ସାଙ୍ଗମାନେ ଆଜି ଆମେ ଭଗବାନ ଶିବଙ୍କ ଏକ ଚମତ୍କାର କଥା ଜାଣିବା।କେଉଁ କାରଣ ଥିଲା କିମ୍ବା ଜଜଙ୍କ ସହିତ ଏମିତି କଣ ହେଇଥିଲା ଯାହା ଫଳରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଆପଣ ତ ମଣିଷକୁ ଅଦାଲତକୁ ଯିବାର ଦେଖିଥିବେ।କିନ୍ତୁ ଆପଣ କେବେ ଭଗବାନ ଶିବଙ୍କୁ ଅଦାଲତ ଆସିବାର କେବେ ଦେଖିଛନ୍ତି?ଏହା ଏକ ଚମତ୍କାର ଠାରୁ କମ ନୁହେଁ।ଏହି ଘଟଣା ଘଟିଥିଲା ୪୦ ବର୍ଷ ପୂର୍ବରୁ।
ଯେତେବେଳେ ବୃନ୍ଦାବନରେ ଏକ ସନ୍ଥ ରହୁଥିଲା ଏବଂ ଯିଏ ଭଗବାନ ଶିବଙ୍କ ନିତ୍ୟ ପୂଜା କରୁଥିଲା।କିନ୍ତୁ ସେ କେବେହେଲେ ମନ୍ଦିର ଭିତରକୁ ଯାଉ ନଥିଲେ।ସେଠାରେ ଥିବା ସମସ୍ତ ଲୋକ ତାଙ୍କୁ ଜଜ ସାହେବ କହି ଡାକୁଥିଲେ।ଯେତେବେଳେ ଜଣେ ବ୍ୟକ୍ତି ସେଠାର ପୁରୋହିତଙ୍କୁ ପଚାରିଥିଲେ ଏହି କଥା ସେ ସେତେବେଳେ ତାହାର ସତ ଘଟଣା କହିଥିଲେ।
କିଛି ବର୍ଷ ପୂର୍ବରୁ ଦକ୍ଷିଣ ଭାରତରେ ଏକ ସ୍ଥାନରେ ଏହି ବ୍ୟକ୍ତି ଜଜ ଥିଲା ଏବଂ ଏକ ଥର ସେ ଏପରି ଵ୍ୟକ୍ତିର କେସ ଲଢ଼ିଥିଲା ତାହା ପରଠାରୁ ତାଙ୍କ ଜୀବନ ବଦଳି ଯାଇଥିଲା।ସେ ଯେଉଁଠାରେ ରହୁଥିଲେ ସେଠାରେ ପାଖକୁ ଲାଗି ଏକ ଗାଁ ଥିଲା ଓ ସେଠାରେ ଭୋଳା ନାମରେ ଏକ ବ୍ୟକ୍ତି ରହୁଥିଲା।ସେ ନିଜର ଝିଅର ବିବାହ ପାଇଁ ଜଣେ ବ୍ୟକ୍ତି ଠାରୁ କରଜ ଆଣିଥିଲା।
ସେ ସେହି କରଜକୁ ସୁଧ ସହିତ ସେହି ବ୍ୟକ୍ତିକୁ ଯେତେବେଳେ ଫେରେଇଲା ସେହି ବ୍ୟକ୍ତି ତାକୁ କାଗଜରେ ଲେଖି ଦସ୍ତଖତ କରିଥିଲା ଯେ ଭୋଳା ସୁଧ ସହିତ କରଜ ଫେରାଇ ଦେଇଛି।ସେ ପଢା ଜାଣିନଥିବାରୁ ତାକୁ ପଢି ପାରି ନଥିଲା।ଏହାପରେ ଜମିଦାରକୁ ଲୋଭ ହେଲା।ସେ ଚାଲାକି କରି କାଗଜ ବଦଳେଇଦେଲା ଓ କିଛି ଦିନ ପରେ ଅଦାଲତରେ ତା ନାଁରେ କେସ କରିଦେଲା।
ଯେତେବେଳେ ଭୋଳା ସେହି କାଗଜ ଦେଖାଇଲା ଜମିଦାର ତାକୁ ବି ଫେରାଇ ଦେଲା।ସେଥିରେ ଲେଖାଥିଲା ଭୋଳା ଟଙ୍କା ଫେରାଇ ନାହିଁ।ଭୋଳା କହିଲା ଯେତେବେଳେ ମୁଁ ପଇସା ଦେଉଥିଲି ସେଠାରେ କେହି ନଥିଲେ ଖାଲି ମୋ ଭୋଳନାଥ ଥିଲେ।ତା ପରେ ଅଦାଲତ ଭୋଳନାଥଙ୍କୁ ଅଦାଲତକୁ ଡାକିଥିଲେ।ଏହାପରେ ସେଠାରେ ଏକ ବୃଦ୍ଧ ବ୍ୟକ୍ତି ପହଞ୍ଚିଲା
ଯିଏ ନିଜ ବେକରେ ରୁଦ୍ରାକ୍ଷର ମାଳ ପିନ୍ଧିଥିଲା।ସେ କହିଲା ଜମିଦାରର ଆଲମୀରାର ତିନି ନମ୍ବର ଫାଇଲରେ ଭୋଳା ନିର୍ଦୋଶ ଥିବାର ପ୍ରମାଣ ଅଛି।ଯେତେବେଳେ ଏହାର ଛାନ ବିନ କରାଯାଇଥିଲା ତ ଜଣା ପଡିଲା ତାହା ସମ୍ପୂର୍ଣ୍ଣ ଭାବରେ ସତ ଥିଲା।ସେହି ବ୍ୟକ୍ତିର ନାମ ଭୋଳନାଥ ଥିଲା।ଯେତେବେଳେ ଜଜ ପଚାରିଲେ ଏହି ବୁଢା ବ୍ୟକ୍ତି କିଏ ଭୋଳା ତାଙ୍କୁ ସବୁ କଥା କହିଥିଲା।ଏହାପରେ ଜଜ ସବୁ ସତ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।