ଭଗବାନ ଶିବଙ୍କ ମହିମା ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଭକ୍ତ ମାନଙ୍କୁ କେବେ ମଧ୍ୟ ନିରାଶ କରି ନଥାନ୍ତି।ସେ ସବୁ ସମୟରେ ନିଜର ଭକ୍ତ ମାନଙ୍କ ସହିତ ରହି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ସେହିପରି ଭଗବାନ ଶିବଙ୍କ ଏକ ମହିମା ସଂପର୍କରେ ଆଲୋଚନା କରିବା।ତେବେ ଏହି ଘଟଣା ହେଉଛି ଉତ୍ତରପ୍ରଦେଶ ରାଜ୍ୟର ସେହି ରାଜ୍ୟରେ ଜଣେ ବ୍ୟକ୍ତି ରହୁ ଥିଲେ।
ତେବେ ସେ ଭଗବାନ ଶିବଙ୍କର ଏକ ବହୁତ ବଡ଼ ଭକ୍ତ ଥିଲେ।ସେ ନିଜର ଜୀବନର ଅନେକ ସମୟରେ ଭଗବାନ ଶିବଙ୍କ ଆରାଧନା କରୁ ଥିଲେ।ତେବେ ସେ ଭଗବାନ ଶିବଙ୍କୁ ଅନେକ ଭକ୍ତି କରୁ ଥିଲେ।ଏହା ସହିତ ଭଗବାନ ଶିବଙ୍କ ଉପରେ ତାଙ୍କର ଅନେକ ବିଶ୍ୱାସ ମଧ୍ୟ ରହି ଥିଲା।ତେବେ ଧୀରେ ଧିରେ ତାଙ୍କର
ବିବାହ ବୟସ ହୋଇ ଯାଇ ଥିଲା।ଏହା ପରେ ତାଙ୍କର ବିବାହ ହୋଇ ଯାଇ ଥିଲା।ତେବେ ବିବାହ ହେବାର କିଛି ଦିନ ପରେ ତାଙ୍କର ମାଆ ତାଙ୍କୁ ଭଗବାନ ଶିବଙ୍କ ଆଉ ଏକ ଧାମ କେଦାରନାଥ ଯାଇ ସେଠାରେ ଭଗବାନ ଶିବଙ୍କ ଦର୍ଶନ କରି ଆସିବା ପାଇଁ କହିଥିଲେ।ତାଙ୍କର ମାଆ ତାଙ୍କୁ ଅନେକ ଥର କହିବା
ପରେ ସେ ଯିବା ପାଇଁ ରାଜି ହୋଇ ଯାଇଥିଲେ।ତେବେ ସେ ଯିବା ପାଇଁ ବାହାରିଲେ ଏହା ସତ ହେଲେ ତାଙ୍କୁ ଛୁଟି ମିଳି ନଥିଲା।ତାଙ୍କର ମାଲିକ ତାଙ୍କୁ ଛୁଟି ଦେବା ପାଇଁ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଇ ଥିଲା।ଶେଷରେ ଭଗବାନ ଶିବଙ୍କ କୃପା ହେବା ଫଳରେ ସେ ନିଜେ ତାଙ୍କୁ ଯିବା ପାଇଁ ଅନୁମତି ଦେଇ ଦେଇଥିଲେ।
ସେ ଯିବା ପାଇଁ ବାହାରି ପଡି ଥିଲେ।ତାଙ୍କର ଗ୍ରାମକୁ ବସ ବହୁତ କମ ଆସିଥାଏ ଯେଉଁଥିରେ ସେମାନେ କେଦାରନାଥ ଯିବେ।ତେବେ ସେ ଯିବା ପାଇଁ ବାହାରି ପଡିଲେ।ସେ ଯିବା ପାଇଁ ଯେତେବେଳେ ବସ ପାଖକୁ ଯାଇ ଥିଲେ ସେହି ସମୟରେ ସେ ଜାଣିବାକୁ ପାଇ ଥିଲେ କି କିଛି ସମୟ ଆଗରୁ ବସ ଛାଡ଼ି ଚାଲି ଯାଇଛି।
ସେ ପ୍ରଥମେ ମନ ଦୁଃଖ କରି ଥିଲେ।ଏହା ସହିତ ଭଗବାନ ଶିବଙ୍କୁ ସ୍ମରଣ କରିଥିଲେ।ତେବେ ତାଙ୍କର ମନ ଭିତରୁ ଏପରି କିଛି ଅବାଜ ଆସିଥିଲା କି ବସ ଆଗରେ ଅପେକ୍ଷା କରୁଛି।ଏହା ଜାଣିବା ପରେ ସେ ତୁରନ୍ତ ଚାଲିବା ଆରମ୍ଭ କରିଥିଲେ ତେବେ କିଛି ବାଟ ଚାଲିବା ପରେ ସେ ଦେଖିଲେ କି ବସ ଛିଡା ହୋଇଛି କୌଣସି କାରଣରୁ ବସ ଖରାପ ହୋଇ ଯାଇ ଥିଲା।ତେବେ ସେ ଜାଣି ଯାଇଥିଲେ କି ଭଗବାନ ଶିବ ତାଙ୍କ ପାଇଁ ଏପରି ବସକୁ ଅଟକାଇ ରଖିଥିଲେ।