ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ରହିଛି ବହୁତ ଗୁଡିଏ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଇତ୍ୟାଦି। ଦୈନିକ ଶହ ଶହ ବ୍ୟକ୍ତି ଆସିଥାନ୍ତି ଏହି ରାଜଧାନୀ ସିଟିକୁ ଏବଂ ନିଜର ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଏବଂ ପ୍ରାତଃ ଭୋଜନ ପାଇଁ ନିର୍ଭର କରିଥାନ୍ତି ଏହି ହୋଟେଲ, ଢ଼ାବା ଏବଂ ରେଷ୍ଟୁରାଣ୍ଟ ଗୁଡିକ ଉପରେ। ତେବେ ଆସନ୍ତୁ ଜାଣିବା ଏପରି ଏକ ହୋଟେଲ ଯାହାକି ବହୁତ ସୁସ୍ୱାଦୁ ଖାଇବା ପ୍ରସ୍ତୁତ କରିବା ସହିତ ଘରୋଇ ଖାଇବାର ମଜା ମଧ୍ୟ ଦେଇଥାଏ।
ଏହି ହୋଟେଲଟି ଭୁବନେଶ୍ୱର ସହରର ନୟାପଲିର ଆଇରସି ଭିଲେଜ ନିକଟବର୍ତ୍ତୀ ବ୍ଲକ ଏନ-୬ ରେ। ପ୍ରାତଃ ସମୟ, ମଧ୍ୟାହ୍ନ ଏବଂ ରାତ୍ରି ସବୁ ସମୟ ପାଇଁ ଖାଇବା ପ୍ରସ୍ତୁତ କରାଯାଉଛି। ବିଭିନ୍ନ ପ୍ରକାରର ଆଇଟମ ଏଠି ପ୍ରସ୍ତୁତ କରାଯାଏ। ତାହା ହେଉଛି – ଚିକେନ୍ କଷା, ପୋହଳା ଭଜା ମାଛ, ପୋଡା ମାଛ, ଅଣ୍ଡା ମସଲା, ମାଛ ସୋରିଷ ବେଶର ତରକାରୀ
ପୋହଳା ମାଛ ବେଶର ତରକାରୀ। ଏହା ବ୍ୟତୀତ ପାଣିଆଖିଆ, ଚୁନା ମାଛ ମଧ୍ୟ କରାଯାଏ। ଏହି ସବ୍ୟ ଆମିଷ ରୋଷେଇ କରାଯାଏ। ନିରାମିଷ ଉପରେ ପାନୀର ବଟର ମସଲା, ମସରୁମ ମଷ୍ଟାର୍ଡ ମସଲା, ଫୁଲ କୋବି ମସଲା, ବୁଟ ଆଳୁ ଭଣ୍ଡା ତାରକାରୀ, ମିକ୍ସ ଭଜା, ଆଳୁ ଭର୍ତା, ଟମାଟୋ ପୋଡା ଇତ୍ୟାଦି।
ଏହି ଟମାଟୋ ପୋଡ଼ାରେ ଟମାଟୋକୁ ପୋଡି ସେଥିରେ ସୋରିଷ ତେଲ, କଞ୍ଚା ଲଙ୍କା, ଲୁଣ, ପୋଡା ଲଙ୍କା ଆଦି ମିଶାଇ ଚକଟା ଯାଏ। ଏହି ସବୁ ଆଇଟମ ଘରୋଇ ଖାଇବାର ମଜା ଦେଇଥାଏ।ଏହା ବ୍ୟତୀତ ଦହି ,ଲେମ୍ବୁ ମିଶା ପଖାଳ ମଧ୍ୟ ପ୍ରସ୍ତୁତ କରାଯାଏ। ଏଥିରେ ପୋଦନା ,ଆମ୍ବ କସିଆ ଅଦା ଆଦି ମଧ୍ୟ ମିଶା ଯାଇଥାଏ।
ପଖାଳ ସହ ଅନେକ ପ୍ରକାରର ଆଇଟମ ରହିଛି। ସେଗୁଡ଼ିକ ହେଉଛି ବଡ଼ି ଚୁରା, ଶାଗ ଭଜା, ଛୁଇଁ ଆଳୁ ବେଶନ ଭଜା, ଆଳୁ ବାଦାମ ଭଜା, ବାଇଗଣ ପୋଡା ଚକଟା, ଶାଗ ବଡ଼ି ଭଜା। ଏହି ଭଳି ଅନେକ ଆଇଟମ ରହିଛି ଯାହା ଲୋକମାନଙ୍କୁ ଘରୋଇ ଭୋଜନର ସୁଖ ଦେଵ। ସମ୍ପୂର୍ଣ୍ଣ ଉପରେ ପଖାଳ ସହ ୧୨ ରୁ ୧୩ ପ୍ରକାରର ଆଇଟମ ରହିଛି।
ଏହା ବ୍ୟତୀତ ନନଭେଜ ଉପରେ ମଧ୍ୟ ଅନେକ ଆଇଟମ ରହିଛି।ଏହି ହୋଟେଲର ମାଲିକ ହେଉଛନ୍ତି ସୃଜଉ ରୁଦ୍ର ନାରାୟଣ ଦାସ। ସେ ଏହି ହୋଟେଲ ଦୀର୍ଘ ୧୮ ବର୍ଷ ତଳେ ଆରମ୍ଭ କରିଥିଲେ। ଏହି ହୋଟେଲ ସମ୍ପର୍କରେ କେହି ବେଶି ଜାଣନ୍ତି ନାହିଁ। ଲୋକମାନେ ଜଣେ ଅନ୍ୟ ଜଣଙ୍କ ଠାରୁ ଶୁଣିବା ପରେ ଏହି ହୋଟେଲକୁ ଆସିଥାନ୍ତି। ଏହି ହୋଟେଲରେ ସମ୍ପୂର୍ଣ୍ଣ ଘରୋଇ ଖାଦ୍ୟ ଅତ୍ୟନ୍ତ ସ୍ୱଚ୍ଛତାର ସହିତ ଦିଆ ଯାଇଥାଏ। ଏଠାର ପ୍ରତ୍ୟେକ ମିଲର ଦାମ ମଧ୍ୟ ଅନ୍ୟ ହୋଟେଲ ତୁଳନାରେ ଅପେକ୍ଷାକୃତ କମ୍ ଅଟେ।