ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ,Delhi ନେଇଯିବା କୁ ପରାମର୍ଶ ଦେଲେ ଡାକ୍ତର…

Spread the love

ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ କଥା ସମ୍ନାକୁ ଆସୁଚି। ଯାହାକୁ ଆପଣ ପିଣ୍ଟୁ ଭାବରେ ଜାଣନ୍ତି। ଯିଏକି ଅନେକ ଚଳଚ୍ଚିତ୍ର ଓ ଧାରାବାହିକରେ ନିଜର ଅଭିନୟ ଦେଖାଇ ଥିଲେ ସେ ଆଜି ଲିଭର ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ଓଡ଼ିଆ ଅଭିନୟର ଜଣା ଶୁଣା ଅଭିନେତା ହେଉଛନ୍ତି ପିଣ୍ଟୁ ନନ୍ଦ। ଯାହାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଅସୁବିଧାରେ ଥିବା ସୂଚନା ଆସୁଚି।

ସେ ବର୍ତ୍ତମାନ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି।ତାଙ୍କର ଅବସ୍ଥା ଅଧିକ ଖରାପ ହୋଇ ଯାଇଚି ଆଉ ତାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ମଧ୍ୟ ଆବଶ୍ୟକ। ବର୍ତ୍ତମାନ ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲି ଥିବା ବେଳେ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ଶୁଣିବାକୁ ମିଳୁଚି। ଚିକିତ୍ସକ ମାନେ ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ପରାମର୍ଶ ଦେଇଛନ୍ତି।

ସେହି ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ମଧ୍ୟ ବିଗିଡି ଯାଉଚି।ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ।ଯାହା ତାଙ୍କର ସାମର୍ଥ୍ୟ ବାହାରେ ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ଅର୍ଥ ସଂଗ୍ରହ ଆରମ୍ଭ ହୋଇ ସାରିଲାଣି। ସେ ଦିଲ୍ଲୀ ଯାଇ ଚିକିତ୍ସିତ ହେବେ ତାଙ୍କର ଆରୋଗ୍ୟ କାମନା କରିବା

ସହିତ ଆର୍ଥିକ ସହାୟତା କରିବା ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଆଉ ଏହି ସମୟରେ ତାଙ୍କୁ ସହାୟତାର ହାତ ବଢ଼ାଉ ଅଛନ୍ତି ଅନେକ ସହୃଦୟ ବ୍ୟକ୍ତି। ନିକଟରେ ଅଭିନେତ୍ରୀ ଝିଲ୍ଲିକଙ୍କ ଋଦ୍ରାଣି ଚଳଚ୍ଚିତ୍ରର ବ୍ୟାନରରେ ନଜର ଆସିଥିଲେ ଅଭିନେତା ପିଣ୍ଟୁ ନନ୍ଦ।ଆଉ ଏହା ପରେ ଜି ଜି ସାର୍ଥକର

ଏକ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ ପିଣ୍ଟୁ ନନ୍ଦ। ଆଉ ଏହା ମଧ୍ୟରେ ଯେତେବେଳେ ତାଙ୍କର ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଚି। ସେହି ସମୟରେ ତାଙ୍କର ପ୍ରଶଂସକ ମାନଙ୍କୁ ଅନେକ ଗଭୀର ଆଘାତ ଦେଇଛି। ଆଉ ବର୍ତ୍ତମାନ ସେ ସୁସ୍ଥ ହୋଇ ପୁଣି କଳା ଇଣ୍ଡରଷ୍ଟ୍ରିକୁ ଫେରି ଆସନ୍ତୁ ଏହା ସମସ୍ତେ ଚାହୁଁଛନ୍ତି। ରିପୋର୍ଟକୁ ନେଇ ପ୍ରସ୍ତୁତ ଅଟେ।

Leave a Reply

Your email address will not be published. Required fields are marked *