ଜୀବନର ପ୍ରତ୍ୟେକ ପରିସ୍ଥିତି ରେ ଶାନ୍ତ (Silence) ରହିବା ଶିଖନ୍ତୁ,ଆପଣଙ୍କ ଜୀବନରେ କେତେ ବଡ ବିପଦ ଆସିଲେ ମଧ୍ୟ ଏପରି ଆପଣ ସାମ୍ନା କରି ପାରିବେ…

Spread the love

ତେବେ ଏହି ଦୁନିଆରେ ଏପରି ଅନେକ ଜିନିଷ ଘଟୁଛି ଯାହା ଲୋକମାନଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ।ଯାହା ଫଳରେ ଆଜିକାଲି ଅନେକ ଲୋକ ମାନଙ୍କ ପାଖରେ ଏହା ଦେଖା ଯାଉଛି କି ସାଧାରଣ ଭାବରେ ଲୋକମାନେ ଅନେକ କାରଣ ପାଇଁ ଅଳ୍ପ ଅଳ୍ପ କଥାରେ ଅନେକ ଭାବରେ କ୍ରୋଧିତ ମଧ୍ୟ ହୋଇ ଯାଉଛନ୍ତି।ତେବେ ପ୍ରତ୍ୟେକ ସମୟରେ ନିଜର ମନ ଓ ନିଜର ମସ୍ତିସ୍କକୁ ନିଜର ନିୟନ୍ତ୍ରଣରେ ରଖିବା ନିହାତି ଭାବରେ ଆବଶ୍ୟକ।ନଚେତ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।

ଏହା ସହିତ ଏହି କଥା ଆମେ ବର୍ତ୍ତମାନ ଏକ କାହାଣୀ ମାଧ୍ୟମରେ ଆଲୋଚନା କରିବା।ତେବେ ଥରେ ଜାପାନର ଏକ ଅଞ୍ଚଳରେ ଜଣେ ସାଧୁ ନିଜର ପ୍ରବଚନ ଦେବା ପାଇଁ ଅନେକ ଲୋକଙ୍କୁ ଡାକି ଥିଲେ।ତେବେ ସେ ଯେଉଁ ଘରେ ପ୍ରବଚନ ଦେଉଥିଲେ ତାହା ୭ ମହଲା ବିଶିଷ୍ଟ ଏକ ଘର ଥିଲା।ତେବେ ସେଠାରେ ସେ ବସି ନିଜର ଅନେକ ଅମୂଲ୍ୟ କଥା କହୁଥିଲେ।

ତେବେ ଅଚାନକ ଭାବରେ ସେହି ସ୍ଥାନରେ ଭୂମିକମ୍ପ ଆରମ୍ଭ ହୋଇ ଯାଇଥିଲା।ତେବେ ସାଧାରଣ ଭାବରେ ଜାପାନରେ ଭୂମିକମ୍ପ ହେବା ଏକ ସାଧାରଣ କଥା।ତେବେ ସେହି ସ୍ଥାନରେ ଅଚାନକ ଭାବରେ ଭୂମିକମ୍ପ ହେବା ଫଳରେ ସମସ୍ତେ ସେହି ସ୍ଥାନ ଛାଡି ଦୌଡିବା ଆରମ୍ଭ କରି ଦେଇଥିଲେ।

ତେବେ ସମସ୍ତେ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଥିଲେ।ତେବେ ଯେଉଁ ବ୍ୟକ୍ତି ଉପର ମହଲାରେ ଥିଲେ ସେମାନେ ମଧ୍ୟ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡିବା ଆରମ୍ଭ କରି ଦେଇଥିଲେଏହା ସହିତ ଯେଉଁ ବ୍ୟକ୍ତି ସେହି ରାସ୍ତା ଉପରେ ମଧ୍ୟ ଥିଲେ ସେମାନେ ମଧ୍ୟ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡିବା ଆରମ୍ଭ କରି ଦେଇଥିଲେ।

ତେବେ ଜଣେ ବ୍ୟକ୍ତି ଦେଖିଲେ କି ଯେଉଁ ବ୍ୟକ୍ତି ଜଣକ ପ୍ରବଚନ ଦେଉଥିଲେ ସେହି ବ୍ୟକ୍ତି ଜଣକ ସେହି ସ୍ଥାନରେ ସେହିପରି ଭାବରେ ବସି ରହିଛନ୍ତି।ଏହା ସହିତ ତାଙ୍କର ମନରେ କୌଣସି ପ୍ରକାରର ମଧ୍ୟ ଭୟ ନଥିବାର ଦେଖା ଯାଉ ଥିଲା।ଏହା ସହିତ ଏହା ଦେଖିବା ପରେ ସେଠାରେ ଥିବା ଲୋକ ଅଚାନକ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏହା ସହିତ ସବୁ ସ୍ଥିର ହେବା ପରେ ଜଣେ ବ୍ୟକ୍ତି ତାଙ୍କର ପାଖକୁ ଆସି ଏହାର କାରଣ ସମ୍ପର୍କରେ ପଚାରି ଥିଲେ।ତେବେ ସେ କହିଥିଲେ କି ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ଥିଲା।ତେବେ ସେହି ସାଧୁ ଜଣଙ୍କ କହିଥିଲେ କି ଯେତେବେଳେ ମନୁଷ୍ୟର ମୃତ୍ୟୁ ଆସିଥାଏ ସେହି ସମୟରେ କେହି ମଧ୍ୟ ତାଙ୍କୁ ବଞ୍ଚାଇ ପାରିବେ ନାହିଁ।

ଏହା ସହିତ ସେ ମଧ୍ୟ ସେହି କାରଣରୁ ସେଠାରୁ ଯାଇ ନଥିଲେ।ଏହା ସହିତ ସେହି ସମୟରେ ଅନେକ ଲୋକ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ଅନ୍ୟକୁ ଅନେକ ଭାବରେ ହଇରାଣ ମଧ୍ୟ କରିବାକୁ ପଛାଇ ନଥିଲେ।ତେବେ ଏହା ଏକ ବହୁତ ବଡ଼ ଭୁଲ ବୋଲି ସେହି ସାଧୁ କହିଥିଲେ।

Leave a Reply

Your email address will not be published. Required fields are marked *