ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏକ ନୂତନ ଖବର ବିଷୟରେ।ବର୍ତ୍ତମାନ ସମୟରେ ଆମ ସମାଜରେ ଏହିପରି ଘଟଣା ବଢ଼ିବାରେ ଲାଗିଛି।ଏହାକୁ ନେଇ ସବୁଆଡେ ଚର୍ଚ୍ଚା।ତେବେ ଏକ ବହୁତ ବଡ଼ ଦୁଃଖର ଖବର ସାମ୍ନାକୁ ଆସିଛି।ଏହାକୁ ଶୁଣିବା ମାତ୍ରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ।ଏହାକୁ ନେଇ ବର୍ତ୍ତମାନ ସମୟରେ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।
ଆଉ କିଛି ସମୟ ମଧ୍ୟରେ ସାରିଥାନ୍ତା ବହାଘର।ବଡ଼ ଧୁମ ଧାମରେ ଚାଲିଥିଲା ବାହାଘର।ସମସ୍ତେ ବହୁତ ଖୁସିରେ ଥିଲେ।ମଜା ମସ୍ତି ସହିତ ଚାଲିଥିଲା ବାହାଘର।ବିବାହର ଆଉ କିଛି ମୁହୂର୍ତ୍ତ ବାକି ଥିଲା ଆଉ କିଛି ଘଣ୍ଟା ପରେ ନିଜ ଝିଅକୁ ବିଦାୟ ଦେଇଥାନ୍ତା ମାଆ।ମାଆ ଜଣଙ୍କ ନିଜ କାନିରେ ଧରିଥିବା
ଅରୁଆ ଚାଉଳ, ନଡ଼ିଆ, ଘିଅ ଆଉ ଗୁଆକୁ ନିଜର ଆଞ୍ଜୁଳିରେ ଦେଇ ବିଦା କରିଥାନ୍ତା ତା ଶାଶୁ ଘର।ଘରେ ସେହି ସମୟରେ କୁଣିଆ ମୈତ୍ର ମାନଙ୍କ ମଧ୍ୟ ଗହଳି ଲାଗିଥିଲା।ବର ଆସିବା ଆସିବା ହେଉଥିଲା।ଗାଁ ମୁଣ୍ଡରେ ବର ବରଯାତ୍ରୀକୁ ନେଇ ପହଞ୍ଚିସାରିଥିଲା।ବାହାରେ ବାରିକ ଓ ବ୍ରାହ୍ମଣ ବେଦୀ କାର୍ଯ୍ୟ ମଧ୍ୟ କରୁଥିଲେ।
କିନ୍ତୁ ଏତେ ଖୁସି ମୁହୂର୍ତ୍ତକୁ ବୋଧ ହୁଏ କାହାର ନଜର ଲାଗିଗଲା।ଏହି ଖୁସିରେ ହଠାତ ଯେମିତି ଚାଲିଆସିଲା କଳା ବାଦଲ।କିଛି ମୁହୂର୍ତ୍ତ ଭିତରେ ସରିଗଲା ସବୁକିଛି।ଝିଅ ବାହା ବେଦୀକୁ ଯିବା ପୂର୍ବରୁ ମାଆର ମୃତ୍ୟୁ ହେଲା।ବାସ୍ତବରେ ଏହି କଥା ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ଲାଗିବା ସହିତ ଦୁଃଖ ମଧ୍ୟ ଲାଗୁଛି।
ବାଜା ବାଣରେ ଦୁଲୁକୁଥିଲା ଗାଁ ଦାଣ୍ଡ।ହେଲେ ବରଯାତ୍ରୀକୁ ନାଚିବାକୁ ବାରଣ କରିବାରୁ ମାଆକୁ ବୋଧେ ଅତି ନିର୍ମମ ଭାବେ ହ-ତ୍ୟା କରାଯାଇଛି।ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଏକ ଥାନାରେ।ସେହି ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ଅସାକର୍ମୀ କିଶୋରୀ ତାଣ୍ଡିଙ୍କ ମଝିଆଁ ଝିଅ ରଶ୍ମି ରାଜସିଂହଙ୍କ ବିବାହ ଥିଲା ରାତି ୧୨ଟାରେ ଝିଅ ଘରକୁ ବରଯାତ୍ରୀ ନେଇ ଆସିଥିଲା ଘରଲୋକେ।
ରାସ୍ତା ମଝିରେ ବରଯାତ୍ରୀ ମାନେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଝିଅ ପକ୍ଷ ଲୋକଙ୍କର କୌଣସି ଏକ କାରଣରୁ ନେଇ ଗଣ୍ଡଗୋଳ ହୋଇଥିଲା।ଏଜପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା।ସୁମନ୍ତ ନାମକ ଜଣେ ବ୍ୟକ୍ତି ଏକ ଟାଙ୍ଗିଆ ନେଇ ବରଯାତ୍ରୀକୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଝିଅର ମାଆ ବାରଣ କରିଥିଲେ।ତାଙ୍କର ଏହି ଟାଙ୍ଗିଆ ଆକ୍ରମଣରେ ଝିଅଙ୍କ ମାଆଙ୍କ ମୃତ୍ୟୁ ହୋଇଛି।ଏହା ବାସ୍ତବରେ ଏକ ବହୁତ ବଡ଼ ଦୁଃଖର ବିଷୟ ଅଟେ।