ବିବାହ କରିବେ ଓଡ଼ିଆ ଗାୟିକା ସୋନାଲି ନନ୍ଦ,ସୋମ୍ୟ ଙ୍କ ପରେ Sonalli ଙ୍କ କାହା ସହ ହେବ ବିବାହ,ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

Spread the love

କଣ୍ଠ ଶିଳ୍ପୀ ସୋନାଲି ନନ୍ଦଙ୍କୁ ନେଇ ଏବେ ଆଉ ଗୋଟିଏ କଥା ଚର୍ଚ୍ଚା ହୋଇଛି।ଏହା ମଧ୍ୟରେ ହାତକୁ ଦୁଇ ହାତ ହୋଇ ପାରନ୍ତି କଣ୍ଠ ଶିଳ୍ପୀ ସୋନାଲି ନନ୍ଦ।ଏବେ ଚର୍ଚ୍ଚା ହେଉଛି କି ସୋନାଲିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ତାଙ୍କ ପରିବାର ଲୋକେ।କାରଣ ସୋନାଲି ବାହା ହୋଇଗଲେ ସବୁ ଚର୍ଚ୍ଚାରେ ବ୍ରେକ ଲାଗିଯିବ।ଆଉ ସୌମ୍ୟ ଆତ୍ମହତ୍ୟା ଓ ସୋନାଲିକୁ ଦଣ୍ଡ ଦେବା କଥା ଆଉ ଉଠିବ ନାହିଁ।

ଏମିତି କି ସୋନାଲିକୁ ଦଣ୍ଡ ଦେବା ପାଇଁ କେହି ବି ଦାବି କରିବେ ନାହିଁ।ଏ ସବୁକୁ ଚିନ୍ତା କରି ଗୋପନରେ ହାତକୁ ଦୁଇ ହାତ କରିବା ପାଇଁ ଚାହୁଁଛନ୍ତି ସୋନାଲିର ପରିବାର ଲୋକେ।କିନ୍ତୁ ଏପଟେ ସୌମ୍ୟଙ୍କ ମାଆଙ୍କ କହିବା କଥା ମୋ ପୁଅକୁ ନ୍ୟାୟ ମିଳି ନାହିଁ। ସୋନାଲିକୁ ଗିରଫ କରାଯାଇ ନାହିଁ।

ଆଉ ପୋଲିସ ଜାଣି ଶୁଣି ସବୁ କରୁଥିବା କଥା ସୌମ୍ୟଙ୍କ ମା କ୍ୟାମେରା ସାମ୍ନାରେ କହିଛନ୍ତି।ଏମିତି କି ତାଙ୍କ ପୁଅକୁ ନ୍ୟାୟ ନ ମିଳିଲେ ସେ ପାଗଳ ହେଇଯିବେ ବୋଲି କହିଛନ୍ତି।ସେ କହିଛନ୍ତି କି ପୋଲିସ ପ୍ରଶାସନ ଏମିତି ସୋଇଛନ୍ତି ଯେ ଦୁଇ ମାସ ହେବ ଏହି କେସର କିଛି ଫଳାଫଳ ନାହିଁ।ମୁଁ ବୋଧେ ପାଗଳ ହେଇଯିବି ଏମିତି ହେଲେ।

ନା ମତେ ନିଦ ହଉଚି ନା ଭୋକ ହେଉଛି ନା ଦିନ ରାତି ମୋର କଟୁଛି।ମୁଁ ବହୁତ କଷ୍ଟରେ ଅଛି।ମୋ ପୁଅ ଭଳି କେହି ପୁଅ ନାହାନ୍ତି। ସୌମ୍ୟର ପରିବାର ଓ ତାକୁ ଭଲ ପାଉଥିବା ତାର ସାଙ୍ଗମାନେ ସୌମ୍ୟକୁ ନ୍ୟାୟ ଦେବା ପାଇଁ ଅଡି ବସିଥିବା ବେଳେ ସେପଟେ ସୋନାଲିକୁ ତାର ପରିବାର ବାହା ଦେବା ପାଇଁ ସହବାଜ ଆରମ୍ଭ କରି ଦେଇଛି।

ସବୁଠାରୁ ବଡ଼ କଥା ହେଲା ସୌମ୍ୟର ମୃତ୍ୟୁ ହେବା ପରଠାରୁ ସୋନାଲି କ୍ୟାରିୟରରେ ଏକ ପ୍ରକାରର ବ୍ରେକ ଲାଗି ଯାଇଛି।ସେଥି ପାଇଁ ସୋନାଲିକୁ ଆଉ ଅଧିକ ଦିନ ଘରେ ନ ରଖି ହାତକୁ ଦୁଇ ହାତ କରିଦେବା ପାଇଁ ତାଙ୍କ ଘର ଲୋକ ନିଷ୍ପତ୍ତି ନେଇଛନ୍ତି।ଆଉ ଯଦି ସୋନାଲି ବିବାହ କରି ଦେଉଛି ତେବେ ଏହି ସବୁ ଚର୍ଚ୍ଚାରେ ଏକ ପ୍ରକାରର ବିବାଦ ପଡ଼ି ଯାଉଛି।ଆଉ ଏ ସବୁ ଭାବି ସୋନାଲିର ପରିବାର ସବୁ ନିଷ୍ପତ୍ତି ନେଇଥିବା କଥା ଏବେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *