Bajipura ରେ ବାପା ସହିତ ଝିଅ ଏ କଣ କଲ, ଝିଅକୁ ଜାଳି ମଶାଣି ଧୋଇ ଦେଲ ଆଉ ଯାହା ଘଟିଲା…

Spread the love

ସାବତ ମା ଠାରୁ କେବେ ମୁକ୍ତି ମିଳିବ ଲୋ ଦିଦି। ବହୁତ ମାରୁଛନ୍ତି ନୂଆ ମା ଆଉ ବହୁତ ମାରୁଛନ୍ତି ବାପା ମଧ୍ୟ ମତେ।କିଛି ଏମିତି କହି ଲୁଚି ଲୁଚି କାନ୍ଦେ ସାନ ଭଉଣୀ ବଡ଼ ଭଉଣୀ ଆଗରେ।ହେଲେ ସାବତ ମାଆ ଓ ବାପା ମିଶି ସାନ ଭଉଣୀକୁ ଜୀବନରୁ ଏମିତି ମାରି ଦେବେ କେବେ ଚିନ୍ତା କରି ନଥିଲା ବଡ଼ ଭଉଣୀ।

କଲିକତାରେ ରହି କାମ କରୁଥିବା ବଡ଼ ଭଉଣୀକୁ ନିଜ ଗାଁରୁ ଖବର ଗଲା। ତୋ ସାନ ଭଉଣୀକୁ ମାରି ଦେଇ ଜାଳି ଦେଇଛି ତୋ ସାବତ ମାଆ। ବାସ ଏତିକି ଶୁଣିବା ପରେ ଝିଅ ଫୋନ କରିଥିଲା ବାପାକୁ। ସତ କଣ ଜାଣିବା ପାଇଁ।ବଡ଼ ଭଉଣୀ ସାନ ଭଉଣୀକୁ ଫୋନ ଦେବା ପାଇଁ କହିଥିଲା।ହେଲେ ବାପା କହିଥିଲେ

ତା ଦେହ ଭଲ ନାହିଁ ସେ ଶୋଇଛି।ଏତିକି ଶୁଣିବା ପାଇଁ ବଡ଼ ଭଉଣୀ ଧାଇଁ ଆସିଥିଲା ଗାଁକୁ।ଘରେ ସାନ ଭଉଣୀକୁ ନ ପାଇ ସିଧା ଗଲା ମଶାଣି। ସେଠୀ ପଡିଥିଲା କିଛି ପୋଡ଼ି ସାରିଥିବା ଶରୀରର ପାଉଁଶ। ପାଉଁଶ ହେବା ପରେ ମଧ୍ୟ ରକ୍ତ ଟାଣି ନେଉଥିଲା ବଡ଼ ଭଉଣୀକୁ ମଶାଣିକୁ।ବଡ଼ ଭଉଣୀ ଦେଖିଲା ମଶାଣି

ଜାଗା ସବୁ ଧୁଆ ହୋଇଛି। ସେଠାରୁ ସିଧା ବଡ଼ ଭଉଣୀ ଯାଇଥିଲା ଥାନାକୁ।ଆଉ ଯାହା ଅଭିଯୋଗ କଲା ପୋଲିସକୁ ଚମକେଇ ଦେଲା। ଏହା ପରେ ସାବତ ମାଆ ଆଉ ବାପା ମିଶି ଝିଅକୁ ମା-ରି-ବା ଘଟଣା ସାମ୍ନାକୁ ଆସିଲା। ଯାହା ସାରା ରାଜ୍ୟକୁ ଚକିତ କରି ଦେଇଛି। ପାଉଁଶ ଭିତରୁ ମିଳିଥିବା ହାଡ଼

ଝିଅର କି ନାହିଁ ତାହା ଚେକ କରିବା ପାଇଁ ତାହା ଏବେ ପଠା ଯାଇଛି।ଏହି ଘଟଣା ପୁରୀ ଜିଲ୍ଲାର।ପୁରୀ ଜିଲ୍ଲା ଗୋପ ପଞ୍ଚାୟତ ବଜିପୁରା ଗ୍ରାମର। ଏଇଠି ଏକ ରୋମ ଟାଙ୍କୁରା ହ-ତ୍ୟା-କା-ଣ୍ଡ ଘଟିଥିବା ଅଭିଯୋଗ ହୋଇଛି।ସାବତ ମା ନିଜ ବାପା ଆଉ ସାବତ ମାର ଭାଇ ନାମରେ ଆସିଛି ଅଭିଯୋଗ।

ଅଭିଯୋଗ କରିଛନ୍ତି ବାପାର ପ୍ରଥମ ସ୍ତ୍ରୀର ବଡ଼ ଝିଅ ସ୍ମିତା ମହାରଣା। ଦୁର୍ଗାଚରଣ ମହାରଣାଙ୍କ ପ୍ରଥମ ସ୍ତ୍ରୀ ଗତ ୨୦୧୮ରେ ମୃ-ତ୍ୟୁ-ବ-ର-ଣ କରିବା ପରେ ତାଙ୍କର ଦୁଇ ଝିଅ ରଶ୍ମିତା ଓ ମୋନାଲି ବହୁତ କଷ୍ଟରେ ବାପାଙ୍କ ପାଖରେ ଜୀବନ କାଟୁ ଥିଲେ।ବଡ଼ ଭଉଣୀ ରଶ୍ମିତା କଲିକତାରେ ଏକ ଅଫିସରେ କାମ

କରି ସାନ ଭଉଣୀକୁ ପାଠ ପଢ଼ାଉ ଥିଲେ। ସାନ ଭଉଣୀ ଯୁକ୍ତ ତିନିର ଶେଷ ବର୍ଷ ଯାଏ ପାଠ ପଢିଥିଲେ।ବାପା ଦୁର୍ଗା ଚରଣ ୨୦୨୦ରେ ପୁଣି ଏକ ବିବାହ କରିଥିଲେ।ଏହା ପରେ ଦୁଇ ଝିଅଙ୍କ ପାଇଁ ଦୁଃଖ ଅଧିକ ବଢ଼ି ଯାଇଥିଲା।ସାବତ ମାଆର ମାଡ଼ ଓ ଗାଳିରୁ ରକ୍ଷା ପାଇପାରିନଥିଲା ସାନ ଭଉଣୀ ମୋନାଲି। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *