ମାଡି ଆସୁଛି ଆଉ ଏକ ଭୟଙ୍କର ବର୍ଷା ପବନ,ଆଇ ଏମ ଡି Forecast ଦେଲେ ଏହି ବଡ ସତର୍କ ସୂଚନା,ଏହି ଜିଲ୍ଲାର ଲୋକ ରୁହନ୍ତୁ ସାବଧାନ

Spread the love

ସାଙ୍ଗମାନେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି କି ଯାହା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମ ଓଡ଼ିଶାର ପାଖାପାଖି ୧୦ରୁ ୧୫ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।କିଛି କିଛି ଜିଲ୍ଲା ମାନଙ୍କରେ ବିଜୁଳି ଓ ଘଡଘଡିର ସମ୍ଭାବନା ମଧ୍ୟ ଅଛି।ଆଉ ଏକ ଚିନ୍ତାର କଥା କି ହୀରାକୁଦ ଜଳଭଣ୍ଡାରକୁ ପ୍ରବଳ ମାତ୍ରାରେ ଜଳ ପ୍ରବେଶ କରୁଛି।ଜଳସ୍ତର ବହୁତ ବୃଦ୍ଧି ପାଇଗଲାଣି।

ପୁଣି ଆଗକୁ ହୀରାକୁଦ ଜଳଭଣ୍ଡାରର ଗେଟ ସବୁ ଖୋଲା ଯାଇପାରେ।ଲଘୁଚାପ ପ୍ରଭାବରେ ଆମ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ।ଆସନ୍ତା ୨ ଦିନ ପରେ ପୁଣି ଏକ ବଡ଼ ଲଘୁଚାପ ଆସୁଛି।ଯାହା ଅବପାତର ରୂପ ନେଇପାରେ।ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ।ପୁଣି ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇବ।

ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ତାହା ଗତକାଲି ଠାରୁ ଲଘୁଚାପର ପରିଣତ ହୋଇ ସାରିଛି।ଯାହାର ପ୍ରଭାବରେ ଆଜି ଆମ ଓଡିଶାର ଅଧିକାଂଶ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ।ପାଖା ପାଖି ୧୪ଟି ଜିଲ୍ଲାକୁ ୟେଲୋ ୱର୍ଣୀଙ୍ଗ ଜାରି କରାଯାଇଛି।ସେ ସବୁ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ,ଅନୁଗୁଳ, ନୟାଗଡ଼,ଗଞ୍ଜାମ,ମୟୂରଭଞ୍ଜ ଓ ବାଲେଶ୍ଵର।

ଏହି ସବୁ ଜିଲ୍ଲା ମଧ୍ୟରେ ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ।ବିଜୁଳି ଘଡ଼ଘଡ଼ି ମଧ୍ୟ ଲାଗି ରହିବ।ଆପଣମାନେ ସତର୍କ ସଜାଗ ରୁହନ୍ତୁ କାରଣ ଏହି ସବୁ ଜିଲ୍ଲା ମାନଙ୍କରେ ବର୍ତ୍ତମାନ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।ବର୍ଷା ପାଣି ଚାଷ ଜମି ମାନଙ୍କରେ ମାଡ଼ି କରି ଅଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ଏହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ।

ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ମଧ୍ୟ ଅଧିକ ରହିଛି।ସେ ସବୁ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ, ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଏବଂ ଅନୁଗୁଳ।ତେଣୁ ଏହି ୧୦ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଆସନ୍ତା ୨୪ ପର୍ଯ୍ୟନ୍ତ ହେବ।କ୍ରମାଗତ ଭାବେ ୨ ରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିକରି ରହିବ।

ବର୍ଷା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ସ୍ପେସିଆଲୀ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଆଉ ଯେଉଁ ଦିଗ ଦେଇ ଅବପାତଟି ଗତି କରିବ ସେ ସବୁ ଜିଲ୍ଲା ମାନଙ୍କରେ ଭଲ ବର୍ଷା ସହିତ ପବନର ବେଗ ଅଧିକ ମାତ୍ରାରେ ରହିବ।ନିହାତି ଆପଣମାନେ ସତର୍କ ସଜାଗ ରୁହନ୍ତୁ।କାରଣ ଆଗକୁ ବଡ଼ ଲଘୁଚାପ ଆସୁଛି।

ବହୁତ ଗୁଡ଼ିଏ ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ସବୁଠୁ ଅଧିକ ପଡ଼ିବ।ଆଗକୁ ଯେଉଁ ଅପଡେଟ ଆସିବ ଯେମିତି କି ଲଘୁଚାପଟି ଯେତେବେଳେ ସୃଷ୍ଟି ହୋଇଯିବ ତାର ଦିଗ କେଉଁ ଆଡ଼କୁ ରହିବ କେତେ ପ୍ରବଳ ବର୍ଷା କରାଇବ ତାହା ଆମେ ଜଣାଇବୁ।

Leave a Reply

Your email address will not be published. Required fields are marked *