୋଗ୍ୟତା କଣ,ତାଙ୍କର କାର୍ଯ୍ୟ କଣ ଏବଂ ତାଙ୍କର ଦରମା।

Leave a Reply

Your email address will not be published. Required fields are marked *