ବଡଦାଣ୍ଡ (BADADAND) ରେ ଭକ୍ତି ରେ ବିଭୋର ହେଲେ ବିଦେଶିନୀ ମହିଳା,ଜଗା କୁ ଦେଖିବା ପରେ କଲେ ଏପରି କାମ ଯେ ସମସ୍ତେ କରୁଛନ୍ତି ପ୍ରଶଂସା…ଦେଖନ୍ତୁ Video

ଆପଣ ମାନେ ଜାଣିଥିବେ କି ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।ତେବେ ଗତ ଦୁଇ ବର୍ଷ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଭକ୍ତମାନଙ୍କ ପ୍ରବେଶକୁ ଅନୁମତି ମିଳିଥିଲା।ପୂର୍ବରୁ କରୋନା କାରଣରୁ ଭକ୍ତ ମାନଙ୍କୁ ରଥ ଯାତ୍ରାରେ ଆସିବା ପାଇଁ ଅନୁମତି ମିଳୁ ନଥିଲା।ତେବେ ଚଳିତ ବର୍ଷ ହଜାର ହଜାର ସଂଖ୍ୟକ ଭକ୍ତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଯୋଗ ଦେଇଥିଲେ ତାଙ୍କୁ ତାଙ୍କର ମାଉସୀଙ୍କ ଘରକୁ ନେଇଯିବା ପାଇଁ।ଏହା ଭିତରେ ମହାପ୍ରଭୁଙ୍କ ଅନେକ ରୀତି ନୀତି ଅନୁଷ୍ଠିତ ହୋଇଥିଲା।ମହାପ୍ରଭୁ ତାଙ୍କ ମାଉସୀଙ୍କ ଘରେ ପହଞ୍ଚି ସାରିଲା ପରେ ୯ ତାରିଖ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଏହି ଦିନ ମହାପ୍ରଭୁ ତାଙ୍କ ମାଉସୀଙ୍କ ଘରୁ ଶ୍ରୀ ମନ୍ଦିରକୁ ଫେରିଥାନ୍ତି।ଏହି ବାହୁଡା଼ ଯାତ୍ରାରେ ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟକ ଭକ୍ତ ମାନେ ଯୋଗ ଦିଅନ୍ତି।ତେବେ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ବାହୁଡା଼ ଯାତ୍ରା ଦେଖିବା ପାଇଁ କେବଳ ଓଡ଼ିଶା ଭିତରୁ ନୁହେଁ ବରଂ ଓଡ଼ିଶା ବାହାରୁ ସମଗ୍ର ଦେଶରୁ ଲୋକମାନେ ଆସନ୍ତି।

କେବଳ ସମ୍ପୂର୍ଣ୍ଣ ଭାରତରୁ ନୁହେଁ ବରଂ ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କ ଲକ୍ଷାଧିକ ଭକ୍ତ ଅଛନ୍ତି ,ସେଥି ପାଇଁ ରଥଯାତ୍ରା କେବଳ ପୁରୀରେ ନୁହେଁ ବରଂ ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ।ଏଥି ପାଇଁ ଅନେକ ଲୋକ ପୁରୀ ଆସିଥାନ୍ତି।ତେବେ ଚଳିତ ବର୍ଷ ରଥଯାତ୍ରାରେ ବିଦେଶରୁ ଭକ୍ତ ଆସିଥିଲେ

ଯିଏକି ଛୁଆ ଦିନରୁ ହିଁ ମହାପ୍ରଭୁଙ୍କ ଭକ୍ତ ଅଛନ୍ତି।ତେବେ ବାହୁଡ଼ା ଯାତ୍ରା ପରେ ମହାପ୍ରଭୁଙ୍କ ସୁନାବେଶ ହୋଇଥାଏ।ଏହି ଦିନ ମହାପ୍ରଭୁ ଅନେକ ସ୍ଵର୍ଣ୍ଣ ଅଳଙ୍କାର ଆଉ ଆଭୁଷଣ ଦ୍ଵାରା ସଜ୍ଜ ହୋଇଥାନ୍ତି।ଏହି ଦୃଶ୍ୟ ଖୁବ ସୁନ୍ଦର ଆଉ ମନୋରମ ହୋଇଥାଏ।ତେବେ ଏହି ସୁନାବେଶ ଦେଖିବାକୁ ମଧ୍ୟ ସମଗ୍ର ବିଶ୍ବରୁ ଅନେକ ଲୋକ ଆସନ୍ତି।

ତେବେ ଚଳିତ ବର୍ଷ ସୁନାବେଶ ସମୟରେ ୩ ବିଦେଶିନୀ ଭକ୍ତ ପୁରୀ ଆସିଥିଲେ ଯିଏ କି ମହାପ୍ରଭୁ ଶ୍ରୀ ଜଗନ୍ନାଥ,ମାତା ସୁଭଦ୍ରା ଏବଂ ମହାପ୍ରଭୁ ବଳରାମଙ୍କ ରଥ ସମ୍ମୁଖରେ ଠିଆ ହୋଇ ନୃତ୍ୟ କରୁଥିଲେ।ଏହି ନୃତ୍ୟ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣାଣ ଗାଇବା ସହ ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ନିଜ ତୁଣ୍ଡରେ ଉଚ୍ଚାରଣ କରୁଥିଲେ।ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାରାଜ କି ଜୟ, ଜୟ ମା ସୁଭଦ୍ରା କି ଜୟ, ଜୟ ମହାପ୍ରଭୁ ବଳଭଦ୍ର ମହାରାଜ କି ଜୟ, ଜୟ ପ୍ରଭୁ ସୁଦର୍ଶନ କି ଜୟ।

Leave a Reply

Your email address will not be published. Required fields are marked *