ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଏମିତି ଏକ ଘଟଣା ସମ୍ପର୍କରେ ଜାଣିବା ଯାହା ଜାଣିବା ଦ୍ୱାରା ଆପଣ ଅନେକ ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି। ଏପରି ଘଟଣା ଘଟିବା କିପରି ଭାବରେ ସମ୍ଭବ ଆପଣ ନିଜେ ମଧ୍ୟ ଭାବି ପାରିବେ ନାହିଁ।ଏହି କଥା ଆପଣ ତ ନିଜେ ବିଶ୍ୱାସ କରିବେ ନାହିଁ ଓ ଏହା ସହିତ ଆପଣ ଏହି ଘଟଣା ବିଷୟରେ ଯାହାକୁ କହିବେ ସେ ମଧ୍ୟ ବିଶ୍ୱାସ କରିବା କଷ୍ଟକର ହୋଇପାରେ।ତେବେ ଆସନ୍ତୁ ଏହି ଖବର
କଣ ତାହା ଉପରେ ଟିକେ ନଜର ପକାଇବା।ଏହି ଘଟଣାରେ ଜଣେ ବ୍ୟକ୍ତି ବିବାହ କରୁଛନ୍ତି।ବରଯାତ୍ରୀରେ ବାଜା ବାଣରେ ଦୁଲୁକୁଛି ସାରା ବଜାର ଘାଟ।ସମସ୍ତ ବରଯାତ୍ରୀ ଖୁସିର ସହିତ ନାଚ ମଧ୍ୟ କରୁଛନ୍ତି।ଅନେକ ମଜା ମସ୍ତି ମଧ୍ୟ କରୁଛନ୍ତି।ରୋଷଣୀରେ ଝଲସୁଥିଲେ ବରଯାତ୍ରୀ।ବର ବି ଖୁସି ଥିଲେ ଆଉ
ଘର ଲୋକ ବି ଖୁସି ଥିଲେ।ଆପଣ ଭାବୁଥିବେ ଏଥରେ ଆଶ୍ଚର୍ଯ୍ୟ ହେବାରେ କଣ ଅଛି।ସବୁଠାରୁ ମୁଖ୍ୟ କଥା ହେଉଛି ଏଠାରେ ପୁଅ ବୋହୂ କରାଉଥିଲେ ବାପାର ବାହାଘର।ହଁ ଆପଣ ଠିକ ଶୁଣିଛନ୍ତି।୭୦ ବର୍ଷର ବୃଦ୍ଧ ସାଜିଛନ୍ତି ଏଠାରେ ବର।ଆଗରେ ବର ଯାତ୍ରୀ ଆଉ ପଛରେ ନିଆରା ଘୋଡା ସଵାରୀରେ
ବସି ବର ବେଶରେ ଯାଉଛନ୍ତି ବୃଦ୍ଧ।ବରଯାତ୍ରୀରେ ନାଚି ନାଚି ଯାଉଛନ୍ତି ପୁଅ, ବୋହୁ, ଝିଅ ଜ୍ୱାଇଁ ନାତି ଓ ନାତୁଣୀ।ବିହାରର ଏକ ଜିଲ୍ଲାରେ ଏପରି ଏକ ବାହାଘରକୁ ନେଇ ବର୍ତ୍ତମାନ ସମୟରେ ସବୁ ସ୍ଥାନରେ ଚର୍ଚ୍ଚା।ଜଣେ ୭୦ ବର୍ଷୀୟ ବୃଦ୍ଧ ଦିତୀୟ ଥର ବିବାହ ପାଇଁ ବରଯାତ୍ରୀ ନେଇ ପହଞ୍ଚିଥିଲେ ଶ୍ୱଶୁର ଘରେ।
ବରର ନାଁ ରାଜକୁମାର ସିଂହ।୧୯୮୦ ମସିହା ମଇ ପାଞ୍ଚ ତାରିଖରେ ହିନ୍ଦୁ ରୀତିନୀତିରେ ପାରମ୍ପରିକ ଢଙ୍ଗରେ ବିବାହ କରିଥିଲେ ସେ।କିନ୍ତୁ ଦୁଃଖର କଥା ଏହା ଥିଲା ଯେ ସେତେବେଳେ ଏହି କନ୍ୟାଦାନ ହୋଇପାରି ନଥିଲା।ଏହି କନ୍ୟାଦାନକୁ ପାଳନ କରିବା ପାଇଁ ୭୦ ବର୍ଷ ପରେ ସେ ପୁଣିଥରେ ମୁଣ୍ଡରେ ପାଗଡ଼ି ପିନ୍ଧି ଘୋଡାରେ ବସି ପହଞ୍ଚିଛନ୍ତି ଶ୍ୱଶୁର ଘରେ।
ସେ ବର ବେଶ ହୋଇ ତାଙ୍କ ପତ୍ନୀଙ୍କୁ ଆଣିବାକୁ ଯାଇଛନ୍ତି।ସେଠାରେ ତାଙ୍କୁ ଖୁବ ଧୁମଧାମରେ ସ୍ୱାଗତ କରିଥିଲେ।ବହାଘର କରି କନ୍ୟାକୁ ଧରି ଫେରିଥିଲେ ୭୦ ବର୍ଷର ବର ରାଜ କୁମାର ସିଂହ।ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଅନେକ ଲୋକ।