ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆଜି ଆମେ ଯେଉଁ ବିଷୟରେ କଥା ହେବା ତାହା ଆପଣ ଙ୍କୁ ଜାଣିବା ନିହାତି ଭାବରେ ଆବଶ୍ୟକ ଅଟେ।ଏହା ଜାଣିବା ଦ୍ଵାରା ଆପଣ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିପାରିବେ।
ତେବେ ଆଗକୁ ଆପଣ କରିବାକୁ ଯାଉଥିବା କାର୍ୟ୍ଯକୁ ନେଇ ସତର୍କ ମଧ୍ୟ ହୋଇପାରିବେ।ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।ଆସୁଛି ବାତ୍ୟା।ବଙ୍ଗୋପସାଗରରେ ଗୋଟାଉଛି ବଳ।ଆସନ୍ତା ୧୧ ତାରିଖରେ ବଙ୍ଗୋପ ସାଗରରେ ବାତ୍ୟା ସମ୍ଭାବନା ରହିଛି।
ତେବେ ୭ ତାରିଖରେ ଲଘୁଚାପ ସୃଷ୍ଟି ହେବାପରେ ୯ ତାରିଖରେ ଅଵପାଦ ରୂପ ନେଇ ୧୧ ତାରିଖରେ ବାତ୍ୟା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।କିନ୍ତୁ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ବାତ୍ୟା ହେବ କି ନାହିଁ ସେହି ଚିତ୍ର ସ୍ପଷ୍ଟ ହେଉନାହିଁ।
ସେପଟେ ମଙ୍ଗଳବାର ଏବଂ ବୁଧବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଉଛି।ତେବେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ସାତ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବ।ତେବେ ଏହାପରେ ପାଣିପାଗ କେତେ ଘନୀଭୂତ ହେବ ତାହାର ପୂର୍ବାନୁମାନ କରାଯାଉଛି।
ଲଘୁଚାପ ପରେ ଏହା ଅଧିକ ଘନୀଭୂତ ହେବ ନାହିଁ ବୋଲି ୟୁରୋପିୟାନ ମଡେଲ ଅଷ୍ଟ୍ରେଲିଆନ ମଡେଲ ଆକଳନ କରିଛନ୍ତି।ଲଘୁଚାପ ପରେ ଏହା ତାମିଲନାଡୁ ଆଡ଼କୁ ଗତି କରିବ।ଏନ ସି ଏଫ ଏବଂ ଜି ଏଫ ଏସ ମଡେଲ କହୁଛି ସାତ ତାରିଖରେ ଲଘୁଚାପର ରୂପ ନେଇ ଏହାପରେ ଅଵପାଦର ରୂପ ନେଇ ପରେ ବାତ୍ୟାର ରୂପ ନେଇପାରେ।
ଏହାପରେ ପଶ୍ଚିମ ଦିଗରେ ଗତିକରି ଦକ୍ଷିଣପଶ୍ଚିମ ବଙ୍ଗୋପସଗାରକୁ ମୁହାଁଇବ।ତେବେ ଏହା ଉତ୍ତରକୁ ଯାଇ ମିଆଁମାର ଆଉ ବାଂଲାଦେଶ ଆଡ଼କୁ ଯିବ।ଦିଗ ନବଦଳାଇଲେ ଏହା ଦେଶର ପୂର୍ବ ଉପକୂଳ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି।ତେବେ ରାଜ୍ୟରେ ଗତ ଦୁଇ ଦିନ ବର୍ଷା ସମ୍ଭାବନା ହେବାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।
କିନ୍ତୁ କୌଣସି ସ୍ଥାନରେ ବର୍ଷା ହୋଇ ନାହିଁ।ମଙ୍ଗଳବାର ଏବଂ ବୁଧବାର ପାଇଁ ମଧ୍ୟ ବର୍ଷା ପୂର୍ବାନୁମାନ ରହିଛି।ମାଲକାନଗିରି, କୋରାଫୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ବାଲେଶ୍ଵରରେ ବର୍ଷା ହୋଇପାରେ।ବୁଧବାର ଦିନ ମଧ୍ୟ ଏହି ସବୁ ଜିଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ତେବେ ଆପଣ ଏହାକୁ ନେଇ ସତର୍କ ରୁହନ୍ତୁ।