ବାହାଡ଼ା (Crooked) ଦାନ୍ତକୁ କେମିତି କରିବେ ଠିକ,ବାହାଡ଼ା ଦାନ୍ତ କାହିଁକି ହୁଏ,ଏହାକୁ ରୋକିବା ସମ୍ଭବ କି ଏନେଇ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ କ’ଣ କହୁଛନ୍ତି

ମଣିଷର ସୁନ୍ଦର ହସ ମଣିଷର ସୋନ୍ଦର୍ୟକୁ ବଢାଇ ଥାଏ। ମୁହଁର ଆକର୍ଷଣକୁ ମଧ୍ୟ ବଢାଇ ଥାଏ। ଦାନ୍ତ ବାହାଡ଼ା ହେବାର ବହୁତ ଗୁଡ଼ିଏ କାରଣ ଥାଏ।ଯେମିତି କି ଗୋଟିଏ ପର୍ମାନେଣ୍ଟ ଦାନ୍ତର ଉଠିବାର ବୟସ ହୋଇଯାଏ।ତାହା ସେତେବେଳେ କ୍ଷୀର ଦାନ୍ତର ମୂଳରେ ପ୍ରେସର ପକାଇବାକୁ ଲାଗେ।ଯାହା ଦ୍ଵାରା କ୍ଷୀର ଦାନ୍ତର ମୂଳ ଖାଇ ଖାଇ ଯାଏ ଏବଂ ସମୟ କ୍ରମ ହଲିବାକୁ ଲାଗେ ଓ କ୍ଷୀର ଦାନ୍ତ ପଡ଼ି ଯାଏ।

ସେହି ସମୟରେ ପର୍ମାନେଣ୍ଟ ଦାନ୍ତ ଗୋଟିଏ ବାଟ ପାଇଯାଏ ଠିକ ଭାବେ ଉଠିବା ପାଇଁ।କିନ୍ତୁ ଅଧିକାଂଶ ସମୟରେ ଯେତେବେଳେ କ୍ଷୀର ଦାନ୍ତର ବୟସ ହୋଇଯାଇ ଥାଏ କିନ୍ତୁ ସେଟା ପଡ଼ି ନଥାଏ।ସେତେବେଳେ ପର୍ମନେଣ୍ଟ ଦାନ୍ତ ତାର ଆଗ ପଟେ କି ପଛ ପଟେ କି ସାଇଡ ପରେ ଉଠି ଯାଏ।ଘରେ ଯଦି ବାପା ମାଆଙ୍କର କି ତାଙ୍କ ପ୍ୟାରେଣ୍ଟ ମାନଙ୍କର ଯଦି ଏପରି ଥାଏ।

ତେବେ ଅଧିକାଂଶ କେସରେ ଦାନ୍ତ ବାହାଡ଼ା ହୋଇ ଉଠେ।ଯଦି ଛୁଆ ବେଳୁ ପିଲା ମାନଙ୍କର ଡାଏଟ ଠିକ ନଥାଏ।ଯଦି ଠିକ ଭାବେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଫ୍ୟାଟ ଭଲ ଭାବେ ନଥାଏ ତେବେ ଏପରି ଦେଖା ଯାଏ।ଯେତେ ବେଳେ ଠିକ ଭାବେ ହାଡ଼ ଗ୍ରୋ କରେନି ସେତେବେଳେ ହାଡ ମଧ୍ୟ ଠିକ ଭାବେ ଗ୍ରେ କରେ ନାହିଁ।

ଏହା ଦ୍ଵାରା ଦାନ୍ତ ବାହାଡ଼ା ମଧ୍ୟ ହୁଏ।ଏହା ସହ ଯଦି ଛୋଟ ଛୁଆଙ୍କର ଅଭ୍ୟାସ ଠିକ ନଥାଏ ଯେମିତି କି ଠିକ ସମୟରେ ଖାଦ୍ୟ ନ ଖାଇବା। ମନ ଇଚ୍ଛା ଖାଇବା।ଦାନ୍ତକୁ ଭଲ ଭାବେ ସଫା ନ କରିବା।ତା ହେଲେ କ୍ଷୀର ଦାନ୍ତ ବହୁତ ଆଗରୁ ତାଙ୍କର ପଡ଼ି ଯାଏ।ସେହି ସମୟରେ ପର୍ମାନେଣ୍ଟ ଦାନ୍ତ ଠିକ ଭାବେ ଉଠେ ନାହିଁ।

ଯଦି ଦାନ୍ତ ଓପଡ଼ା ହୁଏ ତେବେ ମଧ୍ୟ ଦାନ୍ତ ବାହାଡା ଆଡ଼କୁ ଗତି କରେ।ଯେତେବେଳେ ଲୋକମାନେ ବେସସ ପିନ୍ଧନ୍ତି ସେତେବେଳେ ତାଙ୍କୁ ଅଲଗା ପ୍ରକାରର ଟୁଥ ବ୍ରସ୍ ଦିଅନ୍ତି।ଯେତେବେଳେ ଲୋକମାନେ ଏହି ଟ୍ରିଟମେଣ୍ଟ ନିଅନ୍ତି ବହୁତ କୋପରେସନ ଦରକାର। ଠିକ ଭାବେ ଡାଏଟ ମେଣ୍ଟେନ କରିବା। ଠିକ ସମୟରେ ଦାନ୍ତକୁ ସଫା କରିବା।

ଯେତେବେଳେ ବ୍ରେସେସ ଲାଗିଥାଏ ସେତେବେଳେ ଖାଇବା ଅଟକିବାର ବହୁତ ସମ୍ଭାବନା ଥାଏ।ତା ସହ ଯଦି ସେଠି ମଇଳା ଜମିଲା।ତେବେ ଏହା ଅଧିକ ଅସୁବିଧା କରି ଥାଏ।ତେଣୁ ଆପଣଙ୍କୁ ସବୁବେଳେ ହାଇଯିନ ମେଣ୍ଟେନ କରିବାର ଅଛି।ଯେତେବେଳେ ଖାଦ୍ୟ ଖାଉଛନ୍ତି ତା ପରେ ଆପଣ ବ୍ରସ କରନ୍ତୁ।ଯେପରି ଏହା ଆପଣଙ୍କ ଦାନ୍ତକୁ କିଛି ବି ଖରାପ ପ୍ରଭାବ ପକାଇବ ନାହିଁ। ଦନ୍ତ ଉପରେ ବା ବ୍ରେସେସ ଉପରେ ଯାହା ବି ଖାଦ୍ୟ ବା ମଇଳା ଥିବ ତାକୁ ବହୁତ ଭଲ ଭାବେ ସଫା କରିବେ।

Leave a Reply

Your email address will not be published. Required fields are marked *