ତେବେ ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ କାର୍ତ୍ତିକ ନାମକ ଜଣେ ଜଳସେଚନ ବିଭାଗର ଜଣେ ସରକାରି କର୍ମଚାରୀଙ୍କ ଉପରେ ଚଢ଼ାଉ କରା ଯାଇଛି।ଏହା ସହିତ ତାଙ୍କ ଉପରେ ଚଢ଼ାଉ କରିବା ପରେ ଏପରି କିଛି କଥା ସାମ୍ନାକୁ ଆସିଚି ଯାହାକୁ ଶୁଣିବା ପରେ ଆପଣ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।ସେହି ବ୍ୟକ୍ତିଙ୍କ ପାଖରେ ଏତେ ଟଙ୍କା ଥିଲା ଯାହା ସମ୍ପର୍କରେ ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ।ତେବେ ସୂଚନା ଅନୁସାରେ ତାଙ୍କ ପାଖରୁ ବର୍ତ୍ତମାନ ଯାଏ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ବାହାରି ସାରିଛି।
ଏହି ସମସ୍ତ ଟଙ୍କା କଳାଧନ ବୋଲି ଜଣା ପଡୁଛି।ତେବେ ଅଚାନକ ଭାବରେ ତାଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ଏହା ସମସ୍ତଙ୍କୁ ଚକିତ କରି ଦେଇଚି।ତେବେ ତାଙ୍କର ଆୟ ଠାରୁ ତାଙ୍କର ପାଖରେ ଯେଉଁ ଟଙ୍କା ଓ ଯେଉଁ ସୁନା ରହିଛି ଏହା ବହୁତ ଅଧିକ ବୋଲି ଜଣା ପଡିଛି।ତେବେ ତାଙ୍କର ପତ୍ନୀଙ୍କ ନାମ ହେଉଛି କଳ୍ପନା।
ଏହା ସହିତ ତାଙ୍କର ପତ୍ନୀଙ୍କ ଏକ ଭଉଣୀ ରହିଛନ୍ତି।ଯାହାଙ୍କ ନାମ ହେଉଛି ଉର୍ବଶୀ।ତେବେ ସେ ହାତିଆ ସାହିରେ ଏକ ଛୋଟ ଝୁପୁଡି ଘର ଭଡ଼ା ନେଇ ରହୁ ଥିଲେ।ସେଠାରେ ସେ ରହିବା ସହିତ ତାଙ୍କ ପାଖରେ ପ୍ରାୟ ଏକ କୋଟି ଚାଳିଶ ଲକ୍ଷ ଟଙ୍କା ତାଙ୍କର ଭଉଣୀ ଆଣି ରଖି ଦେଇଥିଲେ।ତାଙ୍କ ପାଖରେ ଏତେ ଟଙ୍କା ଥିବ ବୋଲି
କେହି କେବେ ଅନୁମାନ ମଧ୍ୟ କରି ନ ଥିଲେ।ସେ ଏକ ସ୍ଥାନରେ ଭଡା ନେଇ ସେଠାରେ ଦିନ ମଜୁରିଆ ଭାବରେ ମଧ୍ୟ କାର୍ଯ୍ୟ କରି ଥାଆନ୍ତି ବୋଲି ସ୍ଥାନୀୟ ଲୋକ କହି ଥାଆନ୍ତି।ଏହା ସହିତ ତାଙ୍କ ପାଖରେ ଏତେ ଅର୍ଥ କେଉଁଠୁ ଆସିଲା ଏହା ସମ୍ପର୍କରେ ଶେଷରେ ବର୍ତ୍ତମାନ ପୋଲିସ ଜାଣିବାରେ ସଫଳ ହୋଇ ପାରିଛି
ତେବେ କଳ୍ପନା ତାଙ୍କର ଭଉଣୀଙ୍କୁ ଏହି ସମସ୍ତ ଅର୍ଥ ଦେଇଥିବା ଜଣା ପଡ଼ିଛି ଯାହା ଫଳରେ ବର୍ତ୍ତମାନ ସ୍ଥାନୀୟ ଲୋକେ ଏହାକୁ ଦେଖିବା ପାରେ ସମ୍ପୂର୍ଣ୍ଣ ଭାବରେ ଚକିତ ହୋଇ ଯାଇଛନ୍ତି।ତେବେ ଅଚାନକ ଭାବରେ ଭିଜିଲାନ୍ସ ତାଙ୍କ ଘର ପାଖରେ ପହଞ୍ଚି ଯାଇ ଥିଲା। ତାଙ୍କ ପାଖରେ ଥିବା ସମସ୍ତ ଟଙ୍କା ପୋଲିସ ଜବତ କରି ନେଇଥିଲା।
ଏହା ସହିତ ସମସ୍ତ ଅର୍ଥ ମଧ୍ୟ ତାଙ୍କ ପାଖରୁ ବାହାର କରିବା ପରେ ଏହାକୁ ଗଣିବା ପାଇଁ ପ୍ରାୟ ସେମାନଙ୍କୁ ୪ ଘଣ୍ଟା ଲାଗିଥିଲା।ପ୍ରାୟ ଏକ କୋଟି ଚାଳିଶ ଲକ୍ଷ ଟଙ୍କା ସେହି ମହିଳାଙ୍କ ସେହି ଝୂପୁଡ଼ି ଘରୁ ବାହାରିବ ବୋଲି କେହି କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେଏହା ସହିତ ଶେଷରେ ତାଙ୍କ ଉପରେ ଚଢ଼ାଉ କରି ପୋଲିସ ବର୍ତ୍ତମାନ ସମସ୍ତ ଅର୍ଥ ଜବତ କରି ନେଇଛି।