ସାଙ୍ଗମାନେ ପ୍ରେମ ମାନେ ନାହିଁ ବାଡ ବତା ବାଛ ବିଚାର। ମନ ମିଶିଗଲେ ସବୁ ଲାଗେ ମିଠା ମିଠା।ସେହି ପ୍ରେମ ବେଳେବେଳେ ଗଳାରେ ଲାଗି ଯାଇଥାଏ କଣ୍ଟା ଭଳି।ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଯାଉଚି ସେଇଭଳି ଏକ ଘଟଣା।ପ୍ରେମ ପାଇଁ ୮ ବର୍ଷର ପିଲା ଓ ସ୍ୱାମୀକୁ ମେଡିକାଲ ବେଡରେ ଛାଡ଼ିଦେଇ ଚାଲି ଯାଇଥିଲେ ପ୍ରେମିକ ପାଖକୁ।ଆପଣ ଏକ ବିବାହିତ ମହିଳା ଆପଣଙ୍କର ପୁଣି ଏକ ପିଲା ଅଛି ଆପଣ କେମିତି ଏପରି କରିପାରିଲେ।
ଆପଣ ଅଚିହ୍ନା ଯୁବକ ସହ କେମିତି ପଳେଇ ଆସିଲେ।ମୋ ସହିତ ବହୁତ ବଡ଼ ଅନ୍ୟାୟ ହୋଇଚି।ଗୋଟିଏ ପିଲାକୁ ମୋ ସ୍ବାମୀ ମିସକ୍ୟାରେଜ କରିଚି ତାହାର ରିପୋର୍ଟ ତ ନାହିଁ।ମୁଁ ଚାହୁଁଚି କି ମତେ ନ୍ୟାୟ ମିଳୁ।ସେଇଟା ମୁଁ ଚାହୁଁ ନଥିଲି ସେଇଟା ମୋ ବିନା ଅନୁମତିରେ ଜବରଦସ୍ତି ସେ କରିଥିଲେ।
ମତେ ନ୍ୟାୟ ଦରକାର।ତାଙ୍କ ପରିବାର ଲୋକ ଜାଣିଥିଲେ ଯେ ମୁଁ ମ୍ୟାରେଡ ପର୍ସନ।ମତେ କାହିଁକି ରଖିଲେ ଆଉ ରଖିଲା ପରେ ମତେ କାହିଁକି ଏମିତି ଅସହାୟ କଲେ।ତୁ ତୋ ନିଜ ମୁହଁରେ କହିଚୁ।ରେକର୍ଡିଂ ଅଛି ଦେଖିବୁ।ମେଡିକାଲ ରିପୋର୍ଟ ବି ଅଛି ଦେଖିବୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି
ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ।ଦୀର୍ଘ ୯ ବର୍ଷର ସଂପର୍କକୁ ଭୁଲି ଯାଇ ପ୍ରେମ ପାଇଁ ହାତ ଧରିଥିଲେ ପ୍ରେମିକର।କିନ୍ତୁ ପ୍ରେମିକ ଏବେ ଗ୍ରହଣ କରିବାକୁ ନାରାଜ।କିନ୍ତୁ ପ୍ରେମିକାର ଏକା ଜିଦ ସେ ତାକୁ ଗ୍ରହଣ କରୁ।ନ୍ୟାୟ ପାଇଁ ପହଞ୍ଚିଥିଲେ ସୁକିନ୍ଦା ଥାନାରେ।ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର
ହରିଚନ୍ଦନପୁର ଅଞ୍ଚଳର ବିବାହିତ ମହିଳା ଲିନା ମହାନ୍ତ ନିଜର ୯ ବର୍ଷର ସ୍ୱାମୀକୁ ଛାଡ଼ି ଯାଜପୁର ଜିଲ୍ଲାର ଦୀପକ ମହାନ୍ତଙ୍କ ସହ ପଳେଇ ଆସି ପ୍ରେମ ବିବାହ କରିଥିଲେ।ହେଲେ ଦୀପକ ଓ ଲିନା ୯ ମାସ ସାଥି ହୋଇ ରହିବା ପରେ ଲିନାକୁ ଅଧା ବାଟରେ ଛାଡି ଦେଇ ଅନ୍ୟତ୍ର ବିବାହ କରିଥିଲେ ଦୀପକ।
ଏ ସମସ୍ତ ଘଟଣା ଜାଣିବା ପରେ ଲିନା ଗତ ଶୁକ୍ରବାର ସୁକିନ୍ଦା ରଥ ଦାଣ୍ଡରେ ପେଟ୍ରୋଲ ବୋତଲ ଧରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ।ଏହାପରେ ମହିଳାଙ୍କ ଲିଖିତ ଅଭିଯୋଗ କ୍ରମେ ଏହାକୁ ଆଧାର କରି
ପୋଲିସ ୮୫/୨୦୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୀପକ ମହାନ୍ତଙ୍କୁ କୋର୍ଟ ଚାଲାଣ କରିଛି।କଥାରେ ଅଛି ପ୍ରେମ ଅନ୍ଧ।ପ୍ରେମ କରିଦିଏ ଅନ୍ଧ।ଏହି ପ୍ରେମ ପାଇଁ ବିବାହିତ ମହିଳା ଜଣଙ୍କ ନା ଏ କୁଳର ହେଲେ ନା ସେ କୁଳର।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।