ଆଉ ଜଣେ ଡିମ୍ପଲ Lopamudra,ଏଭଳି ଭାବେ ସ୍ୱାମୀ ଙ୍କ ଘର ଆଗରେ ବସିରହିଛନ୍ତି,ଦେଖନ୍ତୁ

ପୁଣି ସେହି ନ୍ୟାୟ ପାଇଁ ସ୍ଵାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି ତପସ୍ୱିନୀଙ୍କ ପରେ ଏବେ ବଲାଙ୍ଗୀରର ଲୋପାମୁଦ୍ରାଙ୍କୁ ନେଇ ଚର୍ଚ୍ଚା।କାରଣ ନ୍ୟାୟ ପାଇଁ ସେ ଧାରଣାରେ ବସିଛନ୍ତି।ସ୍ଵାମୀଙ୍କ ଘର ଆଗରେ ଦ୍ଵିତୀୟ ଦିନରେ ଧାରଣାରେ ବସିଛନ୍ତି ଲୋପାମୁଦ୍ରା।ତାଙ୍କ ସହ ତାଙ୍କର ୭ ବର୍ଷର ପୁଅ ମଧ୍ୟ ଅଛନ୍ତି।୨୦୧୩ରେ ସେ ବାସୁଦେବ ମିଶ୍ରଙ୍କୁ ବିବାହ କରିଥିଲେ।ଗତ କାଲି ସାରା ରତି ପ୍ରବଳ ଶୀତରେ ସେ ପୁଅକୁ ଧରି ବାହାରେ ବସିଥିଲେ।କାରଣ ତାଙ୍କ ସ୍ଵାମୀ ତାଙ୍କୁ ଗ୍ରହଣ କରୁ ନାହାନ୍ତି ବୋଲି ସେ ଦାବି କରିଛନ୍ତି।

ଅନ୍ୟ ପଟେ ସ୍ବାମୀ ଓ ତାଙ୍କ ଘର ପରିବାର ବାହାରେ ତାଲା ପକାଇ ଘର ଭିତରେ ଅଛନ୍ତି।ଯେ ପର୍ଯ୍ୟନ୍ତ ତାଙ୍କୁ ସ୍ବାମୀ ଗ୍ରହଣ କରି ନାହାନ୍ତି।ସେ ପର୍ଯ୍ୟନ୍ତ ସେ ଧାରଣାରେ ବସିବେ।ପୁଅକୁ ଧରି ସେ ଧାରଣା ଜାରି ରଖିବେ ବୋଲି ସେ କହିଛନ୍ତି।ବଡ଼ କଥା ହେଉଛି ସେ କାହିଁକି ତାଙ୍କ ଶାଶୁ ଘରୁ ଚାଲି ଯାଇଥିଲେ।

ଘଟଣା କଣ ରହିଥିଲା ଏବଂ ୭ ବର୍ଷର ପୁଅକୁ ନେଇ ସେ ଏବେ ସ୍ଵାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି।ଏହି ସବୁ ଘଟଣାର ପଛରେ କାରଣ କଣ ରହିଛି।ତେବେ ଏବେ ଆଉ ଜଣେ ଡିମ୍ପଲଙ୍କୁ ଚର୍ଚ୍ଚା ଚାଲିଛି।କାରଣ ଅନେକ ଦିନ ଧରି ଗଣ ମାଧ୍ୟମରେ ଚର୍ଚ୍ଚା ଚାଲିଥିଲା ତପସ୍ୱିନୀ ଓ ସୁମିତଙ୍କ ବିବାଦକୁ ନେଇ।ତେବେ ଏବେ ଲୋପାମୁଦ୍ରା ଏବେ ବସିଛନ୍ତି ତାଙ୍କ ସ୍ବାମୀଙ୍କ ଘର ସାମ୍ନାରେ ନ୍ୟାୟ ପାଇଁ।

ସେ କହିଛନ୍ତି କି ତାଙ୍କ ଶଶୁର ଘର ନିର୍ଯାତନା ଦେଇଥିଲେ।ଖାସ କରି ତାଙ୍କର ଯିଏ ସ୍ବାମୀ ରହିଛନ୍ତି ସେ ସବୁବେଳେ ମଦ ପି କରି ଆସି ମାଡ଼ ମାରନ୍ତି।ସେ ବାରମ୍ବାର ନିର୍ଯାତନାର ଶିକାର ହୋଇଛନ୍ତି।ତାଙ୍କ ସ୍ବାମୀଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ନିର୍ଯାତନା ଦେଇଛନ୍ତି।ତାଙ୍କୁ ମାଡ଼ ମାରି ଘର ବାହାରକୁ ବାହାର କରି ଦିଆ ଯାଇଛି।ସେ କହିଛନ୍ତି କି ତାଙ୍କ ସ୍ଵାମୀ ତାଙ୍କ ସହ ଛଳନା କରିଛନ୍ତି।

ତାଙ୍କ ପରିବାରରେ ଅଶାନ୍ତ ଲାଗି ରହୁଛି।ସେ କିଛି ଦିନ ଯାଇ ତାଙ୍କ ବାପ ଘରେ ରହୁଥିଲେ।ତାଙ୍କ ସ୍ଵାମୀ ତାଙ୍କୁ ନେଇ ଯାଇଥିଲେ ଓ ରାସ୍ତାରେ ଛାଡ଼ି ଦେଇଥିଲେ।ପୁଣି କିଛି ଦିନ ପରେ ତାଙ୍କ ସ୍ଵାମୀ ଯାଇ ତାଙ୍କୁ ଘରକୁ ଆଣିଥିଲେ ଓ ବାହାରେ କିଛି ବର୍ଷ ଭଡ଼ାରେ ରଖିଥିଲେ। ପରିବାର ଲୋକଙ୍କ ଭୟରେ ସେ ଏମିତି କରିଥିଲେ।ଏବେ ଲୋପାମୁଦ୍ରାଙ୍କ ପାଖରେ ବାହାରେ ରହିବା ପାଇଁ କୌଣସି ସାମର୍ଥ୍ୟ ନାହିଁ।ତାଙ୍କ ପାଖରେ କିଛି ଅର୍ଥ ମଧ୍ୟ ନାହିଁ।ସେ ଏବେ ସ୍ଵାମୀଙ୍କ ଘର ସାମ୍ନାରେ ବସି ତାଙ୍କ ହକ ପାଇଁ ଲଢେଇ କରୁଛନ୍ତି।ଏହା ସହ ସେ ବଲାଙ୍ଗୀର ପୋଲିସର ମଧ୍ୟ ସହାୟତା ନେଇଛନ୍ତି।

Leave a Reply

Your email address will not be published. Required fields are marked *