ଆସିଲା ଶୁଭଶ୍ରୀ ଓ Dibyaranjana ଙ୍କ କଲ ରେକର୍ଡ,ଧରା ପଡିଗଲା ଏବେ ସବୁ ସତ ଗୁଡିକ…

Spread the love

ଆସିଲା ଡାକ୍ତର ଶୁଭଶ୍ରୀ କରଙ୍କ କଲ ଡିଟେଲ। କଲ ରେକର୍ଡ ସଂଗ୍ରହ କରିଛି ପୋଲିସ। ଆଉ ଏଥିରେ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ। ଯାହାକୁ ନେଇ ଆଗକୁ ତଦନ୍ତ ସକ୍ରିୟ କରିବ।ଡାକ୍ତର ଶୁଭଶ୍ରୀ କରଙ୍କ ମୃ-ତ୍ୟୁ ମାମଲାର ତଥ୍ୟ ଉନ୍ମୋଚନ କରିବ ଏହି ମୋବାଇଲ କଲ ଡିଟେଲସ।

ପୋଲିସ ଏବେ ଉଭୟଙ୍କ କଲ ରେକର୍ଡ ସଂଗ୍ରହ କରିଛି। ଶୁଭସ୍ମିତା କର ଓ ତାଙ୍କ ପୁରୁଷ ବନ୍ଧୁଙ୍କ କଲ ରେକର୍ଡ ସଂଗ୍ରହ କରିଛି। ଡାକ୍ତର ଶୁଭଶ୍ରୀ କର ଉଭୟ ଜିଓ ଓ ଏଆରଟେଲ ନମ୍ୱର ବ୍ୟବହାର କରୁଥିଲେ। ତାଙ୍କର ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀ ମଧ୍ୟ ବ୍ୟବହାର କରୁଥିଲେ ୩ଟି ସିମ। ଗୋଟିଏ ଜିଓ

ଏୟାରଟେଲ ଓ ଅନ୍ୟଟି ବିଏସଏନଏଲ ନମ୍ୱର ଥିଲା। ତେବେ ପୋଲିସ ଏହି ସବୁ ମୋବାଇଲ ସେବା କମ୍ପାନୀ ପାଖରୁ ରେକର୍ଡ ସଂଗ୍ରହ କରିଛି।ଏହି ଦୁଇ ଜଣ ପ୍ରେମୀ ଯୁଗଳ ଅର୍ଥାତ ଡାକ୍ତର ଶୁଭଶ୍ରୀ କର ଓ ତାଙ୍କ ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀ କେତେ ଥର କଥା ହୋଇଛନ୍ତି। ଶେଷ ୭ ଦିନ ଭିତରେ କେତେ

ଥର ଉଭୟଙ୍କ ଭିତରେ କଥା ବାର୍ତା ହୋଇଛନ୍ତି। କଣ କଥା ବାର୍ତା ହୋଇଛନ୍ତି।ଏହି ସବୁର ତଥ୍ୟ ସଂଗ୍ରହ କରିଛି ପୋଲିସ।ତେବେ ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ତଥା ଦିବ୍ୟ ରଞ୍ଜନ ମାଝୀଙ୍କ ପାଖରେ ପହଞ୍ଚି ପାରି ନାହିଁ ପୋଲିସ। ତାଙ୍କୁ ଖୋଜିବା ପାଇଁ ପୋଲିସ ଏକାଧିକ ଟିମ

ଗଠନ କରିଛି କିନ୍ତୁ ତାଙ୍କ ପାଖରେ ପୋଲିସ ପହଞ୍ଚି ପାରୁ ନାହିଁ କି ଅଧିକ ତଦନ୍ତ କରି ପାରୁ ନାହିଁ। ଆଉ ଏପଟେ କଥା ଉଠୁଛି କି ଦିବ୍ୟ ରଞ୍ଜନ ମାଝୀ ଏବେ ଓଡ଼ିଶା ବାହାରକୁ ଚାଲି ଯାଇଛନ୍ତି।ବିଭିନ୍ନ ସ୍ଥାନରେ ଚଢାଉ କରି ମଧ୍ୟ ଏବେ ଦିବ୍ୟ ରଞ୍ଜନଙ୍କୁ ପାଉ ନାହିଁ ପୋଲିସ। ତେବେ ପୋଲିସ ପଞ୍ଚାରେ କେବେ

ଦିବ୍ୟ ରଞ୍ଜନ ପଡ଼ିବ। ତାଙ୍କୁ କେବେ ପରିସର ଭୁକ୍ତ କରାଯିବ। ତାଙ୍କୁ ପରିସର ଭୁକ୍ତ କରାଗଲେ କେଉଁ କେଉଁ ତଥ୍ୟ ସାମ୍ନାକୁ ଆସିବ ଏହା ଉପରେ ରହିଛି ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *