ରାଜଧାନୀ ର ଭାଇ ଭାଇ ହୋଟେଲ,ଖାଇବା ଦାମ ମାତ୍ର 30 ଟଙ୍କା,ଥରେ ଖାଇଲେ ବାରମ୍ବାର ଆସିବେ ଏଠାକୁ…ଦେଖନ୍ତୁ Video

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଏକ ସୁସ୍ୱାଦୁ ହୋଟେଲ ବିଷୟରେ ଜାଣିବା ଯେଉଁ ସ୍ଥାନକୁ ଆପଣ ଥରେ ଯିବା ପରେ ବାରମ୍ବାର ଯିବାକୁ ଇଛା କରିବେ।ତେବେ ଆପଣମାନେ ତ ଓଡିଶାର ରାଜଧାନୀ ଭୁବନେଶ୍ୱର ନିହତି ଭାବରେ ଯାଇଥିବେ।ସେଠାରେ ଆପଣ ଅନେକ ଜାଗାରେ ଖାଦ୍ୟ ମଧ୍ୟ ଖାଇଥିବେ।ଆମେ ସେହିଭଳି ଏକ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ।

ଯେଉଁଠାରେ ନା ଆପଣ କେବଳ କମ ଦାମରେ ଖାଦ୍ୟ ଖାଇବେ ଏହା ସହିତ ଆପଣଙ୍କୁ ସୁସ୍ଵାଦୁ ଭୋଜନ ମଧ୍ୟ ମିଳିବ।ତେବେ ଏହି ଦୋକାନକୁ ଦୁଇଜଣ କମ ବୟସର ପିଲା ଖୋଲିଛନ୍ତି।ସେମାନଙ୍କ ବୟସ ମାତ୍ର ୧୭ ବର୍ଷ।ତେବେ ସେମାନେ ଘରର ଅସୁବିଧା କାରଣରୁ ଆଗକୁ ପାଠ ପଢିନଥିଲେ ଏବଂ ଏହି ବ୍ୟବସାୟ ଆରମ୍ଭ କରିଥିଲେ।

ସେମାନେ ସାତ ଆଠ ମାସ ହେବ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି।ସେଠାରେ ଆପଣଙ୍କୁ ଚିକେନ, ଅଣ୍ଡା, ଛୋଲେ ପୋଟଳ,ଏହା ସହିତ ପନିର ମଧ୍ୟ ରୁହେ।ଚିଲି ପାନୀର, ଚଣା ମସଲା, ଚିଲି ସୋୟାବିନ।ରବିବାର ଦିନ ତିନୋଟି ଆଇଟମ ମିଳିଥାଏ।ସେହି ଦୁଇଜଣ ଏହି ବୟସରେ ବହୁତ ପରିଶ୍ରମ କରୁଛନ୍ତି ଏବଂ ଲୋକମାନଙ୍କୁ

ସ୍ୱାଦିଷ୍ଟ ଖାଦ୍ୟର ମଜା ଦେଉଛନ୍ତି।ସେହି ଦୁଇଜଣଙ୍କ ଠାରୁ ଅନେକ କିଛି ଜିନିଷ ଶିଖିବାକୁ ମିଳିବ।ଚିକେନର ଅଧ ପ୍ଲେଟ ୬୦ ଟଙ୍କା ଥାଏ ଏବଂ ଦୁଇଟି ରୁଟି ମିଶାଇ ୭୦ ଟଙ୍କା।ଖୁବ ଭଲ ଭାବରେ ସେମାନେ ଏହି ରୋଷେଇ କରିଥାନ୍ତି।ଗୋଟିଏ ପରଟାର ମୂଲ୍ୟ ୧୫ ଟଙ୍କା ଥାଏ ଏବଂ ସେଥିରେ ପେଟ ଫୁଲ ହୋଇଯାଇଥାଏ।

ଅନେକ ଲୋକ ଏଠାକୁ ଖାଇବାକୁ ଆସିଥାନ୍ତି।ମୁଖ୍ୟତଃ ହଷ୍ଟେଲ ପିଲା ଅଧିକ ଆସିଥାନ୍ତି।ରାତି ୯ଟା ପରେ ଅଧିକ ବେପାର ହୋଇଥାଏ।୬ଟାରୁ ନେଇ ସାଢ଼େ ଦଶଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିଥାଏ।ଏଠାରେ ଆପଣ ଚିଲି କୋବି, ଚିଲି ପାନୀର ଚିଲି ଚିକେନ ସବୁ ଜିନିଷ ଖୁବ ସୁସ୍ୱାଦୁ ଥାଏ।ମାଆଙ୍କ ହାତ ରନ୍ଧା କହିଲେ

ଯାହା ଏଠାରେ ଆପଣ ତାହା ମିଳିଥାଏ।ଏହାକୁ ଖାଇଲେ ଯେଉଁମାନେ ସେଠାକୁ ଖାଇବାକୁ ଆସିଥାନ୍ତି ସେମାନେ ମଧ୍ୟ ଏହାର ପ୍ରଶଂସା ନକରି ରହିପାରନ୍ତି ନାହିଁ।ଘରୋଇ ଖାଦ୍ୟ ଭଳି ତାହା ଲାଗିଥାଏ।ପରଟା ସହିତ ଚିକେନ ତରକାରୀ ଖୁବ ଭଲ ଲାଗିଥାଏ।ଦୋକାନ ମୁଖ୍ୟତଃ ସବୁବେଳେ ଖୋଲା ରହିଥାଏ।କେବେ କେବେ ବନ୍ଦ ଥାଏ।

ବର୍ଷା ହେଲେ ସେଠାରେ ସେ ପାଲ ଟାଣିଥାନ୍ତି।ଏହାକୁ ଖାଇଲେ ଆପଣଙ୍କୁ ଏଠାକୁ ପୁନର୍ବାର ଆସିବାକୁ ଇଛା ହେବ।ଆପଣ ଯଦି ସାଧା ନେଉଛନ୍ତି ଅଧିକରୁ ଅଧିକ ୫୦ ଟଙ୍କାରେ ଆପଣଙ୍କ ରାତ୍ର ଭୋଜନ ହୋଇଯିବ।ଏହି ଦୁଇ ଭାଇ ଖାଇବା ତିଆରି କରିବା ପାଇଁ ଅନେକ ପରିଶ୍ରମ ମଧ୍ୟ କରୁଛନ୍ତି।ଯାହା ଫଳରେ ଖାଦ୍ୟ ଏତେ ସ୍ୱସ୍ଵାଦୁ ହେଉଛି।ଆପଣ ଭୁବନେଶ୍ୱର ଆସିଲେ ଏଠାରେ ରାତ୍ର ଭୋଜନ ନିଶ୍ଚିତ ଭାବରେ କରନ୍ତୁ।

Leave a Reply

Your email address will not be published. Required fields are marked *