୧୩ ଏପ୍ରିଲ କୁ ବୃହସ୍ପତି (Vruaspati) ର ହେବ ମହାଭବିଷ୍ୟବାଣୀ,ଏହି ୭ଟି ରାଶିର ଖୋଲିଯିବ ଭାଗ୍ୟର ଡୋର କିନ୍ତୁ ଏହି ୫ଟି ରାଶି ରୁହନ୍ତୁ ସାବଧାନ ନହେଲେ…

Spread the love

ବନ୍ଧୁଗଣ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରରେ ହେଇଥିବା ପରିବର୍ତ୍ତନର ସିଧା ପ୍ରଭାବ ମାନବ ଜୀବନ ଉପରେ ପଡ଼ିଥାଏ।ଯେତେବେଳେ ଗ୍ରହର ଜ୍ୟୋତି ହେଇଥାଏ ତାର ପ୍ରଭାବ ମନୁଷ୍ୟର କୁଣ୍ଡଳୀ ରେ ପଡ଼ିଥାଏ।ଗ୍ରହଙ୍କ ରାଶି ପରିବର୍ତ୍ତନ ଜୀବନରେ ବହୁତ ସକାରାତ୍ମକ ଏବଂ ନକାରାତ୍ମକ ପରିବର୍ତ୍ତନ ନେଇକି ଆସିଥାଏ।ଏହି ପରିବର୍ତ୍ତନ କିଛି ଲୋକଙ୍କ ଜୀବନରେ ଖୁସି ଆଣିଥାଏ।କିଛି ଲୋକଙ୍କର ଜୀବନରେ କାର୍ଯ୍ୟରେ ବାଧା ପ୍ରାପ୍ତ କରିଥାଏ। ସୌରମଣ୍ଡଳର ସବୁଠୁ ବଡ଼ ଗ୍ରହ ଦେବଗୁରୁ ବୃହସ୍ପତି ୧୩ ଏପ୍ରିଲକୁ ନିଜସ୍ଵ ରାଶି ମୀନ ରାଶିକୁ ପ୍ରବେଶ ହେବାକୁ ଯାଉଛନ୍ତି।ଦେବଗୁରୁ ବୃହସ୍ପତି ଜ୍ଞାନ ,ଶିକ୍ଷା ,ଶିକ୍ଷକ ,ଧାର୍ମିକ କାର୍ଯ୍ୟ ,ଧନ, ଧ୍ୟାନ ଓ ବୁଦ୍ଧି ଆଦିର କାରକ ଅଟନ୍ତି। ସେଥିପାଇଁ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ । କିନ୍ତୁ ଏମିତି କିଛି ରାଶି ଅଛି ଯାହା ଏହାଦ୍ବାରା ବିଶେଷ ଲାଭ ପ୍ରାପ୍ତିହେବ।

ମେଷ ରାଶି: ଏଥିରୁ ଦ୍ଵାଦଶ ଭାବରେ ଗୁରୁଗ୍ରହ ଗୋଚର କରିବେ ଏବଂ ସୁଖ ଭାବ ରୋଗ ଭାବକୁ ଦୃଷ୍ଟିରଖିବେ।ଯାହାଫଳରେ ରୋଗ ଋଣ ଏବଂ ଶତ୍ରୁ ନାଶ ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବ।ବଡ଼ ବିବାଦ ଏବଂ ମାଲିମୋକଦମରେ ବିଜୟୀ ହେବେ।ବ୍ୟବସାୟ କ୍ଷେତ୍ରରେ ଶତ୍ରୁ ମାନେ ପରାଜିତ ହେବେ।ସାହିତ୍ୟ ଏବଂ କଳା କ୍ଷେତ୍ରରେ ମଧ୍ୟ ଆଦର୍ଶିତ ହେବେ।କଚେରି ସମ୍ବର୍ଦ୍ଧିତ ବିବାଦରେ ବିଜୟୀ ହେବେ।ପରିବାରରେ ସୁଖ ଶାନ୍ତି ବଢିବ।
କିନ୍ତୁ ଅଯଥା ବାଦ ବିବାଦରୁ ଆପଣ ଦୂରେଇ ରୁହନ୍ତୁ । ଅନ୍ୟଥା ସମ୍ପତି ସମ୍ବର୍ଦ୍ଧିତ ବିବାଦ ହେଇପାରେ।ସବୁ ଗୁରୁବାର ଦିନ କଦଳୀ ବୃକ୍ଷରେ ଜଳ ଅର୍ପଣ କରନ୍ତୁ।

ବୃଷ ରାଶି:- ବୃଷ ରାଶିରେ ଦେବଗୁରୁ ବୃହସ୍ପତି ଏକାଦଶ ଭାବରେ ପ୍ରବେଶ କରିବେ।ଏବଂ ପରାକ୍ରମ ସନ୍ତାନ, ଓ ସପ୍ତମ ଭାବକୁ ଦୃଷ୍ଟି ରଖିବେ।ଯାହାଫଳରେ ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନ ଏବଂ ଜୀବନ ସାଥିଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ।ହଜିଯାଇଥିବା ଧନ ପୁଣି ଫେରି ପାଇବେ।ଶତ୍ରୁମାନେ ଆପଣଙ୍କଠାରୁ ଦୂରେଇଯିବ ।ମାନସିକ ଅଶାନ୍ତି ଦୂର ହେବ।ସମସ୍ତ ପ୍ରକାର ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ।ବେରୋଜଗାରି ବ୍ୟକ୍ତିଙ୍କୁ ରୋଜଗାର ମିଳିବ।ଲୋକସମ୍ପର୍କ ବୃଦ୍ଧି ପାଇବ।ଆପଣ ଓଁ ଗ୍ରାନ୍ ଗ୍ରିଁ ଗ୍ରୁଁ ସହ ଗୁରବେ ନମଃ ଜପ କରନ୍ତୁ ଶୁଭ ଫଳ ପାଇବେ ।

ମିଥୁନ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ଦଶମ ଭାଗକୁ ଦେବଗୁରୁ ବୃହସ୍ପତି ପ୍ରବେଶ କରି ଧନ ଭାବ ,ରୋଗ ଭାବ କୁ ପୂର୍ଣ୍ଣ ଦୃଷ୍ଟି ରଖିବେ।ଯାହାଫଳରେ ରେ ସରକାରୀ ସାହାଯ୍ୟ ପ୍ରାପ୍ତି ହେବ।ଆପଣଙ୍କ ଧର୍ଯ୍ୟ ସାହାସ ଏବଂ ପରାକ୍ରମରେ ବୃଦ୍ଧି ଘଟିବ।ଯାହାଫଳରେ ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳ ଲାଭ ପାଇବେ।ପୂର୍ବରୁ ଫସିରହିଥିବା ତାଙ୍କ ଫେରି ପାଇବେ।ବିଦ୍ୟାର୍ଥୀ ମାନଙ୍କୁ ସଂଘର୍ଷ କରିବାକୁ ପରିଶିବେ। ପୁରୁଣା ରୋଗ ଏବଂ ଶତ୍ରୁ ମାନେ ସକ୍ରିୟ ରହିବେ ।ପରିବାର ଏବଂ ଆତ୍ମୀୟ ମାନଙ୍କ ପାଇଁ ଉଦାର ପୀଡ଼ା ହେବ। ଶୁଭ ଫଳ ପାଇଁ ଅସ୍ତ୍ର ଦାନ କରନ୍ତୁ ।

କର୍କଟ ରାଶି:- ଦେବଗୁରୁ ବୃହସ୍ପତି ଏହାର ନବମ ତଥା ଭାଗ୍ୟ ଭାବକୁ ପ୍ରବେଶ କରିବେ ଏବଂ ପରାକ୍ରମ ଏବଂ ସନ୍ତାନ ଭାବକୁ ନ୍ଦୃଷ୍ଟି ରଖିବେ।ଏହାଦ୍ବାରା ଆପଣ ଭାଗ୍ୟଶାଳୀ ରହିବେ ।ଆକସ୍ମିକ ଧନ ପ୍ରାପ୍ତି ହେବା ସହିତ ଭୂମି,ଭବନ ଓ ଉଚ୍ଚସ୍ତରିୟ ବାହନ କ୍ରୟ କରିପାରନ୍ତି ।ସାମାଜିକ ମାନ ସନ୍ମାନ ଏବଂ ଓ ଲୋକପ୍ରିୟତା ଅର୍ଜନ କରିବେ।ବିଶେଷ କରି ବିଦ୍ୟାର୍ଥୀ ଛାତ୍ର ଛାତ୍ରୀ ମାନଙ୍କୁ ସଫଳତା ମିଳିବ ଏବଂ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ।ବାଣିଜ୍ୟ ବ୍ୟବସାୟରେ ଆପଣ ଲାଭବାନ ହେବେ ତଥା ବ୍ୟବସାୟ ର ବିସ୍ତାର କରିବା ରେ ସକ୍ଷମ ହେବେ।ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଗୁଡ଼ ମିସ୍ରିତ ଜଳ ଅର୍ପଣ କରନ୍ତୁ ଶୁଭ ଫଳ ପ୍ରାପ୍ତ ହେବ।

ସିଂହ ରାଶି:- ଏହି ରାଶିରେ ଦେବଗୁରୁ ବୃହସ୍ପତି ପ୍ରବେଶ କରି ଦ୍ଵାଦଶ ଭାଗ , ଧନ ଭାଗ ଏବଂ ସୁଖ ଭାଗ କୁ ପ୍ରଭାବିତ କରିବେ।ଯାହା ଦ୍ୱାରା ଆପଣ ଲାଭବାନ ହେବେ।ବିଦ୍ୟାର୍ଥୀ ଛାତ୍ର ଛାତ୍ରୀ ମାନେ ନିଜ ଉଦେଶ୍ୟ ପୂର୍ଣ୍ଣ କରିବାରେ ସକ୍ଷମ ହେବେ।କିନ୍ତୁ ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ଚିନ୍ତିତ କରିବ।ସ୍ୱାସ୍ଥ୍ୟ ବ୍ୟବସ୍ତା କୁ ନେଇ ମଧ୍ୟ ଆପଣ ସାମାନ୍ୟ ଚିନ୍ତିତ ରହିବେ ସେଥିପାଇଁ ଆପଣ ସାବଧାନ ରୁହନ୍ତୁ।ଆପଣ ଗୁରୁବାର ଦିନ ଗୋମାତାଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶି:- ଏହି ରାଶିର ସପ୍ତମ ଗୃହରେ ଦେବଗୁରୁ ପ୍ରବେଶ କରି ପରାକ୍ରମ ଏବଂ ଲଗ୍ନ ଭାଗକୁ ପ୍ରଭାବିତ କରୁଛନ୍ତି ଯାହାଫଳରେ ଆପଣଙ୍କ ଆର୍ଥିକ ସମସ୍ୟା ନିଶ୍ଚିତ ଭାବରେ ସମାଧାନ ହେବ। ଧନ ଧାନ୍ୟ, ଐଶ୍ୱର୍ଯ୍ୟ,ମାନସମ୍ମାନ ତଥା ପରାକ୍ରମରେ ବୃଦ୍ଧି ଘଟିବ।ବିଦ୍ୟାର୍ଥୀ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅତ୍ୟନ୍ତ ସଫଳତା ପାଇବେ।ଆପଣ ସବୁବେଳେ ପାଖରେ ହଳଦିଆ ରଙ୍ଗର ବସ୍ତ୍ର କିମ୍ବା ରୁମାଲ ରଖନ୍ତୁ ଶୁଭଫଳ ପାଇବେ।

ତୁଳା ରାଶି:- ଆପଣଙ୍କ ଷଷ୍ଠ ଭାଗରେ ଦେବଗୁରୁ ବୃହସ୍ପତି ପ୍ରବେଶ କରିବେ।କର୍ମ ସ୍ଥାନ ବ୍ରୁହ ସ୍ଥାନକୁ ପ୍ରଭାବିତ କରୁଛି ଯାହା ଫଳରେ ଆପଣ ଙ୍କ ଆତ୍ମ ବିଶ୍ୱାସ ରେ ବୃଦ୍ଧି ଘଟିବ।ମାନସିକ ଶାନ୍ତି ଏବଂ ଉଚ୍ଚ ଆକାଙ୍କ୍ୟା ପୁର୍ଣ ହେବ।ଏବଂ ଆପଣଙ୍କ ଆୟ ରେ ମଧ୍ୟ ବୃଦ୍ଧି ହେବା ସହିତ ଆର୍ଥିକ ସ୍ଥିତିରେ ଉନ୍ନତି ହେବ।ଆପଣ ବ୍ରହ୍ମ ଜଷ୍ଟି ମୂଳ କୁ ଧାରଣ କରନ୍ତୁ ଶୁଭଫଳ ପାଇବେ।

ବିଛା ରାଶି:- ଏହି ରାଶିର ପଞ୍ଚମ ଗୃହରେ ଦେବଗୁରୁ ବୃହସ୍ପତି ବିରାଜିତ ରହିବେ ଯାହା ଫଳରେ ଭାଗ୍ୟ ଭାବ ଆୟ ଭାବ ଓ ଶରୀର ଭାବ ତଥା ସନ୍ତାନ ଭାବ ପ୍ରଭାବିତ ହେବ।ବାଣିଜ୍ୟ ବ୍ୟବସାୟରେ ଲାଭ ମିଳିବା ସହ ନୂଆ ନୂଆ ବ୍ୟବସାୟ ଯୋଜନା କ୍ରିୟାନ୍ବିତ କରିବେ।ପୂର୍ବରୁ ଅଧା ରହିଥିବା କାର୍ଯ୍ୟ ଗୁଡିକ ଧୀରେ ଧୀରେ ପୁର୍ଣ ହେବାକୁ ଲାଗିବ।ଆପଣ ଓଁ ବୃ ବୃହସ୍ପତି ନମଃ ଜପ କରନ୍ତୁ ଶୁଭ ଫଳ ପ୍ରାପ୍ତ ହେବ।

ଧନୁ ରାଶି:- ଆପଣଙ୍କ ରାଶିର ଦେବଗୁରୁ ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରି ଅଷ୍ଟମ ଭାଗ କର୍ମ ଭାଗ ଓ ହାନି ଭାବକୁ ପ୍ରଭାବିତ କରିବେ।ବୃହସ୍ପତିଙ୍କ ଶୁଭ ଦୃଷ୍ଟି କାରଣରୁ ଆସ କରୁଥିବା ଫଳ ପ୍ରାପ୍ତ ହୋଇ ପାରିବେ।ଯୋଜନା ମୁତାବକ କାମ କରିଲେ କୌଣସି ଅସୁବିଧା ହେବ ନାହିଁ।
ଲୁହା ଜାତୀୟ ଦ୍ରବ୍ୟ ବା କାଠ ବ୍ୟବସାୟି ମାନେ ବିଶେଷ ଲାଭବାନ ହେବେ।ବିଦ୍ୟାର୍ଥୀ ମାନେ କୃତିତ୍ବ ଅର୍ଜନ କରିବେ।

ମକର ରାଶି:- ଦେବଗୁରୁ ବୃହସ୍ପତି ଆପଣଙ୍କ ରାଶିରୁ ତୃତୀୟ ଭାଗକୁ ଚ଼ଳନ କରିବେ ଯାହା ଦ୍ୱାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବେ।କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କ୍ଷମତା ବୃଦ୍ଧି ହେବ।ପୂର୍ବରୁ ବକେୟା ରହିଥିବା ବ୍ୟବସାୟ କରିବାରେ ଆପଣ ସଫଳ ହେବେ।କିନ୍ତୁ ଗୁରୁଙ୍କ ନକରାତ୍ମକ ପ୍ରଭାବ ଫଳରେ ଯାହାକୁ ଅଧିକ ବିଶ୍ୱାସ କରନ୍ତି ତାଙ୍କ ଠାରୁ କଷ୍ଟ ପାଇବେ।ଆପଣ ଗାଈକୁ ଗୁଡ଼ ଓ କଦଳୀ ଖାଇବା କୁ ଦିଅନ୍ତୁ ଶୁଭ ଫଳ ପାଇବେ।

କୁମ୍ଭ ରାଶି:- ଆପଣଙ୍କ ରାଶି ସ୍ଥାନରୁ ଦେବଗୁରୁ ବୃହସ୍ପତି ଦ୍ଵିତୀୟ ଭାଗରେ ପ୍ରବେଶ କରି ଅଷ୍ଟମ , ଷଷ୍ଠ ଏବଂ ଦ୍ଵିତୀୟ ଭାଗ ଦଶମ ଭାଗ କୁ ପୁର୍ଣ ଦୃଷ୍ଟି ରଖିବେ। ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟ ରେ ଉର୍ନତି ଆସିବ।ସରକାରୀ ପକ୍ଷ ରୁ ସାହାର୍ଯ୍ୟ ସହଜୋଗ ପାଇବାରୁ ଉତ୍ସାହ ଉଦିପନା ବୃଦ୍ଧି ପାଇବ।ଆର୍ଥିକ ସ୍ତିଥି ପୂର୍ବ ଅପେକ୍ଷା ଆହୁରି ଅଧିକ ଏବଂ ସୁଦୃଢ ହେବା କୁ ଲାଗିବ।ଭୁମି ଓ ବାହନ କିଣି ପାରନ୍ତି।ଆପଣ ହଳଦୀ ମାଲ ରେ ଓଁ ବୃ ବୃହସ୍ପତି ନମଃ ନାମ ଜପ କରନ୍ତୁ ଶୁଭ ଫଳ ପ୍ରାପ୍ତ ହେବ।

ମୀନ ରାଶି:- ଆପଣଙ୍କ ରାଶିରେ ଦେବଗୁରୁ ବୃହସ୍ପତି ପ୍ରବେଶ କରିବେ ଏବଂ ପଞ୍ଚମ ସ୍ଥାନକୁ ପୁର୍ଣ ଦୃଷ୍ଟି ରଖିବେ ଯାହା ପହଲ୍ ରେ ସନ୍ତାନ ଜୀବନ ସାଥି ଏବଂ ପିତାଙ୍କ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ।ବ୍ୟବୈହିକ ଦାମ୍ପତ୍ୟ ଜିବନ ସୁଖମୟ ହେବ।ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ରେ ଆପଣ ଶୁଭ ଫଳ ପ୍ରାପ୍ତ କରିବେ।ଏବଂ ପ୍ରେମ ଜୀବନ ରେ ସଫଳ ହେବେ।ଆପଣ ଓଁ ଗ୍ରା ଗ୍ରି ସୁହା ଗୁରବେ ନମଃ ମନ୍ତ୍ର ଜପ କରନ୍ତୁ ଶୁଭ ଫଳ ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *