ରାଜ୍ୟରେ ପୁଣି Continue ଆସିଲା ନୂଆ ଲଘୁଚାପ,ବଙ୍ଗୋପସାଗର ରେ ସୃଷ୍ଟି ହେଲା ନୂଆ ଘୁର୍ନି ବଳୟ,ଏହି ୬ଟି ଜିଲ୍ଲାରେ ପୁଣି ବର୍ଷା ଛେଚିବ…ଦେଖନ୍ତୁ Video

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ।ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ପାରେ।ସମ୍ଭାବ୍ୟ ଲଘୁଚାପକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।୧୩ରୁ ୧୯ ତାରିଖ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ପାରେ।କେତେକ ବିଦେଶୀ ମଡେ଼ଲ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଥିବା ଦର୍ଶେଇଛନ୍ତି।ଅନ୍ୟ ପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଆସନ୍ତା ସମୟରେ ଦକ୍ଷିଣ ଆଣ୍ଡମାନ ସାଗର

ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଯାହାକି ୫ ଦିନ ପୂର୍ବରୁ ପାଗ ଅନୁକୂଳ ଥିବାରୁ ସ୍ଥିତି ବୁଝିବା କଥା ସୂଚନା ଦିଆ ଯାଇଛି। ସାଧାରଣ ଭାବେ ମେ ୨୦ ବେଳେ ଆଣ୍ଡମାନ ସାଗରରେ ମୌସୁମୀ ପ୍ରବେଶ କରେ।ତେବେ ଏଥର ଆଗୁଆ ମୌସୁମୀ

ଆସିବା ଅନୁମାନ ହେଉଛି। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ମୌସୁମୀ ପ୍ରଭାବରେ ମୌସୁମୀର ଗତି କ୍ଷୀପ୍ର ହେବ।ଏବେ ଓଡ଼ିଶାର ତାପମାତ୍ରା ଗରମରେ ଅଛି। ଆସନ୍ତା ସମୟରେ ମଧ୍ୟ ଏହା ଜାରି ରହିବ।ଆମେ ଅନୁମାନ କରିଛୁ କି ୧୮ କି ୧୯ ଆଡ଼କୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ପ୍ରଥମେ ଏହା ଘୂର୍ଣ୍ଣିବଳୟ ରୂପ ନେବ।ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ।ବର୍ତ୍ତମାନ ଆମର ପଶ୍ଚିମ ବାୟୁ ବହୁତ ଜୋରରେ ଆରମ୍ଭ ହୋଇ ଗଲାଣି।ଏହା ୧୫ କି ୧୮ ତାରିଖ ପରେ ଆହୁରି ଜୋରରେ ବୋହିବ।ଏହା ସହିତ ଆମର ମୌସୁମୀ ମଧ୍ୟ ଆସିବାର ସମୟ ଆସିଲାଣି।

ଆମକୁ ଖାଲି ଜାଣିବାର ଅଛି ଲଘୁଚାପ କ୍ଷେତ୍ର କେତେ ପ୍ରଭାବ ପକାଇବ।କାରଣ ଏହା ଯେତେ ଅଧିକ ପ୍ରଭାବ ପକାଇବ ଏହା ମୌସୁମୀ ବାୟୁକୁ ଟାଣି ତା ଆଡେ଼ ନେଇଯିବ।ଅନୁମାନ ହେଉଛି ୧୫ରୁ ୧୯ ମଧ୍ୟରେ ମୌସୁମୀ ଆସିବ। ଯଦି ଏହା ହେଲା ତେବେ ଲଘୁଚାପର ଲ୍ୟାଣ୍ଡଫଲ ୨୪ ଆଡ଼କୁ ବର୍ମାରେ ହୋଇପାରେ।

ଯଦି ଲଘୁଚାପ ସୃଷ୍ଟି ହୁଏ ଓ ଏହା ମୀୟାମାର ଆଡ଼କୁ ଯାଇପାରେ।ଆଉ ଯଦି ଯାଏ ତାହା ଜଳୀୟ ବାଷ୍ପ ନେଇ ଚାଲିଯିବ।ଆଶଙ୍କା ରହିଛି କି ହୁଏ ତ ଆମେ ଟିକିଏ କମ ମୌସୁମୀ ବର୍ଷା ପାଇଁ ପାରିବା।ତେବେ ପରବର୍ତ୍ତୀ ସମୟରେ ତାକୁ ଭରଣ କରି ପାରିବ କି ଏହି ଲଘୁଚାପ।ହିଁ ଏହା ଦେବ।କିନ୍ତୁ ଯଦି ଏହା ଅବପାତରେ ରହିଲା

ତେବେ ଏହାର ପ୍ରଭାବ କମ ରହିବ।ଯଦି ଏହି ଲଘୁଚାପ ଓଡିଶା ଆଡ଼କୁ ଆସୁଥାନ୍ତା ତେବେ ବର୍ଷ ହୋଇଥିଲେ ଭଲ ହୋଇଥାନ୍ତା।ଏବେ ଆମକୁ ପଶ୍ଚିମ ବାୟୁ ପ୍ରଭାବ ପକାଇବା ଆରମ୍ଭ କରିବ।ସେହି ପଶ୍ଚିମ ବାୟୁ ଲଘୁଚାପକୁ ଆମ ଆଡ଼କୁ ଆସିବାକୁ ଦେବାର ଆଶଙ୍କା ନାହିଁ।କିନ୍ତୁ ଏହା ଲ୍ୟାଣ୍ଡଫଲ ହୋଇଯିବା ପରେ ଏହି ମୌସୁମୀ ବାୟୁ ଦୁଇ ତିନି ଦିନ ନେବ ଏହି ବର୍ଷା ଆଣିବା ପାଇଁ।

Leave a Reply

Your email address will not be published. Required fields are marked *