ଆମିଷ (Nonveg) ଖାଇବା ଉଚିତ ନା ଅନୁଚିତ,କଣ ରହିଛି ଏହା ପଛର ଥିବା ଗୁଢ ରହସ୍ୟ ଗୁଡିକ…

Spread the love

ଆଜି ଆମେ ଜାଣିବା ଆମେ ଆମିଷ ଖାଇବା ଉଚିତ ନା ଅନୁଚିତ।ଆମ ଶରୀର ପାଇଁ ଆମିଷ ଆବଶ୍ୟକତା କେତେ ରହିଛି।ଆପଣ ଦେଖିବେ ଗୋଟିଏ ଘରେ କିଛି ଗାଇଙ୍କୁ ରଖି କିଛି ଘାସ ଦେବେ ଖାଇବାକୁ ଓ ଅନ୍ୟ ଏକ ଘରେ କିଛି କୁକୁରଙ୍କୁ ରଖି କିଛି ମାଂସ ଦେବେ ଖାଇବାକୁ।କିଛି ସମୟ ପରେ ଦେଖିବେ କୁକୁର ମାନେ ନିଜ ନିଜ ଭିତରେ ମାଡ଼ ହେଉଥିବେ କିନ୍ତୁ ଗାଈ ମାନେ ଶାନ୍ତିରେ ନିଜ ଘାସ ଖାଉଥିବେ।ଏହା ହେଉଛି ଏକ ଆମିଷ ଓ ନିରାମିଷ ଖାଉଥିବା ପ୍ରାଣୀ ମଧ୍ୟରେ ଅନ୍ତର।

ଆପଣ ଦେଖୁଥିବେ ଯେଉଁ ପ୍ରାଣୀ ମାନେ ଆମିଷ ଭୋଜନ କରନ୍ତି ସେମାନେ ସମସ୍ତେ ହିଂସ୍ର।ସେମାନଙ୍କ ଉପରେ ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ।ଯଦି ଆପଣ ତାଙ୍କ ପାଖକୁ ଯିବେ ସେ ଆପଣଙ୍କ ଉପରେ ଆକ୍ରମଣ କରିବେ।ଆପଣ ଜୀବନ ନେବା ପାଇଁ ସେମାନେ ପଛେଇବେ ନାହିଁ।

ବେଳେବେଳେ ଆମିଷ ଖାଉଥିବା ମଣିଷ ମାନେ ମଧ୍ୟ ହିଂସ୍ର ହୋଇଯାଆନ୍ତି କାରଣ ସେମାନଙ୍କ ବିବେକ କାମ କରେ ନାହିଁ।ଦେଖିବେ ଯେଉଁମାନେ ଆମିଷ ଖାଉଥିବେ ସେମାନେ ଠିକ ସମୟରେ ଠିକ ନିଷ୍ପତି ନେଇ ପାରନ୍ତି ନାହିଁ।କାରଣ ମଣିଷ ବିବେକ ହିନ ହେବା ପରେ ସେଭଳି ପଶୁ ଭଳି ହୁଏ।

ଆମିଷ ଖାଉଥିବା ପଶୁ ଯେଭଳି ହିଂସ୍ର ହୋଇଉଠେ ଆମିଷ ଖାଉଥିବା ମଣିଷ ମଧ୍ୟ ଏଭଳି ହିଂସ୍ର ହୋଇଉଠେ। ଶାକାହାରୀ ଖାଉଥିବା ଲୋକମାନେ କ୍ରୋଧୀ ହୋଇ ପାରନ୍ତି କିନ୍ତୁ ହିଂସା ତାଙ୍କ ମଧ୍ୟରେ ବହୁତ କମ ଥାଏ।ଏହା ସହ ଆପଣ ଦେଖିବେ ଆମିଷ ଖାଉଥିବା ପଶୁ ମାନେ ସବୁବେଳେ ଚାଟି ଚାଟି ପାଣି ପିଅନ୍ତି।

କିନ୍ତୁ ଦେଖିବେ ଶାକାହାରୀ ପ୍ରାଣୀ ମାନେ ମୁହଁ ବୁଡାଇ ପାଣି ପିଅନ୍ତି। ବିଜ୍ଞାନ ଭାଷାରେ ମଣିଷଙ୍କ ଶରୀର ଆମିଷ ଖାଇବା ପାଇଁ ଉପଯୁକ୍ତ ନୁହେଁ।ମଣିଷ ଶରୀର ଏକ ଶାକାହାରୀ ପ୍ରାଣୀ ସହ ସମାନ।ଆମେ ନିରୀହ ପଶୁ ମାନଙ୍କୁ ହତ୍ୟା କରି ଖାଆନ୍ତି। କଣ ସେମାନଙ୍କ ମଧ୍ୟରେ ଜୀବନ ନାହିଁ।ଆମେ କଣ ଗୋଟିଏ ଜୀବକୁ ହ-ତ୍ୟା କରି ତାର ମାଂସ ଭକ୍ଷଣ କରିବା ଠିକ।

ସତରେ କଣ ଅମିଷରୁ ଯେଉଁ ଭିଟାମିନ ମିଳୁଛି ତାହା ଅନ୍ୟ କେଉଁଠାରୁ ମିଳିବ ନାହିଁ।ଆମେ ଆମିଷ ଖାଇବା ଦ୍ବାରା ଆମ ଭିତରେ କାମନା ବାସନା ହିଂସା ଧୀରେ ଧୀରେ ବଢେ।ଆମେ ବିବେକହିନ ହୋଇଯିବା ଆମ ପାଇଁ କେଉଁ କର୍ମ କରିବା ଉଚିତ କି ନୁହେଁ।ଆପଣ ନିଜେ ବିଚାର କରନ୍ତୁ ଆପଣ କେଉଁ ପ୍ରକାରର ମଣିଷ।

ଆପଣଙ୍କୁ ଆମିଷ ଖାଇବାର ଅଛି ନା ଆପଣଙ୍କୁ ଆମିଷ ଖାଇବାର ଆବଶ୍ୟକତା ନାହିଁ।ତେବେ ମଣିଷ ଶରୀର ପାଇଁ ଆମିଷ ଖାଇବା କେତେ ଦରକାର।ଯଦି ଆମେ ଆମିଷ ଖାଇବା ଆମେ ବିବେକହିନ ହୋଇଯିବା।ଏହା ସହ ଆମିଷ ଖାଇବା ଦ୍ବାରା ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୁଏ।

Leave a Reply

Your email address will not be published. Required fields are marked *