ତେବେ ନିଦ ହେଉଛି ଭଗବାନଙ୍କ ଏକ ବହୁତ ଅଦ୍ଭୁତ ପୂର୍ଣ୍ଣ ସୃଷ୍ଟି।ଜଣେ ବ୍ୟକ୍ତି ତାର ଜୀବନରେ ପ୍ରାୟ ୨୭ ବର୍ଷ ସୋଇଥାଏ।ଏହା ସହିତ ନିଦ ଫଳରେ ଆମେ ଆମ ଜୀବନରେ ଅନେକ କିଛି ଲାଭ ପାଇଥାଉ।ଯେପରିକି ସଠିକ ଭାବରେ ଆମେ ସୋଇବା ଫଳରେ ଆମକୁ ଅନେକ ପ୍ରକାରର ଜିନିଷର ଲାଭ ହୋଇଥାଏ ଯେପରିକି ଆମ ଶରୀର ରୋଗ ମୁକ୍ତ ରହିଥାଏ ଏହା ସହିତ ଆମ ଶରୀର ବିଭିନ୍ନ ପ୍ରକାରର ରୋଗ ସହ ଲଢ଼ିବା ପାଇଁ ମଧ୍ୟ ଶକ୍ତି ପାଇଥାଏ।କିନ୍ତୁ ଆଜିକାଲି ଏହା ଆମ ପାଇଁ ଏକ ଭଲ ନିଦ ପାଇବା ବହୁତ କଷ୍ଟ ସାଧ୍ୟ ହୋଇ ପଡ଼ିଲାଣି।
କାରଣ ଆଜିକାଲିର ବ୍ୟସ୍ତ ପୂର୍ଣ୍ଣ ଦୁନିଆ ମଧ୍ୟରେ ଅନେକ ଲୋକ ସଠିକ ଭାବରେ ଶୋଇବା ପାଇଁ ମଧ୍ୟ ସମୟ ପାଉ ନାହାନ୍ତି।ଯାହା ଫଳରେ ଆଜିକାଲି ସମାଜରେ ଆମେ ଅନେକ ପ୍ରକାରର ରୋଗ ଓ ଅନେକ ପ୍ରକାରର ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇ ଥାଉ।ସେଥିପାଇଁ ଗୋଟେ ବ୍ୟକ୍ତିଙ୍କୁ ସୁସ୍ଥ ରହିବା ପାଇଁ ତାଙ୍କ ଜୀବନରେ ନିଜର ଆବଶ୍ୟକତା ବହୁତ ଅଧିକ ରହିଛି।ଏହା ସହିତ ଉପଯୁକ୍ତ ସମୟରେ ନ ଶୋଇବା ଫଳରେ ରୋଗ ହେବା ଏକ ସ୍ବାଭାବିକ ଘଟଣା।
ସେହି କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ଉପଯୁକ୍ତ ପରିମାଣର ନିଦ ନିହାତି ଭାବରେ ଆବଶ୍ୟକ।ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଦିନରେ ପ୍ରାୟ ୭-୮ ଘଣ୍ଟା ଶୋଇବା ନିହାତି ଭାବରେ ଆବଶ୍ୟକ।ନଚେତ ସେହି ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଗତି କରିବାକୁ ପଡ଼ିବ।ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଶୋଇବା ପୁର୍ବରୁ ନିଜର ସମସ୍ତ କାର୍ଯ୍ୟ ସାରି ଏକ ଭଲ ନିଦ ନେବା ନିହାତି ଭାବରେ ଆବଶ୍ୟକ।
ନଚେତ ଏକ ଭଲ ନିଦ ନ ପାଇବା ଫଳରେ ଆମ ଶରୀର ଅସୁସ୍ଥ ହେବାର ଅନେକ ସମ୍ଭାବନା ରହିଛି।ଏହି କାରଣରୁ ଏକ ଭଲ ନିଦ ପ୍ରତ୍ୟେକ ମନୁଷ୍ୟ ପାଇଁ ନିହାତି ଭାବରେ ଆବଶ୍ୟକ।ଏହା ସହିତ ଶୋଇବା ସମୟରେ ଆପଣ କେବେ ମଧ୍ୟ ଚିନ୍ତା କରନ୍ତୁ ନାହିଁ କି ଆପଣ ଆଜି ଏହି କାର୍ଯ୍ୟ ଶେଷ କରି ନାହାନ୍ତି ଇତ୍ୟାଦି ଇତ୍ୟାଦି ଏପରି ଚିନ୍ତା କରିବା ଫଳରେ ଆପଣଙ୍କୁ ଏକ ଭଲ ନିଦ ହେବ ନାହିଁ।
ଯାହା ଫଳରେ ଆପଣ ଏକ ଭଲ ନିଦ ନ ପାଇବା କାରଣରୁ ଏହାର ପରଦିନ ସଠିକ ଭାବରେ କୌଣସି କାର୍ଯ୍ୟ କରି ପାରିବେ ନାହିଁ।ଏହା ସହିତ ଆପଣ ଯେଉଁଭଳି ଭାବରେ ଅନ୍ୟ କଥା ଚିନ୍ତା କରି ଶୋଇବେ ଆପଣଙ୍କ ଶରୀର ଉପରେ ସେହି ନିଦ ଭଲ ପ୍ରଭାବ ପକାଇବା ଅପେକ୍ଷା ଖରାପ ପ୍ରଭାବ ପକାଇବ।ତେଣୁ ଶୋଇବା ସମୟରେ କେବଳ ଶୋଇବା କଥା ହିଁ ଚିନ୍ତା କରିବା ଆବଶ୍ୟକ।
ଏହା ସହିତ ଶୋଇବା ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରନ୍ତୁ ଯେପରି ଆପଣ ଶୋଇବା ସମୟରେ ଆପଣଙ୍କୁ କେହି ହଇରାଣ ନ କରନ୍ତି।ଏହା ସହିତ ଆପଣ ଶୋଇବା ସମୟରେ ଏକ ଉପଯୁକ୍ତ ପରିବେଶରେ ସୁଅନ୍ତୁ ଯାହା ଫଳରେ ଆପଣ ଏକ ଭଲ ନିଦ ପାଇ ପାରିବେ।ତେବେ ଏହା ସହିତ ଆପଣଙ୍କୁ ଯଦି ନିଦ ହେଉ ନାହିଁ ତେବେ ଆପଣ ଅଳ୍ପ ଶବ୍ଦରେ ଗୀତ ଶୁଣନ୍ତୁ ନଚେତ ଆପଣଙ୍କୁ ଯାହା ପଢିବାକୁ ଇଛା ନାହିଁ ତାହାକୁ ପଢନ୍ତୁ ଦେଖିବେ ଆପଣଙ୍କୁ ନିଦ ଆସିବାକୁ ଲାଗିବ।