ସମୁଦ୍ରରେ ରଥଟି ଭାସି ଆସି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସମୁଦ୍ର କୂଳରେ ଲାଗିଛି।ପ୍ରଥମେ ରଥଟି ମିୟାମାରରୁ ଆସିଥିବା ବେଳେ ଏହା ଏକ ପୂଜା ମଣ୍ଡପ ବୋଲି ଜଣା ପଡ଼ିଛି।ଏହି ରଥକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଆସାମୀ ପ୍ରଭାବ ଜାରୀ ରହିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ଆସି ପହଞ୍ଚିଛି ଆଜି ସ୍ଵର୍ଣ୍ଣ ରଥ।ଏହି ରଥ ମୀୟାମାରରୁ ଆସିଥିବା ଜଣା ପଡ଼ିଥିବା ବେଳେ
କେମିତି ପହଞ୍ଚିଲା ତାହା ଏକ ଆଶ୍ଚର୍ଯ୍ୟର କଥା।କିନ୍ତୁ ଏହି ରଥ ଭାସିବା ପାଇଁ ୧୨ଟି ଡ୍ରମ ଦିଆ ଯାଇଛି।ଏହା ସହିତ ଏହା ରେଙ୍ଗୁଇନ କାଠରେ ଏହା ତିଆରି ହୋଇଛି।ଏହା ସମ୍ପୂର୍ଣ୍ଣ ବୌଦ୍ଧ କୀର୍ତ୍ତିରେ ତିଆରି ହୋଇଛି।ଏହାକୁ ଲୁହା ଓ କାଠରେ ତିଆରି କରି ସୁନା ରଙ୍ଗ ଦିଆଯାଇଛି।ଅନେକ ଲୋକ
ଏହାକୁ ଦେଖିବା ପାଇଁ ଆସିଛନ୍ତି।ଏହି ସୁନା ରଥକୁ ଦେଖିବାକୁ ଅନେକ ଲୋକ ଅନେକ ସ୍ଥାନରୁ ଆସୁଛନ୍ତି। ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଜମୁଛି।ଲୋକମାନେ ଏହାକୁ ଟିଭିରେ ଦେଖିବା ପରେ ଆସିଛନ୍ତି।ଅନେକ ଲୋକ ଏହାକୁ ନେଇ ନିଜର ଅନୁଭୁତି କହିଛନ୍ତି।ଅନେକ ଲୋକଙ୍କର ଜାଣିବାର ଇଚ୍ଛା ଥିଲା
ଏହା କଣ ଓ କଣ ପାଇଁ ବ୍ୟବହାର ହୁଏ।ତେଣୁ ଲୋକମାନେ ଆସି ତାକୁ ଦେଖିଛନ୍ତି।ଅନେକ ଲୋକଙ୍କୁ ଏହାର କଳାକୃତି ବହୁତ ଭଲ ଲାଗିଲା।ବାତ୍ୟାରେ ଏହା ସମୁଦ୍ରରେ ଭାସି ଆସିଥିଲା।ଲୋକମାନେ ଏହାକୁ ଦେଖିବା ବାହାନାରେ ଆସି ସମୁଦ୍ର ମଧ୍ୟ ଉପଭୋଗ କଲେ।ଯେଉଁ ସମୁଦ୍ର କୂଳରେ ଗୋଟିଏ
ଲୋକ ଦେଖିବାକୁ ଅସମ୍ଭବ ଥିଲା।ଆଜି ସେଠି ହଜାର ହଜାର ଲୋକ ଆସି ପହଂଚିଛନ୍ତି।ସବୁ ଲୋକଙ୍କର ଏହାକୁ ଦେଖିବାକୁ ଉତ୍କଣ୍ଠା ଅଛି।ଖାଲି କହିବାକୁ ଗଲେ ପର୍ଯଟକଙ୍କ ସଂଖ୍ୟା ବଢ଼ିନି। ବ୍ୟବସାୟୀ ମାନେ ମଧ୍ୟ ଅନେକ ଉପକୃତ ହୋଇଛନ୍ତି।କହିବାକୁ ଗଲେ ଏହା ଏକ ନୂତନ ପର୍ଯ୍ୟଟନ କେନ୍ଦ୍ର ହୋଇ ପାରିଛି।