ଆପଣଙ୍କ ଗ୍ୟାସ Cylender କେତେ ଦିନରେ ହେବ ଖାଲି,ଏହି ସହଜ ଉପାୟ ଜାଣିରଖନ୍ତୁ..

ଦିନକୁ ଦିନ ବଢ଼ି ଚାଲିଚି ଗ୍ୟାସ ଦର।ଗୋଟିଏ ଗ୍ୟାସ ସିଲିଣ୍ଡର ଏକ ମାସ ଚଳାଇବା କଷ୍ଟକର ହୋଇ ପଡ଼ିଲାଣି।ସବୁଲୋକ ଚାହିଁ ଥାଆନ୍ତି ସିଲିଣ୍ଡର ଯେପରି ମାସେରୁ ଅଧିକ ଯେପରି ହେଲେ ମଧ୍ୟ ଚାଲି ଯାଉ।ହେଲେ ରୋଷେଇ ବେଳେ ଏହାର ହିସାବ ରଖିବା ଅସମ୍ଭବ।ତେବେ କଣ କଲେ ଗ୍ୟାସ ଅଧିକ ଦିନ ଯିବ।ଏହା ସହିତ କଣ କଲେ ଗ୍ୟାସରେ କେତେ ଗ୍ୟାସ

ରହିଛି ଆପଣ କିପରି ଜାଣି ପାରିବେ ଏହାର ଉପାୟ ଜାଣିବା ଆବଶ୍ୟକ ଅଟେ।ତେବେ ଅନେକ ସମୟରେ ଲୋକମାନେ ସିଲିଣ୍ଡର ହଲାଇ ଉଠାଇ ଦେଖି ଥାଆନ୍ତି।ଯଦି ହାଲୁକା ଲାଗି ଥାଏ ତେବେ ଭାବି ନିଅନ୍ତି କି ଗ୍ୟାସ ସରି ଯାଇଥାଏ।ତେବେ ଆପଣଙ୍କୁ ଏହା ଜାଣିବାର ଠିକ ଉପାୟ ନିହାତି ଜାଣିବା ଆବଶ୍ୟକ।

ଯାହା ଫଳରେ ଆପଣ ଗ୍ୟାସ ସେହିପରି ଉପାୟରେ ବ୍ୟବହାର କରି ପାରିବେ ଓ ଗ୍ୟାସ ଅଧିକ ଦିନ ବ୍ୟବହାର କରି ପାରିବେ।ଯେତେବେଳେ ଘରେ ନୂଆ ସିଲିଣ୍ଡର ଲାଗି ଥାଏ ଏହା ବହୁତ ବଢିଆ ଭାବରେ ଚାଲି ଥାଏ।ତେବେ ଯେତେବେଳେ ଚୁଲାରେ ନିଆଁ ଜଳିବା କମ ହେବାକୁ ଲାଗିଥାଏ ଆପଣ ଏହା ଭାବି

ଥାଆନ୍ତି କି ସିଲିଣ୍ଡର ମଧ୍ୟରେ ଗ୍ୟାସ କମ ହେବାକୁ ଲାଗିଲାଣି।ଏହି ହଡ ବଡି ମଧ୍ୟରେ ସିଲିଣ୍ଡର କୁ ଉଠାଇ ହଲାଇ ଦେଖି ଥାଆନ୍ତି।ତେବେ ଆପଣଙ୍କୁ ଏହି ତରିକାରେ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି ଓ ଆପଣ ଯଦି ଏପରି ଚେକ କରୁଛନ୍ତି ତେବେ ଏପରି ବିଲକୁଲ ମଧ୍ୟ କରନ୍ତୁ ନାହିଁ।ଏପରି କରିବା

ଫଳରେ ଆପଣ ନିଜର ହିଁ କ୍ଷତି କରୁଛନ୍ତି।ଏପରି କରିବା ଫଳରେ ଗ୍ୟାସ ସିଲିଣ୍ଡର ମଧ୍ୟରେ କିଛି ବଳକା ରହି ଯାଇଥିବା ଗ୍ୟାସକୁ ଆପଣ ନିଜେ ହିଁ ବେକାର କରି ଦେଉଛନ୍ତି ତେବେ ଆପଣ ଏକ କପଡ଼ା ନିଅନ୍ତୁ ଏହା ପରେ ଆପଣ ଏହି କପଡ଼ା କୁ ଭଲ ଭାବରେ ଓଦା କରି ସେହି ସିଲିଣ୍ଡରକୁ ଘୋଡାଇ ଦିଅନ୍ତୁ।

ଏହା ପରେ ଆପଣ କିଛି ସମୟ ପରେ ଦେଖନ୍ତୁ କି ସିଲିଣ୍ଡରର କେତେ ଭାଗ ଓଦା ଦେଖା ଯାଉଚି।ଏହିଥିରୁ ହିଁ ଆପଣ ଜାଣି ପାରିବେ କି ଗ୍ୟାସ କେତେ ଅଛି।ଆଉ ଶୁଖିଲା ଥିବା ଜାଗା ପର୍ଯ୍ୟନ୍ତ ଗ୍ୟାସ ସରି ଯାଇଛି।ଓଦା ଥିବା ଭାଗ ରେ ହିଁ କେବଳ ଗ୍ୟାସ ରହିଛି।ତେଣୁ ଆଉ କେବେ ମଧ୍ୟ ସିଲିଣ୍ଡରକୁ ହଲାଇ ଦେଖିବା ଉଚିତ ନୁହେଁ।

ଏହି ଉପାୟରେ ଗ୍ୟାସ ସିଲିଣ୍ଡର ମଧ୍ୟରେ କେତେ ଗ୍ୟାସ ରହିଛି ଆପଣ ଦେଖନ୍ତୁ।ଏହା ବହୁତ ହିଁ ସହଜ ଓ ସରଳ।ଆପଣ ଏହାକୁ ଚେକ କରିବା ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିବ ନାହିଁ ଓ ଆପଣ ସହଜରେ ଗ୍ୟାସ କେତେ ରହିଛି ଏହା ଜାଣି ପାରିବେ।

Leave a Reply

Your email address will not be published.