ମାଡି ଆସୁଛି ଭୟଙ୍କର ବାତ୍ୟା Peter,ସ୍ଥଳ ଭାଗଠୁ 350 ମାଇଲ ଦୂରରେ ଘନୀଭୂତ,ଏହି ଜାଗାରେ ହେବ ପ୍ରବଳ ବର୍ଷା ସହ ପବନ

Spread the love

ପୁଣି ମାଡି ଆସୁଛି ବାତ୍ୟା ପିଟର|କାରବିଆନ ସାଗରର ପୂର୍ବରେ ମାଡ଼ି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା ପିଟାର।ଉପକୂଳରୁ ୩୫୦ ମାଇଲ ଦୂରରେ ଅବସ୍ଥିତ ହୋଇଥିବା ଏହି ବାତ୍ୟା ବର୍ତ୍ତମାନ ଉପକୂଳ ଆଡକୁ ଅଗ୍ରସର ହେଉଛି।ଏହା ସହିତ ଭୟଙ୍କର ବନ୍ୟା ଓ ବାତ୍ୟାର ମଧ୍ୟ ସମ୍ଭାବନା ରହିଛି।ତେବେ ଆଟଲାଣ୍ଟିକରେ ସୃଷ୍ଟି ହୋଇଥିବା ଘୁର୍ଣୀ ବଳୟ ବର୍ତ୍ତମାନ ବାତ୍ୟାର ରୂପ ନେଇଛି।ତେବେ ଏହା ହେଉଛି ୨୦୨୧ ମସିହାରେଏହା ଆଟଲାଣ୍ଟିକରେ ସୃଷ୍ଟି ହୋଇଥିବା ହେଉଛି ୧୬ ତମ ବାତ୍ୟା ବୋଲି ସୂଚନା ମିଳିଛି ।ଏହା ସହିତ ଏହା ବର୍ତ୍ତମାନ ବାତ୍ୟାର ରୂପ ନେଇ ସାରିଲାଣି।

ତେବେ ଯେଉଁ ସ୍ଥାନରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ସେହି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୫ ମାଇଲ ରହିବ।ଏହା ସହିତ ଏହା ବର୍ତ୍ତମାନ ସ୍ଥଳଭାଗ ଆଡ଼କୁ ୧୭ ମାଇଲ ଘଣ୍ଟା ପ୍ରତି ବେଗରେ ଗତି କରୁଛି ଏହା ବର୍ତ୍ତମାନ ଧୀରେ ଧୀରେ ସମୁଦ୍ରରେ ବଳ ଗୋଟାଉଛି।ଏହା ସହିତ ଏହା ମଧ୍ୟ ଅନୁମାନ କରାଯାଇଛି କି ଏହା ପୂର୍ବ ଆମେରିକାର ଉପକୂଳରେ ମାଡ଼ ହୋଇପାରେ।

ଏହା ସହିତ ବର୍ତ୍ତମାନ ଏହି ବାତ୍ୟା କେଉଁ ସ୍ଥାନରେ ସ୍ଥଳଭାଗ ସ୍ପଷ୍ଟ କରିବ ଏହା ସମ୍ପୂର୍ଣ୍ଣ ଭାବରେ ଅସ୍ପଷ୍ଟ ରହିଛି।ଏହା ସହିତ ତେବେ ଗତ କିଛି ଦିନ ହେଲା ଫ୍ଲୋରିଡା ଅଞ୍ଚଳରେ ବର୍ତ୍ତମାନ ଥଣ୍ଡା ବଢି ଯାଇଥିବାରୁ ବର୍ତ୍ତମାନ ସେହି ଅଞ୍ଚଳକୁ ଏହି ବାତ୍ୟା ଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ମତ ଦେଇଛି।ତେବେ ସୂଚନା ଅନୁସାରେ ଅଗଷ୍ଟ – ସେପ୍ଟେମ୍ବର ମଧ୍ୟରେ ଆଟଲାଣ୍ଟିକରେ ମହାସାଗରରେ ଲଗାତାର ବାତ୍ୟା ଆସିଥାଏ।

ଯେଉଁ କାରଣରୁ ଆମେରିକାର ଅନେକ ସହର ଲଗାତାର ଭାବରେ ପ୍ରଭାବିତ ହୋଇଥାଏ।ଏହା ସହିତ ଏହି ବାତ୍ୟା ପ୍ରଭାବରେ ବିଭିନ୍ନ ରାଜ୍ୟରେ ପ୍ରାୟ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ସମୁଦ୍ର ପତନ ଠାରୁ ୫.୮ କିମି ପର୍ଯ୍ୟନ୍ତ ଲଘୁଚାପ କେନ୍ଦ୍ର ଲମ୍ବି ରହିଛି।ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ।

ତେବେ ଆମ ଓଡ଼ିଶାରେ ଏହି ବାତ୍ୟାର କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ,କିନ୍ତୁ ବର୍ତମାନ ବଡ ଧରଣ ର ଏକ ଲଘୁଚାପ ସୃଷ୍ଟି ହେଉଛି ବଙ୍ଗୋପସାଗର ରେ ଏହାକୁ ନଜର ରେ ରଖି  କିଛି ଜିଲ୍ଲା ମାନଙ୍କରେ ୟେଲୋ ସତର୍କ ସୂଚନା ଜାରି କରାଯାଇଛି।ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ଵର,ଯାଜପୁର,କଟକ,ଜଗତସିଂପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହୋଇପାରେ।

ସେହି ପରି ଆସନ୍ତା କାଲି କେନ୍ଦୁଝର, ଅନୁଗୁଳ,ବରଗଡ଼,କଳାହାଣ୍ଡି,ବଲାଙ୍ଗୀର,ସୁବର୍ଣ୍ଣପୁର,ଦେବଗଟ ଓ ସୁନ୍ଦରଗଡ଼ରେ ବର୍ଷା ହେବା ନେଇ ପୂର୍ବାନୁମାନ କରି ନେଇଛି।ସେହିପରି ପରଦିନ ନୂଆପଡ଼ା,ନବରଙ୍ଗପୁର,ବଲାଙ୍ଗୀର ଓ କଳାହାଣ୍ଡିରେ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣୀ ବଳୟ ଆସୁଛି ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ପହଞ୍ଚିବ।

ଏହା ସହିତ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ସେହି କାରଣରୁ ଅନେକ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।ଏହା ସହିତ ଏହି ସମୟରେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *